କୋରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ପ୍ରଥମ ଭାରତୀୟ ରୋଗୀ ଚିହ୍ନଟ; ଚିକିତ୍ସା ପାଇଁ ଆବଶ୍ୟକ ୧ କୋଟି ଟଙ୍କା

ମାହେଶ୍ବରୀ ଇଣ୍ଟରନ୍ୟାସନାଲ ସ୍କୁଲ ଅଫ ସାଇନ୍ସ ଆଣ୍ଡ ଟେକ୍ନୋଲଜି ଶେଞ୍ଜନରେ ଏକ ପ୍ରାଥମିକ କଳା ବିଦ୍ୟାଳୟରେ ଶିକ୍ଷକ ଅଛନ୍ତି । କୋରୋନା ଭାଇରସ ନିମୋନିଆ ଟାଇପ ୧ରେ ସେ ପିଡ଼ିତ ଅଛନ୍ତି ।

କୋରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ପ୍ରଥମ ଭାରତୀୟ ରୋଗୀ ଚିହ୍ନଟ; ଚିକିତ୍ସା ପାଇଁ ଆବଶ୍ୟକ ୧ କୋଟି ଟଙ୍କା
ହସ୍ପିଟାଲରେ ଚିକିତ୍ସିତ ହେଉଥିବା ପ୍ରୀତି ମାହେଶ୍ବରୀ(ସାଭାର-ଇମ୍ପାକ୍ଟ ଗୁରୁ)
  • News18 Odia
  • Last Updated: January 25, 2020, 12:34 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: କୋରୋନା ଭାଇରସରେ ପିଡ଼ିତ ଲୋକମାନେ ଜୀବନ ସହ ସଂଘର୍ଷ କରୁଥିବାବେଳେ ଏହି ଭାଇସରରେ ପିଡ଼ିତ ପ୍ରଥମ ଭାରତୀୟ ରୋଗୀ ଚିହ୍ନଟ ହୋଇଥିବାବେଳେ ଚିକିତ୍ସା ଲାଗି ଆର୍ଥିକ ସହାୟତା ପାଇଁ ସେ ଭାରତରେ ପହଞ୍ଚିଛନ୍ତି । ପ୍ରିତି ମାହେଶ୍ବରୀଙ୍କ ଚିକିତ୍ସା ଖର୍ଚ୍ଚ ଲାଗି ୧ କୋଟି ଆବଶ୍ୟକ ହେଉଥିବାବେଳେ ସେ ଏତେ ପରିମାରଣର ଅର୍ଥ ଜୁଟାଇବାରେ ଅସମର୍ଥ । ତାଙ୍କ ଭାଇ ମନୀଷ ଥାପ୍ପା  ଯିଏକି ଇ-କମର୍ସ ସାଇଟ ଆମାଜନରେ ବେଙ୍ଗାଲୁରୁରେ କାର୍ଯ୍ୟରତ ଅଛନ୍ତି ଆର୍ଥିକ ସହାୟତା ଲାଗି ବେଜିଂରେ ଥିବା ଭାରତୀୟ ଦୂତାବାସରେ ପହଞ୍ଚି ଆର୍ଥିକ ସହାୟତା ଲାଗି ନିବେଦନ କରିଛନ୍ତି । ଏହା ସହ ସେ ଏକ ଭାରତରେ ଏକ ହେଲଥକେୟାର କ୍ରାଉଡ ଫଣ୍ଡିଂ ପ୍ଲାଟଫର୍ମ ସହିତ ସମ୍ପର୍କରେ ଅଛନ୍ତି ଯିଏ ତାଙ୍କର ହସ୍ପିଟାଲ ଖର୍ଚ୍ଚ ପାଇଁ ପାଣ୍ଠି ଯୋଗାଡ଼ କରୁଛି ।

ମାହେଶ୍ବରୀ ଚୀନର ଶେଞ୍ଜନରେ ଇଣ୍ଟରନ୍ୟାସନାଲ ସ୍କୁଲ ଅଫ ସାଇନ୍ସ ଆଣ୍ଡ ଟେକ୍ନୋଲଜି ଏକ ପ୍ରାଥମିକ କଳା ବିଦ୍ୟାଳୟରେ ଶିକ୍ଷକ ଅଛନ୍ତି । କୋରୋନା ଭାଇରସ ନିମୋନିଆରେ ସେ ପିଡ଼ିତ ହେବାରୁ ଶ୍ବାସକ୍ରିୟା ସ୍ବାଭାବିକ ନ ହୋଇ ଲିଭର, କିଡନୀ ଏବଂ ହାର୍ଟ କାମ କରିବା ବନ୍ଦ କରିଦେଇଛି ଏବଂ ସେ କୋମାକୁ ଚାଲିଯାଇଛନ୍ତି । ଚୀନର ଶେଞ୍ଜନର ଏକ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ତାଙ୍କୁ ବର୍ତ୍ତମାନ ଭେଣ୍ଟିଲେଟରରେ ରଖାଯାଇ ତାଙ୍କର ଡାଇଲିସିସ୍ ଏବଂ ରକ୍ତ ପରିବର୍ତ୍ତନ କରାଯାଉଛି ।

ଯେବେଠୁ ହସ୍ପିଟାଲରେ ଆଡମିଟ ହୋଇଛନ୍ତି ସେବେଠାରୁ ତାଙ୍କର ଚିକିତ୍ସା ଖର୍ଚ୍ଚ ପ୍ରତିଦିନ ବଢ଼ିଚାଲିଛି । ବର୍ତ୍ତମାନ ତାଙ୍କର ଚିକିତ୍ସା ଖର୍ଚ୍ଚ ଲା ୧୦ ଲକ୍ଷ ଚାଇନିଜ ୟୁଆନ ମାନେ ଭାରତୀୟ ମୁଦ୍ରାରେ ୧ କୋଟି ଟଙ୍କା ଆବଶ୍ୟକ  ବୋଲି ଜଣାପଡ଼ିଛି । ଭଉଣୀଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବା ଲାଗି ତାଙ୍କ ଭାଇ ହେଲଥକେୟାର ଫଣ୍ଡିଂ ପ୍ଲାଟଫର୍ମ ଇମ୍ପାକ୍ଟ ଗୁରୁର ସହାୟତା ନେଇଛନ୍ତି । ଏହି ସଂସ୍ଥା ପକ୍ଷରୁ ୧୫.୨୭ ଲକ୍ଷ ଟଙ୍କା ୪୧୦ ଜଣ ଡୋନରଙ୍କ ପାଖରୁ ଯୋଗାଡ଼ କରାଯାଇସାରିଛି ।

ପ୍ରୀତିଙ୍କ ସ୍ବାସ୍ଥ୍ୟରେ ବର୍ତ୍ତମାନ ଉନ୍ନତି ଦେଖାଦେବା ସହ ତାଙ୍କର ହାର୍ଟରେଟ ନର୍ମାଲ ହୋଇଛି  ଏବଂ ସେ ନର୍ମାଲ ଅବସ୍ଥାକୁ ଆସୁଥିବା ଏମ୍ଆରଆଇରୁ ଜଣାପଡ଼ିଛି । ତଥାପି ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି ଏବଂ ଭଲ ହେବାକୁ କିଛି ସମୟ ଲାଗିବ । ଆବଶ୍ୟକ ହେଲେ ତାଙ୍କୁ ଭାରତକୁ ଶିଫ୍ଟ କରାଯାଇପାରେ ବୋଲି ଥାପ୍ପା କହିଛନ୍ତି ।

ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି ଯେ, ହୁବେଇ ପ୍ରାନ୍ତରେ ଥିବା ଭାରତୀୟମାନଙ୍କର ସମ୍ପର୍କୀୟମାନଙ୍କଠାରୁ  କୋରୋନା ଭାଇରସ ସଂକ୍ରମଣ ନେଇ ଅନେକ  ଅଭିଯୋଗ ଏବଂ ପ୍ରଶ୍ନ ମିଳୁଛି । ଏନେଇ ଭାରତୀୟ ଦୂତାବାସ ପକ୍ଷରୁ ବେଜିଂ, ବୁହାନ ଏବଂ ହୁବେଇ ପ୍ରାନ୍ତରେ ରହିଥିବା ଅଧିକାରୀମାନଙ୍କ ସହ ସମ୍ପର୍କ କରାଯାଇଛି ।
First published: January 25, 2020, 12:34 PM IST