ଆରଜେଡି ବୈଠକ (ପ୍ରତୀକାତ୍ମକ ଛବି)
- News18 Odia
- Last Updated :
- Other, India
News18 Odia Digital
ନୂଆ ଦିଲ୍ଲୀ: ବିରୋଧୀ ଦେଶର ଅନେକ ସ୍ଥାନରେ ଏକଜୁଟ ହେବା ଆରମ୍ଭ କରିଛନ୍ତି ଓ ୨ରୁ ୩୦୩ଟି ଆସନରୁ ବିଜେପିର ଯାତ୍ରା ୨୦୨୪ରୁ ବିପରୀତ ଦିଗକୁ ଯିବା ଆରମ୍ଭ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଜନୀତି ପରାସ୍ତ ହେବ। ରବିବାର ଦିନ ଦିଲ୍ଲୀରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଦାବି କରିଛି ଆରଜେଡି।
ଆରଜେଡି ବୈଠକରେ ଦଳର ମୁଖ୍ୟ ଲାଲୁ ପ୍ରସାଦ ଓ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ମଧ୍ୟ ଉପସ୍ଥିତ ଥିଲେ। ତେବେ ଆରଜେଡିର ବିହାର ୟୁନିଟ୍ ମୁଖ୍ୟ ଜଗଦାନନ୍ଦ ସିଂ ଏହି ବୈଠକରେ ଯୋଗ ଦେଇ ରାଜ୍ୟରେ ଦଳ ସଂଗଠନରେ ପରିବର୍ତ୍ତନ ହେବା ନେଇ ଯେଉଁ କଳ୍ପନା ଜଳ୍ପନା ହେଉଛି ତାହାର କାରଣ କହିଥିଲେ। ଜଗଦାନନ୍ଦ ସିଂଙ୍କ ପୁଅ ସୁଧାକର ସିଂ ନୀତିଶ ସରକାରରୁ ଇସ୍ତଫା ଦେବାକୁ ବାଧ୍ୟ ହେବା ପରେ ସେ ରାଗିଥିବା କୁହାଯାଉଛି।
୨୦୨୪ ମସିହାରେ ବିରୋଧୀ ଶିବିରକୁ ନେତୃତ୍ୱ ନେବାକୁ କୌଣସି ନାମ ଉପରେ ଆଲୋଚନା କରାଯାଇଥିଲା କି ବୋଲି ପଚରାଯିବାରୁ ଜଣେ ବରିଷ୍ଠ ନେତା କହିଛନ୍ତି, "ଆମେ ସାମ୍ପୁ କିଣୁ ନାହୁଁ ଯାହା କାମ କରିବ ଓ ତାହା କାମ ନାହିଁ କରିବ। ଗତ ଆଠ ବର୍ଷ ମଧ୍ୟରେ କେନ୍ଦ୍ର ରାଜନୀତିର ଫଳାଫଳ ଦେଖିଛୁ, ଯାହା ସମସ୍ତ ଜିନିଷକୁ ନଷ୍ଟ କରିଦେଇଛି ବୋଲି ଆରଜେଡି ନେତା ମତ ରଖିଛନ୍ତି।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।