ଭଲ ଖବର: ରୋହିତ ଶର୍ମା ଫିଟ୍ ହେଲେ; ଟେଷ୍ଟ ସିରିଜ୍ ଖେଳିବା ପାଇଁ ଅଷ୍ଟ୍ରେଲିଆ ଯାଇପାରିବେ

ଜାତୀୟ କ୍ରିକେଟ୍ ଏକାଡେମୀ (NCA) ରୋହିତ ଶର୍ମାଙ୍କ ଫିଟନେସ୍ ସମ୍ପର୍କରେ BCCI ନିକଟରେ ନିଜ ଅନ୍ତିମ ରିପୋର୍ଟରେ ସେ ଫିଟ୍ ଅଛନ୍ତି ବୋଲି କହିଛି । ସେ ଜାନୁଆରୀ ୭ରୁ ସିଡନୀରେ ହେବାକୁ ଥିବା ଟେଷ୍ଟରେ ଭାଗ ନେଇପାରିବେ ବୋଲି ଆଶା କରାଯାଉଛି ।

ରୋହିତ ଶର୍ମା (ଫାଇଲ୍ ଫଟୋ)

ରୋହିତ ଶର୍ମା (ଫାଇଲ୍ ଫଟୋ)

  • Share this:
News18 Odia Digital

ନୂଆ ଦିଲ୍ଲୀ: ଟିମ୍ ଇଣ୍ଡିଆ (Team India) ପାଇଁ ଏକ ଖୁସି ଖବର ଆସିଛି । ରୋହିତ ଶର୍ମା (Rohit Sharma) ଫିଟ୍ ହୋଇଯାଇଛନ୍ତି । ସେ ଏବେ ଅଷ୍ଟ୍ରେଲିଆ ବିପକ୍ଷରେ ହେବାକୁ ଥିବା ଶେଷ ଦୁଇଟି ଟେଷ୍ଟ ମ୍ୟାଚ୍ (India vs Australia) ଖେଳିପାରିବେ । ଆଘାତ ପାଇ ଅଯୋଗ୍ୟ ଘୋଷିତ ହୋଇଥିବାରୁ ରୋହିତ ଅଷ୍ଟ୍ରେଲିଆ ଗସ୍ତରେ ଯାଇପାରି ନ ଥିଲେ ।

ଜାତୀୟ କ୍ରିକେଟ୍ ଏକାଡେମୀ (NCA) ରୋହିତଙ୍କ ଫିଟନେସ୍ ସମ୍ପର୍କରେ ବିସିସିଆଇ (BCCI) ନିକଟରେ ନିଜ ଅନ୍ତିମ ରିପୋର୍ଟ ଦାଖଲ କରିଛି । ଏହି ରିପୋର୍ଟ ଅନୁଯାୟୀ ରୋହିତ ଫିଟ୍ ଅଛନ୍ତି ଓ ସେ ଏବେ ଅଷ୍ଟ୍ରେଲିଆ ଗସ୍ତରେ (Ind vs Aus) ଯାଇପାରିବେ । ରୋହିତ ବର୍ତ୍ତମାନ ମୁମ୍ବାଇରେ ଅଛନ୍ତି ।

ଏହା ବି ପଢ଼ନ୍ତୁ | ଝିଅକୁ ଅନଲାଇନ୍ କ୍ଲାସ୍ ପାଇଁ ବାପା ନିଜ ଫୋନ୍ ଦେଲେ; ଅନ୍ୟ ମହିଳାଙ୍କ ସହ ସମ୍ପର୍କ ଧରାପଡ଼ିଗଲା

ଆସନ୍ତା ଦୁଇ ଦିନ ମଧ୍ୟରେ ରୋହିତଙ୍କ ଅଷ୍ଟ୍ରେଲିଆ ଯିବା ନେଇ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଉଛି । ଏହା ବି ଖବର ଆସିଛି ଯେ ରୋହିତ ଶର୍ମା ଡିସେମ୍ବର ୧୩ରେ ମୁମ୍ବାଇରୁ ଦୁବାଇ ଅଭିମୁଖେ ଯାତ୍ରା କରିବେ ଓ ପରେ ସେଠାରୁ ସିଡନୀକୁ ଉଡ଼ିବେ । ତେବେ ବିସିସିଆଇରୁ ଏ ପର୍ଯ୍ୟନ୍ତ ଏ ବିଷୟରେ କୌଣସି ସରକାରୀ ବିବୃତ୍ତି ଆସି ନାହିଁ ।

