Rising india: ପ୍ରଧାନମନ୍ତ୍ରୀ ମୋଦି ଦେଶର ହିରୋ ନମ୍ବର ୱାନ ! କହିଲେ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ

ନ୍ୟୁଜ୍18 ନେଟୱାର୍କର ଦୁଇ ଦିନିଆ ଲିଡରସିପ କନକ୍ଲେଭ 'ରାଇଜିଂ ଇଣ୍ଡିଆ  ୨୦୨୩'ରେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି ଯେ, ସେ ବାଲ୍ୟକାଳରୁ ବାଜପେୟୀ ଜୀଙ୍କ ଦ୍ବାରା ଅନୁପ୍ରାଣିତ ହୋଇଥିଲେ ।

ପ୍ରଧାନମନ୍ତ୍ରୀ ମୋଦି ଦେଶର ହିରୋ ନମ୍ବର ୱାନ ! କହିଲେ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ

ପ୍ରଧାନମନ୍ତ୍ରୀ ମୋଦି ଦେଶର ହିରୋ ନମ୍ବର ୱାନ ! କହିଲେ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ: କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ବୁଧବାର କହିଛନ୍ତି, ସେ ବାଲ୍ୟକାଳରୁ ବାଜପେୟୀ ଜୀ (ଅଟଳ ବିହାରୀ ବାଜପେୟୀ) ଙ୍କ ଦ୍ବାରା ଅନୁପ୍ରାଣିତ ହୋଇଥିଲେ ଓ ସର୍ବଦା ରାଷ୍ଟ୍ରୀୟ ସ୍ବୟଂସେବକ ସଂଗଠନ (ଆରଏସଏସ) ଦ୍ୱାରା ପ୍ରଭାବିତ ହୋଇଥିଲେ। ସେ ନ୍ୟୁଜ୍18 ନେଟୱାର୍କର (news 18 network) ଦୁଇ ଦିନିଆ ଲିଡରସିପ କନକ୍ଲେଭ 'ରାଇଜିଂ ଇଣ୍ଡିଆ  ୨୦୨୩' ରେ ଏହି କଥା କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଏହା ମଧ୍ୟ କହିଛନ୍ତି, 'ଯେତେବେଳେ ଅମିତ ଶାହା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (pm modiji)ଙ୍କ ସହିତ ବସିବାର ସୁଯୋଗ ମିଳିଥାଏ, ସେତେବେଳେ ବହୁତ ଭଲ ଲାଗେ । ବ୍ୟକ୍ତିଙ୍କ ବିଷୟରେ ଯଦି କହିବା, ତେବେ ପିଏମ ମୋଦୀ ନମ୍ବର ୧, ସେ ହିରୋ ନମ୍ବର ୧, ସେ ଦେଶକୁ ଆଗକୁ ନେବା କାର୍ଯ୍ୟ କରିଛନ୍ତି। ପୀୟୁଷ ଗୋୟଲ ଆହୁରି କହିଛନ୍ତି, "ଆଜି ଲୋକମାନେ ସନ୍ତୁଷ୍ଟ ଅଛନ୍ତି ଯେ, ଆମର ଦୁର୍ନୀତି ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରୁଛୁ । ଲୋକଙ୍କ ମନରେ ରାଜନୀତିକୁ ନେଇ ପରିବର୍ତ୍ତନ ଆସିଛି।

କଂଗ୍ରେସ ନେତା ରାହୁଲ ଗାନ୍ଧି (rahul gandhi)ଙ୍କ ବିବାଦୀୟ ବିବୃତ୍ତି ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ମଧ୍ୟ ନିଜର ମତ ରଖିଛନ୍ତି। ସେ କହିଛନ୍ତି, 'ରାହୁଲ ଓବିସି ସମ୍ପ୍ରଦାୟଙ୍କୁ ଆଘାତ ଦେଇଛନ୍ତି, ସେମାନଙ୍କ ଭାବନାକୁ ଆଘାତ ଦେଇଛନ୍ତି । ସେ କ୍ଷମା ମାଗିବା ଉଚିତ ବୋଲି କଂଗ୍ରେସ ନେତା ମଧ୍ୟ କହିଛନ୍ତି କିନ୍ତୁ ସେ କ୍ଷମା ମାଗୁ ନାହାଁନ୍ତି।

ରାଇଜିଂ ଇଣ୍ଡିଆର ମଞ୍ଚରେ ପୀୟୁଷ ଗୋୟଲ ରାହୁଲ ଗାନ୍ଧିଙ୍କ ବଙ୍ଗଳା ଖାଲି କରିବା ସହ ଜଡିତ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି, ତାଙ୍କୁ ୩୦ ଦିନ ସମୟ ଦିଆଯାଇଛି, ଯଦି ସେ ଅନୁରୋଧ କରନ୍ତି ତେବେ ଗୃହ କମିଟି ତାଙ୍କୁ ଅଧିକ ସମୟ ଦେଇପାରେ, କିନ୍ତୁ ତାଙ୍କ ପାଖରେ ତ ୩-୩ ଟି ଘର ଅଛି।

କେନ୍ଦ୍ରୀୟ ଅନୁସନ୍ଧାନକାରୀ ଏଜେନ୍ସିର ଅପବ୍ୟବହାର କରାଯାଉଛି ବୋଲି ବିରୋଧୀଦଳଙ୍କ ଅଭିଯୋଗ ଉପରେ ପୀୟୁଷ ଗୋୟଲ କହିଛନ୍ତି, ଯଦି ନିଷ୍ପତ୍ତି ସପକ୍ଷରେ ଅଛି, ତେବେ ଏଜେନ୍ସି ଠିକ ଅଛି, ଆଉ ଯଦି ଏହା ସପକ୍ଷରେ ନାହିଁ ତେବେ ଭୁଲ । ଏପରି ବିବୃତ୍ତି ଦେବା ବିରୋଧୀ ଦଳର କାମ।

ଦେଶ ଆମ ଉପରେ ବିଶ୍ୱାସ କରେ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି । ଆମ ସରକାର ଉତ୍ତର ପୂର୍ବରେ ପୁଣି ଆସିଛି । ଦୁର୍ନୀତି ଉପରେ କଂଗ୍ରେସ ଉପରେ ଆକ୍ରମଣ କରି ସେ କହିଛନ୍ତି, 'ବିରୋଧୀଙ୍କ ଏକ ମିଳିତ ମଞ୍ଚ ଗଠନ ହେଉଛି, ଯେଉଁମାନଙ୍କ ନାଁରେ ଦୁର୍ନୀତି ଅଭିଯୋଗ ଅଛି ସେମାନେ ଏକଜୁଟ ହେଉଛନ୍ତି । ଆଜି ପର୍ଯ୍ୟନ୍ତ ରାହୁଲ ଗାନ୍ଧି ସାତଟି ମାମଲାରେ ଜାମିନ ପାଇଛନ୍ତି, ସେଗୁଡ଼ିକ ଆମ ଅଧୀନରେ ଅଛି । ନ୍ୟାସନାଲ ହେରାଲ୍ଡ ମାମଲାରେ ସେ ଏତେ ବଡ ଦୁର୍ନୀତି କରିଥିଲେ ମଧ୍ୟ ଜାମିନରେ ଆସିଛନ୍ତି ।

ଏହି ଖବର ପଢ଼ନ୍ତୁ -  ଏପ୍ରିଲରୁ UPI କାରବାର ହେବ ମହଙ୍ଗା ! ୨ହଜାରରୁ ଅଧିକ କାରବାର ଉପରେ ପଡ଼ିବ ଚାର୍ଜ !
Published by:Soubhagya Mishra
First published: