ନିଜ ମାଲିକକୁ ହତ୍ୟା କରିଥିବା କୁକୁଡ଼ାକୁ ଥାନାକୁ ଆଣିଲା ପୋଲିସ; ତାକୁ କୋର୍ଟରେ ପେଶ୍ କରିବ

କୁକୁଡ଼ାର ମାଲିକର ମୃତ୍ୟୁ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା ଓ କୁକୁଡ଼ାଟିକୁ ଥାନାକୁ ଆଣି ରଖିଥିଲା । ପୋଲିସ କର୍ମଚାରୀମାନେ ସେହି କୁକୁଡ଼ାର ଯତ୍ନ ବି ନେଇଥିଲେ । ସେମାନେ ତା’ ପାଇଁ ଖାଦ୍ୟର ବ୍ୟବସ୍ଥା ବି କରିଥିଲେ ।

ନିଜ ମାଲିକକୁ ହତ୍ୟା କରିଥିବା କୁକୁଡ଼ାକୁ ଥାନାକୁ ଆଣିଲା ପୋଲିସ; ତାକୁ କୋର୍ଟରେ ପେଶ୍ କରିବ
ଥାନାରେ ଥିବା କୁକୁଡ଼ାକୁ ମାଲିକର ହତ୍ୟାକାରୀ କୁହାଯାଉଛି । (ଆଇ.ଏ.ଏନ୍‌.ଏସ୍‌. ଫଟୋ)
  • News18 Odia
  • Last Updated: February 28, 2021, 8:16 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ହାଇଦ୍ରାବାଦ: ହଠାତ୍ ନିଜ ମାଲିକଙ୍କୁ ହତ୍ୟା କରିଥିବା ଏକ ଗଞ୍ଜା କୁକୁଡ଼ାକୁ ପୋଲିସ କୋର୍ଟରେ ହାଜର କରିବ । ହତ୍ୟା ଅଭିଯୋଗରେ କୁକୁଡ଼ାକୁ ଗିରଫ କରିଥିବା ଖବର ପ୍ରକାଶ ପାଇବା ପରେ ପୋଲିସ ଏହାକୁ ଅସ୍ୱୀକାର କରିଛି ।

ଏହି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ତେଲେଙ୍ଗାନାର ଜଗତିଆଲ୍‌ ଜିଲ୍ଲାରେ । ଅସଲରେ ଏକ ବେଆଇନ କୁକୁଡ଼ା ଲଢ଼େଇ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଏହି କୁକୁଡ଼ାର ଗୋଡ଼ରେ ବନ୍ଧା ହୋଇଥିବା ଏକ ଛୁରୀ ହଠାତ୍ ତା’ ମାଲିକ ୪୫ ବର୍ଷୀୟ ଥାନୁଗୁଲା ସତୀଶଙ୍କ ତଳି ପେଟରେ ଲାଗିଥିଲା ଓ ସେହି ସ୍ଥାନକୁ କାଟି ଦେଇଥିଲା (rooster kills owner)।

ଏହା ବି ପଢ଼ନ୍ତୁ ଫଟୋ ଦେଖନ୍ତୁ | ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ବୋହୂ ଲିପ୍ସା ପ୍ରଧାନ ସରକାରୀ ଅର୍ଥ ହଡ଼ପ କରିଛନ୍ତି: ବିଜେପି

କୁକୁଡ଼ାର ମାଲିକ ସତୀଶ କୁକୁଡ଼ାଟିକୁ ବେଆଇନ କୁକୁଡ଼ା ଲଢ଼େଇ ପାଇଁ ଆଣିଥିଲେ, କିନ୍ତୁ କୁକୁଡ଼ାଟି ନିଜକୁ ମୁକ୍ତ କରିବାକୁ ଚେଷ୍ଟା କରିଥିଲା ଓ ସେହି ସମୟରେ ଦୁର୍ଘଟଣା ବଶତଃ ସତୀଶଙ୍କ ତଳି ପେଟରେ ଛୁରୀ ଲାଗିଥିଲା । ଏହି ଘଟଣା ଫେବୃଆରୀ ୨୨ ତାରିଖ ଦିନ ଲୋଥୁନୁର ଗ୍ରାମରେ ଘଟିଥିଲା (Telangana murder by rooster) ।

