PM KISAN: ୪୨ ଲକ୍ଷ ଅଯୋଗ୍ୟ ଚାଷୀଙ୍କୁ ମିଳିଥିଲା ₹୩,୦୦୦ କୋଟି; ଏବେ ଟଙ୍କା ଫେରାଇ ନେଉଛି କେନ୍ଦ୍ର

PM-KISAN ଯୋଜନା ଅଧୀନରେ ଟଙ୍କା ପାଇଥିବା ୪୨.୧୬ ଲକ୍ଷ ଅଯୋଗ୍ୟ ଚାଷୀଙ୍କଠାରୁ ୨,୯୯୨ କୋଟି ଟଙ୍କା ଫେରସ୍ତ ଅଣାଯିବ । ଅନେକ ରାଜ୍ୟ ନିଜର ଅଯୋଗ୍ୟ କୃଷକମାନଙ୍କୁ ଟଙ୍କା ଫେରସ୍ତ ପାଇଁ ନୋଟିସ ପଠାଇଛନ୍ତି।

PM KISAN: ୪୨ ଲକ୍ଷ ଅଯୋଗ୍ୟ ଚାଷୀଙ୍କୁ ମିଳିଥିଲା ₹୩,୦୦୦ କୋଟି; ଏବେ ଟଙ୍କା ଫେରାଇ ନେଉଛି କେନ୍ଦ୍ର
ଅଯୋଗ୍ଯ କୃଷକମାନଙ୍କ ଆକାଉଣ୍ଟରୁ ଟଙ୍କା ପୁନରୁଦ୍ଧାର କରୁଛନ୍ତି କେନ୍ଦ୍ର ସରକାର (ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
ନୂଆ ଦିଲ୍ଲୀ: PM-KISAN ଯୋଜନା ଅନ୍ତର୍ଗତ ଦେଶର ୪୨ ଲକ୍ଷ ଅଯୋଗ୍ୟ କୃଷକଙ୍କୁ ୩,୦୦୦ କୋଟି ଟ୍ରାନ୍ସଫର ହୋଇଥିଲା । ବର୍ତ୍ତମାନ ସେହି ଟଙ୍କାକୁ କେନ୍ଦ୍ର ସରକାର ପୁନରୁଦ୍ଧାର କରୁଛନ୍ତି ବୋଲି ସଂସଦରେ ଉତ୍ତର ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର। PM-KISAN ଯୋଜନା ଅନୁଯାୟୀ, କେନ୍ଦ୍ର ପ୍ରତ୍ୟେକ ବର୍ଷ କୃଷକମାନଙ୍କୁ ତିନୋଟି ସମାନ କିସ୍ତିରେ ୬୦୦୦ ଟଙ୍କା ଟ୍ରାନ୍ସଫର କରିଥାଏ। ଏହି ଯୋଜନାରେ ଏକ ଯୋଗ୍ୟତା ମାନଦଣ୍ଡ ଅଛି ଯେ ଜଣେ କୃଷକ ଆୟକର ପ୍ରଦାନକାରୀ ହୋଇନଥିବ । ମଙ୍ଗଳବାର ସଂସଦକୁ ଦେଇଥିବା ଉତ୍ତରରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି ଯେ, PM-KISAN ଯୋଜନା ଅଧୀନରେ ଟଙ୍କା ପାଇଥିବା ୪୨.୧୬  ଲକ୍ଷ ଅଯୋଗ୍ୟ ଚାଷୀଙ୍କଠାରୁ ୨,୯୯୨ କୋଟି ଟଙ୍କା ଫେରସ୍ତ ଅଣାଯିବ ।

PM-KISAN ଯୋଜନାରେ ଆସାମର ୮.୩୫ ଲକ୍ଷ, ତାମିଲନାଡୁର ୭.୨୨ ଲକ୍ଷ, ପଞ୍ଜାବର ୫.୬୨ ଲକ୍ଷ, ମହାରାଷ୍ଟ୍ରର ୪.୪୫ ଲକ୍ଷ, ଉତ୍ତରପ୍ରଦେଶର ୨.୬୫ ଲକ୍ଷ ଏବଂ ଗୁଜରାଟର ୨.୩୬ ଲକ୍ଷ ଅଯୋଗ୍ଯ କୃଷକ ଟଙ୍କା ପାଇଥିଲେ । ଆସାମରୁ ୫୫୪ କୋଟି, ପଞ୍ଜାବରୁ ୪୩୭ କୋଟି, ମହାରାଷ୍ଟ୍ରରୁ ୩୫୮ କୋଟି, ତାମିଲନାଡୁରୁ ୩୪୦ କୋଟି, ଉତ୍ତରପ୍ରଦେଶରୁ ୨୫୮ କୋଟି ଏବଂ ଗୁଜୁରାଟରୁ ୨୨୦ କୋଟି ପୁନରୁଦ୍ଧାର କରାଯିବା ନେଇ ସଂସଦରେ ଉତ୍ତର ରଖିଛନ୍ତି କୃଷି ମନ୍ତ୍ରୀ ତୋମାର ।

କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି ଯେ, PM-KISAN ପାଣ୍ଠିର ଅପବ୍ୟବହାର ନ ହେବା ଓ ପ୍ରକୃତ କୃଷକମାନଙ୍କ ଲାଭକୁ ଆଖି ଆଗରେ ରଖି ଏହି ଯୋଜନାର ସଠିକ୍ ରୂପେ କାର୍ଯ୍ୟକାରୀ କରିବା ପାଇଁ ସରକାର କିଛି ବିଶେଷ ପଦକ୍ଷେପ ନେଇଛନ୍ତି। ଅନେକ ରାଜ୍ୟ ନିଜର ଅଯୋଗ୍ୟ କୃଷକମାନଙ୍କୁ ଟଙ୍କା ଫେରସ୍ତ ପାଇଁ ନୋଟିସ ପଠାଇଛନ୍ତି।

“ଅଯୋଗ୍ୟ ହିତାଧିକାରୀଙ୍କଠାରୁ ଟଙ୍କା ଫେରସ୍ତ ପାଇଁ ଷ୍ଟାଣ୍ଡାର୍ଡ ଅପରେସନ୍ ଗାଇଡଲାଇନ ଜାରି କରାଯାଇଛି। ଆୟକର ପ୍ରଦାନକାରୀଙ୍କ ଚିହ୍ନଟ ପାଇଁ ଷ୍ଟାଣ୍ଡାର୍ଡ ଅପରେସନ୍ ଗାଇଡଲାଇନ ପ୍ରସ୍ତୁତ ହୋଇ ରାଜ୍ୟଗୁଡ଼ିକୁ ପ୍ରସାରିତ ହୋଇଛି | PM-KISAN ଯୋଜନା ଅଧୀନରେ କୃଷକମାନଙ୍କର ପଞ୍ଜୀକରଣ ଏବଂ ଯାଞ୍ଚ ସମୟରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବାକୁ ସତର୍କତା ପରାମର୍ଶ ପଠାଯାଇଛି ଏବଂ PM-KISAN ହିତାଧିକାରୀଙ୍କ ଶାରୀରିକ ଯାଞ୍ଚ ପାଇଁ ଷ୍ଟାଣ୍ଡାର୍ଡ ଅପରେସନ୍ ଗାଇଡଲାଇନ ରାଜ୍ୟ ସରକାରଙ୍କ ନିକଟରେ ପ୍ରସାରିତ ହୋଇଛି” କହିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ତୋମାର  ।
Published by: Soumya Das
First published: July 21, 2021, 2:38 PM IST