କଂଗ୍ରେସର ଭାରତ ଯୋଡ଼ ଯାତ୍ରାରେ ସାମିଲ ହେଲେ ରୋହିତ ଭେମୁଲାଙ୍କ ମାଆ; କହିଲେ ଏକତା ଦୃଶ୍ୟମାନ ହେଉଛି

କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଭାରତ ଯୋଡ ଯାତ୍ରା ବର୍ତ୍ତମାନ ତେଲେଙ୍ଗାନାରେ ପହଞ୍ଚିଛି । ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟର ସ୍ୱର୍ଗତ ଦଳିତ ଛାତ୍ର ରୋହିତ ଭେମୁଲାଙ୍କ ମାଆ ମଧ୍ୟ ମଙ୍ଗଳବାର ସାମିଲ ହୋଇଛନ୍ତି ।

କଂଗ୍ରେସର ଭାରତ ଯୋଡ଼ ଯାତ୍ରାରେ ସାମିଲ ହେଲେ ରୋହିତ ଭେମୁଲାଙ୍କ ମାଆ

କଂଗ୍ରେସର ଭାରତ ଯୋଡ଼ ଯାତ୍ରାରେ ସାମିଲ ହେଲେ ରୋହିତ ଭେମୁଲାଙ୍କ ମାଆ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ; କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଭାରତ ଯୋଡ ଯାତ୍ରା ବର୍ତ୍ତମାନ ତେଲେଙ୍ଗାନାରେ ପହଞ୍ଚିଛି । ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟର ସ୍ୱର୍ଗତ ଦଳିତ ଛାତ୍ର ରୋହିତ ଭେମୁଲାଙ୍କ ମାଆ ମଧ୍ୟ ମଙ୍ଗଳବାର ସାମିଲ ହୋଇଛନ୍ତି । ରୋହିତଙ୍କ ମାଆ ରାଧିକା ଭେମୁଲା ସକାଳେ ପଦଯାତ୍ରାରେ ଯୋଡ଼ି ହୋଇଥିଲେ ।

ଏଜେନ୍ସି ଅନୁଯାୟୀ ରାଧିକା ଭେମୁଲା କହିଛନ୍ତି ଯେ ଭାରତ ଯୋଡ ଯାତ୍ରା ସମ୍ବନ୍ଧରେ ଏକତା ଦୃଶ୍ୟମାନ ହେଉଛି । ପଦଯାତ୍ରାରେ ଯୋଗ ଦେଇ ରାହୁଲ ଗାନ୍ଧିଙ୍କୁ ଭେଟିଥିଲେ । ସମ୍ବିଧାନକୁ ବିଜେପି-ଆରଏସଏସରୁ ବଞ୍ଚାଇବାକୁ ମଧ୍ୟ ଆହ୍ବାନ କରିଥିଲେ । ଏହି ଆଲୋଚନା ସମୟରେ ରାହୁଲ ଗାନ୍ଧିଙ୍କ ସହ ରୋହିତଙ୍କ ପାଇଁ ନ୍ୟାୟ, ରୋହିତ ଆଇନ ପ୍ରଣୟନ, ଉଚ୍ଚ ନ୍ୟାୟପାଳିକାରେ ଦଳିତ ତଥା ଦଳିତ ଶ୍ରେଣୀର ପ୍ରତିନିଧିତ୍ୱ ବୃଦ୍ଧି ସମେତ ସମସ୍ତଙ୍କ ପାଇଁ ଶିକ୍ଷା ଉପରେ ଆଲୋଚନା କରିଥିଲେ ।

ଜାନୁଆରୀ ୧୭ , ୨୦୧୬ ରେ ୨୬ ବର୍ଷୀୟ ଦଳିତ ଛାତ୍ର ରାହୁଲ ଭେମୁଲାଙ୍କ ଦେହାନ୍ତ ପରେ ସାରା ଦେଶରେ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଜାତିବାଦ ବିରୋଧରେ ଆନ୍ଦୋଳନ ହୋଇଥିଲା ।

ଏଥି ସହ ରାହୁଲ ଗାନ୍ଧି ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଦେଶରେ ଦୁଇଟି ବିଚାରଧାରା କାର୍ଯ୍ୟ କରୁଛି । ପ୍ରଥମ ବିଚାରଧାରା, ଏହା ଦୁଇ ଦେଶକୁ ବିଭାଜନ କରିବା ପାଇଁ କାର୍ଯ୍ୟ କରୁଛି । ଦେଶରେ ଘୃଣା ବାଣ୍ଟୁଛି । ଦ୍ୱିତୀୟ ଚିନ୍ତାଧାରା ଦେଶକୁ ଏକଜୁଟ କରିବା ପାଇଁ କାର୍ଯ୍ୟ କରୁଛି । ବିଜେପିର ବିଚରାଧାରା ସହିତ ଲଢିବା ୨ ମିନିଟର କାମ ନୁହେଁ । କିନ୍ତୁ ଭାରତ ଯୋଡ ଯାତ୍ରା ଏହି ଦିଗରେ ଏକ ଭଲ ପଦକ୍ଷେପ ।
Published by:Soubhagya Mishra
First published: