Rs 75 coin: ଦେଶରେ ଜାରି ହେବ ୭୫ ଟଙ୍କିଆ କଏନ

Rs 75 coin: ଦେଶରେ ଜାରି ହେବ ୭୫ ଟଙ୍କିଆ କଏନ। ସଂସଦ ଭବନ ଉଦଘାଟନୀ ଉତ୍ସବରେ ଉନ୍ମୋଚିତ ହେବ ନୂଆ ମୁଦ୍ରା। ଗୋଟିଏ ପଟେ ରହିବ ସଂସଦ ଭବନ, ଅନ୍ୟ ପଟରେ ରହିବ ଅଶୋକ ସ୍ତମ୍ଭ ସହ ସତ୍ୟମେବ ଜୟତେ।

ଦେଶରେ ଜାରି ହେବ ୭୫ ଟଙ୍କିଆ କଏନ

ଦେଶରେ ଜାରି ହେବ ୭୫ ଟଙ୍କିଆ କଏନ

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

Rs 75 coin: ନୂଆ ସଂସଦ ଭବନ ଉଦଘାଟନ (New Parliament Inauguration) ଅବସରରେ କେନ୍ଦ୍ର ସରକାର (Central Government) ୭୫ ଟଙ୍କିଆ ସ୍ମାରକୀ ମୁଦ୍ରା (Rs 75 coin) ଜାରି କରିବେ। ମେ ୨୫ ତାରିଖରେ ଜାରି କରାଯାଇଥିବା ବିଜ୍ଞପ୍ତିରେ ଅର୍ଥମନ୍ତ୍ରାଳୟ କହିଛି ଯେ, କଏନେଜ୍‌ ରୁଲ୍ସ ଅନୁଯାୟୀ ଏହି ସ୍ମାରକୀ ମୁଦ୍ରା ଜାରି କରାଯିବ।

ରୂପା, ତମ୍ବା, ନିକେଲ୍‌ ଓ ଦସ୍ତା ଧାତୁ ସମିଶ୍ରଣରେ ଏହି ୭୫ ଟଙ୍କିଆ ମୁଦ୍ରା ନିର୍ମାଣ କରାଯିବ। ୪୪ ମିଲିମିଟର୍‌ ଗୋଲେଇ ବିଶିଷ୍ଟ ଏହି ଧାତବ ମୁଦ୍ରାରେ ରହିବ ୨୦୦ଟି ଦାନ୍ତି।

ଏହାର ସମ୍ମୁଖ ପାର୍ଶ୍ବରେ ରହିବ ଅଶୋକ ସ୍ତମ୍ଭରେ ଥିବା ଜାତୀୟ ସଙ୍କେତ ସିଂହ। ତା ତଳକୁ ରହିବ ଦେବନାଗରୀ ଲିପିରେ ଲିଖିତ ‘ସତ୍ୟମେବ ଜୟତେ’। ସେହିପରି, ମୁଦ୍ରାର ବାମ ଗୋଲାର୍ଦ୍ଧ ପଟକୁ ରହିବ ଦେବନାଗରୀ ଲିପିରେ ଲିଖିତ ଶବ୍ଦ ‘ଭାରତ’ ଏବଂ ଡାହାଣ ଗୋଲାର୍ଦ୍ଧ ପାର୍ଶ୍ବକୁ ରହିବ ଇଂରାଜୀ ଲିପିରେ ଲିଖିତ ଶବ୍ଦ ‘ଇଣ୍ଡିଆ’।

ପୁଣି, ଜାତୀୟ ସଙ୍କେତ ସିଂହ ତଳକୁ ଭାରତୀୟ ଟଙ୍କାର ସଙ୍କେତ ଏବଂ ଇଂରାଜୀ ସଂଖ୍ୟାରେ ଉଲ୍ଲେଖ ରହିବ ୭୫। ଏହା ବ୍ୟତୀତ ମୁଦ୍ରାର ପଛ ପାଶ୍ୱର୍ରେ ଖୋଦିତ ହେବ ସଂସଦ ପରିସରର ଚିତ୍ର।

ଏହାର ଉପର ଗୋଲାର୍ଦ୍ଧ ଧାରରେ ଦେବନାଗରୀ ଲିପିରେ ଉଲ୍ଲେଖ ରହିବ ସଂସଦ ଭବନ। ତଳ ଗୋଲାର୍ଦ୍ଧ ଧାରରେ ଇଂରାଜୀ ଲିପିରେ ଉଲ୍ଲେଖ ରହିବ ‘ପାର୍ଲାମେଣ୍ଟ୍‌ କମ୍ପ୍ଲେକ୍ସ’। ସେହିପରି, ପାର୍ଲାମେଣ୍ଟ ଚିତ୍ର ତଳେ ଉଲ୍ଲେଖ ରହିବ ବର୍ଷ ୨୦୨୩।

ସେହିପରି ନୂଆ ସଂସଦ ଭବନ ‘ସେଣ୍ଟ୍ରାଲ୍ ଭିଷ୍ଟା’ ଲୋକାର୍ପଣ ସମାରୋହକୁ ୨୦ଟି ବିରୋଧୀ ଦଳ ବର୍ଜନ ନିଷ୍ପତ୍ତିର ଦିନକ ପରେ, ‘ଅଷ୍ଟ୍ରେଲିଆରେ ଲୋକତନ୍ତ୍ର ବାତାବରଣର’ ଉଦ୍ଦାହରଣ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ସଂସଦ ଭବନର ଉଦଘାଟନ ରାଷ୍ଟ୍ରପତିଙ୍କ ଦ୍ବାରା କରାଇବା ପାଇଁ କୋର୍ଟ, ଲୋକସଭା ସଚିବାଳୟକୁ ନିର୍ଦ୍ଦେଶ ଜାରି କରନ୍ତୁ ବୋଲି ଆବେଦନକାରୀ ଦାବି କରିଛନ୍ତି । ଆବେଦନକାରୀଙ୍କ କହିବା ହେଲା, କେନ୍ଦ୍ର ସରକାର ଭାରତୀୟ ସମ୍ବିଧାନର ଉଲ୍ଲଂଘନ ସହ, ଏହା ପ୍ରତି ଅସମ୍ମାନ ପ୍ରଦର୍ଶନ କରିଛନ୍ତି । ଏହା ଉପରେ ସର୍ବୋଚ୍ଚ ନ୍ୟାୟାଳୟ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବ ।

ପଢ଼ନ୍ତୁ ଏହି ଖବର:  Parliament: କାଠଗଡ଼ାରେ ନୂଆ ସଂସଦ ଭବନ ଉଦଘାଟନ ପ୍ରସଙ୍ଗ; ଆଜି ହେବ ଶୁଣାଣି

ସେହିପରି ଯେଉଁ ଦଳଗୁଡ଼ିକ ଏହି ଉତ୍ସବରେ ଯୋଗଦେବେ ବୋଲି କୁହାଯାଉଛି ସେମାନଙ୍କ ମଧ୍ୟରେ ବିଜେପି, ଶିବସେନା, (ଏକନାଥ ଶିନ୍ଦେ ଗ୍ରୁପ), ଏନପିସି, ଏନଡିପିପି, ଏସକେଏମ, ଆରଏଲଜେପି, ଅପନା ଦଳ, ଆରପିଆଇ, ତାମିଲ ମାନିଲା କଂଗ୍ରେସ (ଏମ), ଏଆଇଏଡିଏମକେ, ଏଜେଏସୟୁ, ଏମଏନଏଫ, ୱାଇଏସଆରସିପି, ସିଡିପି, ଏସଏଡି, ବିଜେଡି। ତେବେ ଏହି ଦଳଗୁଡ଼ିକ ଆହୁରି ଅନେକ ଦଳ ଯୋଗଦେବା ନେଇ ଚର୍ଚ୍ଚା ହେଉଛି।
Published by:Lipina Das
First published: