CAA-ବିରୋଧୀ ଆନ୍ଦୋଳନରେ ଅଘଟଣ ହେଲେ କିଏ ଦୋଷୀ ହେବ? ପଚ଼ାରିଛନ୍ତି RSS ମୁଖ୍ୟ ମୋହନ ଭାଗବତ

‘‘ଆଜି ଯଦି ଆଇନ ବ୍ୟବସ୍ଥା ଭାଙ୍ଗେ, ଯଦି ଲୋକେ ଲାଠି ଓ ଗୁଳିର ସାମ୍ନା କରନ୍ତି, ତେବେ ଆନ୍ଦୋଳନରେ ଭାଗ ନେଉଥିବା ସାଧାରଣ ଲୋକେ କଷ୍ଟ ପାଆନ୍ତି । ତାଙ୍କ ପଛରେ ଥିବା ମସ୍ତିଷ୍କମାନେ କେବଳ ବିଜୟ ଓ ପରାଜୟ ଦାବି କରନ୍ତି,’’ କହିଛନ୍ତି ଭାଗବତ ।

CAA-ବିରୋଧୀ ଆନ୍ଦୋଳନରେ ଅଘଟଣ ହେଲେ କିଏ ଦୋଷୀ ହେବ? ପଚ଼ାରିଛନ୍ତି RSS ମୁଖ୍ୟ ମୋହନ ଭାଗବତ
ରାଷ୍ଟ୍ରୀୟ ସ୍ବୟଂସେବକ ସଙ୍ଘ ମୁଖ୍ୟ ମୋହନ ଭାଗୱତ
  • News18 Odia
  • Last Updated: February 18, 2020, 5:20 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ୍‌ (ସିଏଏ) ବିରୋଧରେ ଦେଶବ୍ୟାପି ହେଉଥିବା ପ୍ରଦର୍ଶନ ବିରୁଦ୍ଧରେ କୌଣସି ବ୍ୟକ୍ତିଙ୍କ ନାମ ନ ଧରି କଟାକ୍ଷ କରିଛନ୍ତି ରାଷ୍ଟ୍ରୀୟ ସ୍ବୟଂସେବକ ସଙ୍ଘ (RSS) ମୁଖ୍ୟ ମୋହନ ଭାଗୱତ । ସେ ପ୍ରଶ୍ନ କରିଛନ୍ତି ଯେ ଯଦି ବିରୋଧ ବେଳେ କିଛି ଅଶୁଭ କାଣ୍ଡ ହୋଇଯାଏ ତେବେ କିଏ ମହାତ୍ମା ଗାନ୍ଧୀଙ୍କ ପରି ତା’ ପାଇଁ ନିଜକୁ ଦୋଷୀ ମନେ କରି ଭୁଲ୍‌ ସୁଧାରିବ?

‘‘ଆନ୍ଦୋଳନ ବେଳେ ଯଦି କିଛି ଅଘଟଣ ଘଟୁଥିଲା, ତେବେ ବାପୁ ନିଜେ ଦୋଷ ସ୍ୱୀକାର କରି ତାକୁ ସଂଶୋଧନ କରୁଥିଲେ । ଆନ୍ଦୋଳନ ବେଳେ ହେଉଥିବା ଭୁଲ୍‌ ଭଟକା ପାଇଁ ମହାତ୍ମା ଗାନ୍ଧୀ ନିଜକୁ ଦାୟୀ ବୋଲି କହି ସିଦ୍ଧାନ୍ତ ପାଇଁ ଭୁଲ ଗୁଡିକୁ ସୁଧାରୁଥିଲେ । ଆଜି ଯଦି ସେଭଳି ଆଇନ ବ୍ୟବସ୍ଥା ଭାଙ୍ଗେ, ଯଦି ଲୋକେ ଲାଠି ଓ ଗୁଳିର ସାମ୍ନା କରନ୍ତି, ତେବେ ଆନ୍ଦୋଳନରେ ଭାଗ ନେଉଥିବା ସାଧାରଣ ଲୋକମାନେ କଷ୍ଟ ପାଆନ୍ତି, ହେଲେ ତାଙ୍କ ପଛରେ ଥିବା ମସ୍ତିଷ୍କମାନେ କେବଳ ବିଜୟ ଓ ପରାଜୟ ଦାବି କରନ୍ତି,’’ କହିଛନ୍ତି ଭାଗୱତ ।

ଯଦିଓ ତାଙ୍କ ବିବୃତିରେ ଶାହୀନବାଗ ବା ଜାମିଆ ମିଳିଆ ଇସଲାମିୟା ଆନ୍ଦୋଳନର କୌଣସି ଉଲ୍ଲେଖ ନ ଥିଲା, ତାଙ୍କର ଲାଠି ଚ଼ାର୍ଜ ଓ ଆଇନ ବ୍ୟବସ୍ଥାକୁ ଭାଙ୍ଗିବା କଥା କହିବାରୁ ସେ ସମଗ୍ର ଦେଶରେ ସିଏଏ ବିରୋଧରେ ହେଉଥିବା ଆନ୍ଦୋଳନ ଆଡ଼େ ଇଶାରା କରି ସେ ଆନ୍ଦୋଳନକୁ ଆୟୋଜିତ କରୁଥିବା ଲୋକଙ୍କ କଥା କହୁଥିବା ସ୍ପଷ୍ଟ ହୋଇଛି ।

ବିବାଦୀୟ ନାଗରିକତା ସଂଶୋଧନ ଆଇନ (CAA)କୁ ରଦ୍ଦ କରିବା ପାଇଁ ଦାବି କରି ଆନ୍ଦୋଳନକାରୀମାନେ ଶାହୀନବାଗରେ ୧୩ ନମ୍ବର ସଡ଼କକୁ ଦୁଇ ମାସ ହେବ ବନ୍ଦ କରିଦେଇଛନ୍ତି । ଜାମିୟାରେ ପ୍ରଦର୍ଶନକାରୀମାନେ ଗତ ଡିସେମ୍ବର ୧୫ରେ ଉନ୍ମତ୍ତ କାଣ୍ଡ କରି ବସରେ ନିଆଁ ଲଗାଇବା ସହ ଅନେକ କାର୍ ଭାଙ୍ଗି ଦେଇଥିଲେ । ଦିଲ୍ଲୀ ପୋଲିସ ଛାତ୍ରଙ୍କ ଉପରେ ଆକ୍ସନ ନେବା ଆରମ୍ଭ କରିଥିଲା । ଜାମିଆ ସମନ୍ବୟ ସମିତି କହିଥିଲା ଯେ ଯେଉଁ ଛାତ୍ରଙ୍କ ଉପରେ ଲାଠି ଚ଼ାର୍ଜ କରାଯାଇଥିଲା ସେମାନେ ‘ନିର୍ଦ୍ଦୋଷ’ ଥିଲେ ।

ଭାଗବତଙ୍କ ଟିପ୍ପଣୀରେ କହିଥିଲେ ଏହି ପ୍ରତିରୋଧ ‘କରେଇବା ବାଲା’ଙ୍କ ଆଡ଼କୁ ଇଶାରା ଥିଲା । ସେ ସୋମବାର ଦିନ ଦିଲ୍ଲୀରେ ଏକ ପୁସ୍ତକ ଲୋକାର୍ପଣ କାର୍ଯ୍ୟକ୍ରମରେ ଭାଷଣ ଦେଇ ଏ କଥା ସବୁ କହିଥିଲେ ।
First published: February 18, 2020, 5:20 PM IST
corona virus btn
corona virus btn
Loading