News 18 Odia Digital
Health tips; ଥଣ୍ଡାରୁ ରକ୍ଷା ପାଇବା ପାଇଁ ଲୋକମାନେ ଗରମ ପୋଷାକ ବ୍ୟବହାର କରିବା ଆରମ୍ଭ କରିଲେଣି । ଦିଲ୍ଲୀ ଏନସିଆର ସମେତ ଉତ୍ତର ଭାରତରେ ଶୀତ ବୃଦ୍ଧି ହେବାର ପୂର୍ବାନୁମାନ ରହିଛି ଓ ଲୋକମାନେ ଏଥିପାଇଁ ଘରକୁ ଗରମ ରଖିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରୁଛନ୍ତି । ଏଭଳି ପରିସ୍ଥିତିରେ ପ୍ରତ୍ୟେକ ଘରକୁ ଉତ୍ତାପ ରଖିବା ପାଇଁ ବ୍ୟବସ୍ଥା କରାଯାଉଛି । ଯେଉଁମାନଙ୍କର ରୁମ୍ ହିଟର ନାହିଁ ଓ ସେମାନେ ଏକ ନୂଆ ହିଟର କିଣିବାକୁ ଯୋଜନା କରୁଛନ୍ତି । ଏପରି ସ୍ଥିତିରେ, ଆମେ ଆପଣଙ୍କୁ ଜଣାଇବୁ ଏକ ନୂଆ ହିଟର କିଣିବାବେଳେ କେଉଁ ଜିନିଷଗୁଡିକ ଧ୍ୟାନରେ ରଖିବାକୁ ହେବ, ଯାହା ଦ୍ୱାରା ଆପଣଙ୍କୁ ଅଧିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ନାହିଁ ।
ପ୍ରଥମେ ରୁମ୍ ହିଟର ବିଷୟରେ ଜାଣନ୍ତୁରୁମ୍ ହିଟର ସାଧାରଣତଃ ଦୁଇ ପ୍ରକାରର - କନଭେକ୍ସନ୍ ଓ ରେଡିଏଣ୍ଟ । ଆପଣ ନିଜର ଆବଶ୍ୟକତା ଅନୁଯାୟୀ ଏହାକୁ ବାଛି ପାରିବେ । ଯଦି ଆପଣ ଚାହାଁନ୍ତି ଯେ ପୁରା କୋଠରୀଟି ଦୀର୍ଘ ସମୟ ପର୍ଯ୍ୟନ୍ତ ଗରମ ରହୁ, ତେବେ କନଭେକସନ ହିଟର ଆପଣଙ୍କ ପାଇଁ ସର୍ବୋତ୍ତମ ହେବ । ଯଦି ଆପଣ ଟାର୍ଗେଟ୍ ହିଟିଂ ମାନେ ସୋଫା କିମ୍ବା ଚେୟାର ଇତ୍ୟାଦି ଗରମ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ରେଡ଼ିଏଣ୍ଟ ହିଟର କିଣିବା ଉଚିତ ।
ଘରର କ୍ଷେତ୍ର ଅନୁଯାୟୀ ପସନ୍ଦଯେତେବେଳେ ଆପଣ ଏକ ହିଟର କିଣିବାକୁ ଯାଉଛନ୍ତି, ପ୍ରଥମେ ଚିନ୍ତା କରନ୍ତୁ ଆପଣ କେଉଁ କୋଠରୀ ପାଇଁ ଏହାକୁ ନେବାକୁ ଯାଉଛନ୍ତି ଓ ସେହି କୋଠରୀଟି ବଡ଼ କି ଛୋଟ । ଛୋଟ କୋଠରୀ ପାଇଁ ଆପଣ ଏକ କମ୍ ୱାଟ ହିଟର ମଧ୍ୟ ବ୍ୟବହାର କରିପାରିବେ । ଏକ ବଡ଼ କୋଠରୀ ପାଇଁ ୧୫୦୦ ୱାଟ ହିଟର ଯଥେଷ୍ଟ ହୋଇପାରେ । ଆପଣ ହିଟର ପ୍ରକାର ଅନୁଯାୟୀ ଏହାକୁ ବାଛିପାରିବେ ।
ସୁରକ୍ଷାର ରଖନ୍ତୁ ଧ୍ୟାନ- ଏହା ମନେ ରଖିବା ଜରୁରୀ ଯେ ଆପଣ ସେଗୁଡ଼ିକୁ ସୁରକ୍ଷିତ ଭାବରେ ବ୍ୟବହାର କରୁଛନ୍ତି ।
- କମ୍ ୱାଟର ଏକ୍ସଟେନ୍ସନ୍ କର୍ଡ ବ୍ୟବହାର କରନ୍ତୁ ନାହିଁ, ଏହା ଅତ୍ୟଧିକ ଗରମ ହୋଇପାରେ ଏବଂ ନିଆଁ ଲାଗିପାରେ ।
- ହିଟରକୁ କାର୍ପେଟରେ କିମ୍ବା କୌଣସି ଏପରି ଜାଗାରେ ରଖନ୍ତୁ ନାହିଁ ଯେଉଁଠାରେ ଉତ୍ତାପ ବା ନିଆଁ ଲାଗିପାରେ ।
- ସବୁବେଳେ ହିଟରକୁ ଏକ ସୁରକ୍ଷିତ ସ୍ଥାନରେ ରଖନ୍ତୁ ।
- ଏପରି ହିଟର କିଣନ୍ତୁ ଯାହା ଅତ୍ୟଧିକ ଗରମ ହେଲେ ବନ୍ଦ ହୋଇଯିବ ।
- ତାପମାତ୍ରାକୁ ମଧ୍ୟମ ସ୍ତରରେ ରଖନ୍ତୁ ।
- ପିଲାମାନଙ୍କୁ ହିଟର ସହିତ କୋଠରୀରେ ଏକୁଟିଆ ଛାଡନ୍ତୁ ନାହିଁ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।