କୁକୁଡ଼ା ଲଢ଼େଇ ପାଇଁ ଆସିଥିବା କୁକୁଡ଼ାର ଗୋଡରେ ବନ୍ଧା ହୋଇଥିବା ଛୁରୀ ସତୀଶଙ୍କ ତଳି ପେଟ କାଟି ଦେବାରୁ ସେ ଗୁରୁତର ଭାବେ ଆହତ ହୋଇଥିଲେ । ଅତ୍ୟଧିକ ରକ୍ତସ୍ରାବ ହେଉଥିବା ସମୟରେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ହେଲେ ସେଠାରେ ପହଞ୍ଚିବା ମାତ୍ରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ।

ଏହା ବି ପଢ଼ନ୍ତୁ | ଫେସବୁକରେ ଲାଇଭ୍ ଆତ୍ମହତ୍ୟା କଲେ ଢେଙ୍କାନାଳ ଯୁବକ; ଭାଉଜ ଅନ୍ୟମାନଙ୍କୁ ଦୋଷ ଦେଲେ

ତେଲେଙ୍ଗାନାରେ କୁକୁଡ଼ା ଲଢ଼େଇ ନିଷେଧ ଅଛି, ହେଲେ କିଛି ଲୋକ ଗୁପ୍ତରେ ଗାଁର ୟେଲାମା ମନ୍ଦିର ନିକଟରେ ଏକ କୁକୁଡ଼ା ଲଢ଼େଇ ଆୟୋଜନ କରିଥିଲେ ।

କୁକୁଡ଼ାର ମାଲିକର ମୃତ୍ୟୁ ପରେ ଗୋଲାପଲ୍ଲୀ ପୋଲିସ ଅନୁସନ୍ଧାନ ଆରମ୍ଭ କରିଥିଲା ଓ କୁକୁଡ଼ାଟିକୁ ଥାନାକୁ ଆଣି ସେଠାରେ ରଖିଥିଲା । ପୋଲିସ କର୍ମଚାରୀମାନେ ସେହି କୁକୁଡ଼ାର ଯତ୍ନ ବି ନେଇଥିଲେ । ସେମାନେ ତା’ ପାଇଁ ଖାଦ୍ୟର ବ୍ୟବସ୍ଥା ବି କରିଥିଲେ ।

ଏହା ବି ପଢ଼ନ୍ତୁ | ଯୁକ୍ତ୨ର ନୂଆ ପ୍ରଶ୍ନ ପତ୍ର ଢାଞ୍ଚା ଉପରେ ଉଠିଲା ପ୍ରଶ୍ନ; ଶିକ୍ଷକ ସଙ୍ଘ ଶିକ୍ଷାବିତମାନେ ବିରୋଧ କଲେ

ପୋଲିସ ଷ୍ଟେସନରେ ବନ୍ଧା ହୋଇଥିବା କୁକୁଡ଼ାର ଭିଜୁଆଲ ଦେଖାଇ ଶୁକ୍ରବାର ଦିନ କିଛି ନ୍ୟୁଜ ଚ୍ୟାନେଲ ନିଜ ରିପୋର୍ଟରେ କହିଥିଲେ ଯେ କୁକୁଡ଼ାଟିକୁ ପୋଲିସ ଗିରଫ କରିଛି । ତେବେ ପୋଲିସ ମନା କରିଦେଇଛି ଯେ କୁକୁଡ଼ାକୁ ଗିରଫ କରାଯାଇଛି କିମ୍ବା ସେ ପୋଲିସ ହେପାଜତରେ ଅଛି ।



‘‘କୁକୁଡ଼ାଟିକୁ ଗିରଫ କରାଯାଇ ନାହିଁ କିମ୍ବା ଅଟକ ବି ରଖାଯାଇ ନାହିଁ । କୁକୁଡ଼ାଟିର ସୁରକ୍ଷା ପାଇଁ ପୋଲିସ ତାକୁ ଥାନାକୁ ଆଣିଥିଲା । ତାକୁ ନିକଟସ୍ଥ କୁକୁଡ଼ା ଫାର୍ମକୁ ସ୍ଥାନାନ୍ତର କରାଯାଇଛି,’’ କହିଛନ୍ତି ଗୋଲାପଲ୍ଲୀ ଷ୍ଟେସନ ହାଉସ ଅଫିସର ବି ଜୀୱନ । ସେ କହିଛନ୍ତି ଯେ ଏହି ଅପମୃତ୍ୟୁ ମାମଲାରେ କୁକୁଡ଼ାକୁ କୋର୍ଟରେ ପ୍ରଡ୍ୟୁସ୍‌ କରାଯାଇପାରେ । (ଆଇ.ଏ. ଏନ୍.ଏସ୍‌.)
Published by: Anand Shankar Thankur Das
First published: February 28, 2021, 8:16 PM IST