ଏବେ ବିଶ୍ୱବ୍ୟାପୀ କରୋନା ଭାଇରସ୍‌ (Coronavirus) ସଂକ୍ରମଣ ହେତୁ ଟିମ୍ ଇଣ୍ଡିଆକୁ ଅଷ୍ଟ୍ରେଲିଆର ବାୟୋ ବବଲରେ ରଖାଯାଇଛି । ଅର୍ଥାତ୍ ଦଳର ଖେଳାଳିମାନେ ଅଲଗା ରହୁଛନ୍ତି । ସେମାନଙ୍କୁ ଗୋଷ୍ଠୀ ବାହାରେ କୌଣସି ସ୍ଥାନକୁ ଯିବାକୁ ଅନୁମତି ମିଳୁନାହିଁ । ଅଷ୍ଟ୍ରେଲୀୟ ସରକାରୀ ଗାଇଡଲାଇନ ଅନୁଯାୟୀ ଜଣେ ଖେଳାଳିଙ୍କୁ ୧୪ଦିନ କ୍ୱାରାଣ୍ଟିନରେ ରହିବାକୁ ପଡ଼ିବ । ତା’ପରେ ହିଁ ତାଙ୍କୁ ବାହାରକୁ ଆସିବାକୁ ଅନୁମତି ଦିଆଯିବ ।

ଏହା ବି ପଢ଼ନ୍ତୁ | ଯେବେ ଗବ୍ବର ସିଂ ବେଶରେ ବିସ୍କୁଟ ବିକ୍ରି କରିବାକୁ ରାଜି ହୋଇଥିଲେ ଅଭିନେତା ଅମଜାଦ୍ ଖାନ୍

ଏହି କାରଣରୁ ରୋହିତ ଶର୍ମା ଯଦି ୧୫ ଡିସେମ୍ବର ସୁଦ୍ଧା ଅଷ୍ଟ୍ରେଲିଆରେ ପହଞ୍ଚନ୍ତି, ତଥାପି ତାଙ୍କୁ ଅତି କମରେ ୩୦ ଡିସେମ୍ବର ପର୍ଯ୍ୟନ୍ତ କ୍ୱାରେଣ୍ଟିନରେ ରହିବାକୁ ପଡ଼ିବ । ଏଭଳି ପରିସ୍ଥିତିରେ ସେ ଜାନୁଆରୀ ୭ରୁ ସିଡନୀରେ ଅନୁଷ୍ଠିତ ହେବାକୁ ଥିବା ଟେଷ୍ଟରେ ଅଂଶ ଗ୍ରହଣ କରିପାରିବେ ବୋଲି ଆଶା କରାଯାଇପାରେ ।

ଗତ ମାସରେ ରୋହିତଙ୍କୁ ହ୍ୟାମଷ୍ଟ୍ରିଙ୍ଗ୍‌ ଆଘାତ (hamstring injury) କାରଣରୁ ଅଷ୍ଟ୍ରେଲିଆ ଗସ୍ତର ଦୁଇଟି ଟେଷ୍ଟରୁ ମ୍ୟାଚରୁ ବାଦ୍ ଦିଆଯାଇଥିଲା । ତାଙ୍କୁ ଆଇପିଏଲରେ (IPL) ଏହି ଆଘାୟ ଲାଗିଥିଲା । ଏହା ପରେ ସେ ଏନସିଏ ଯାଇଥିଲେ । ରୋହିତଙ୍କ ଆଘାତକୁ ନେଇ ନିକଟରେ ଅନେକ ଗଣ୍ଡଗୋଳ ହୋଇଥିଲା ।



ବିରାଟ କୋହଲି (Virat Kohli) ଅଷ୍ଟ୍ରେଲିଆରେ କହିଥିଲେ ଯେ ରୋହିତଙ୍କ ଆଘାତକୁ ନେଇ ତାଙ୍କୁ ଅନ୍ଧାରରେ ରଖାଯାଇଥିଲା । ସେ ଏହା ମଧ୍ୟ କହିଥିଲେ ଯେ ରୋହିତ କାହିଁକି ଅଷ୍ଟ୍ରେଲିଆ ଗସ୍ତରେ ଆସିନାହାଁନ୍ତି ସେ ବିଷୟରେ ତାଙ୍କର କୌଣସି ଧାରଣା ନାହିଁ । ଏହା ପରେ ବିସିସିଆଇ ଏକ ବିବୃତ୍ତି ଜାରି କରି ରୋହିତଙ୍କ ଆଘାତ ବିଷୟରେ ସ୍ପଷ୍ଟ କରିଥିଲା ।
Published by:Anand ST Das
First published: