ନିଜେ ଆସିଲେ ୨୦ କୋଟି; ଅନ୍ୟ ବିଧାୟକ ଆଣିଲେ ୨୫କୋଟି; AAP ବିଧାୟକଙ୍କ ଅଭିଯୋଗ

AAP ବିଧାୟକମାନଙ୍କୁ ବିଜେପିରେ ଯୋଗଦେବା ପାଇଁ ୨୦ କୋଟି ଓ ଅନ୍ୟ ବିଧାୟକ ଆଣିବା ପାଇଁ ୨୫ କୋଟି ଅଫର ଦିଆଯାଇଛି। ଏନେଇ ବିଜେପି ଉପରେ ଅଭିଯୋଗ ଆଣିଛନ୍ତି ଆପ ନେତା।

ଆପ ନେତା (ପ୍ରତୀକାତ୍ମକ ଛବି)

ଆପ ନେତା (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ନୂଆ ଦିଲ୍ଲୀ: ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଆମ୍ ଆଦମୀ ପାର୍ଟି ଦିଲ୍ଲୀ ସରକାରକୁ ହଟାଇବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛି। ସଞ୍ଜୟ ସିଂ ଦାବି କରିଛନ୍ତି ଯେ ଆମ ଦଳର ବିଧାୟକ ଅଜୟ ଦତ୍ତ, ସଞ୍ଜୀବ ଝା, ସୋମନାଥ ଭାରତୀ ଓ କୁଲଦୀପ କୁମାରଙ୍କୁ ଭାରତୀୟ ଜନତା ପାର୍ଟି (ବିଜେପି) ଯୋଗାଯୋଗ କରିଛି। ଆମ ବିଧାୟକମାନଙ୍କୁ ବିଜେପିରେ ଯୋଗଦେବା ପାଇଁ ୨୦ କୋଟି ଓ ଅନ୍ୟ ବିଧାୟକ ଆଣିବା ପାଇଁ ୨୫ କୋଟି ଅଫର ଦିଆଯାଇଛି।

AAP ର ଜାତୀୟ ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କ ସମେତ ଆମ୍ ଆଦମୀ ଦଳର ପାଞ୍ଚଜଣ ନେତାଙ୍କୁ ନଗଦ ଟଙ୍କା ଦେଇ ବିଜେପି ନିଜ ଦଳକୁ ନେବାର ଚେଷ୍ଟା କରୁଥିବାର ଅଭିଯୋଗ କରିଛନ୍ତି।

ଦିଲ୍ଲୀ ବିଧାୟକଙ୍କୁ ଦଳ ଛାଡିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି ବୋଲି କହିଛନ୍ତି ସଞ୍ଜୟ ସିଂ। ସେ କହିଛନ୍ତି ଯେ ମନୀଷ ସିସୋଦିଆଙ୍କୁ ‘ଏକନାଥ ସିନ୍ଦେ’ କରିବାକୁ ବିଜେପି ଚେଷ୍ଟା କରିଛି, କିନ୍ତୁ ଉଦ୍ୟମ ବିଫଳ ହୋଇଛି। ବିଜେପି ସଦସ୍ୟମାନେ AAP ବିଧାୟକଙ୍କୁ ଧମକ ଦେଉଛନ୍ତି।  ଆମର ୨୦ କୋଟି ଟଙ୍କା ଅଫର ନିଅ ନଚେତ ସିସୋଦିଆଙ୍କ ଭଳି ସିବିଆଇ ମାମଲାର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ରୁହ ବୋଲି ବିଜେପି କହିଥିବା ନେଇ ଅଭିଯୋଗ ଆଣିଛନ୍ତି ସଞ୍ଜୟ ସିଂ।

ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ଅନ୍ୟ ଚାରିଜଣ AAP ବିଧାୟକ କିପରି ବିଜେପି ନେତାମାନେ ସେମାନଙ୍କ ସହ ଯୋଗାଯୋଗ କରିଥିଲେ ତାହା ବର୍ଣ୍ଣନା କରିଥିଲେ।
Published by:Soumya Das
First published: