ଋଷି କପୁରଙ୍କ ସାନଭାଇ ରାଜୀବ କପୁର ହୃଦଘାତରେ ନିଧନ; ୫୮ ବର୍ଷ ବୟସରେ ନେଲେ ଶେଷ ନିଶ୍ୱାସ
ହୃଦଘାତ ପରେ ରଣଧୀର କପୁର (Randhir Kapoor) ସାନଭାଇ ରାଜୀବ କପୁରଙ୍କୁ (Rajiv Kapoor) ନେଇ ହସ୍ପିଟାଲ ପହଞ୍ଚିଥିଲେ ମଧ୍ୟ ଡାକ୍ତରମାନେ ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ସାନଭାଇଙ୍କ ଦେହାନ୍ତ ହେବାର ଖବରକୁ ମଧ୍ୟ ରଣଧୀର କପୁର ନିଶ୍ଚିତ କରିଛନ୍ତି ।

ଋଷି କପୁରଙ୍କ ସାନଭାଇ ରାଜୀବ କପୁର ହୃଦଘାତରେ ନିଧନ
- News18 Odia
- Last Updated: February 9, 2021, 3:09 PM IST
ମୁମ୍ବାଇ: ସ୍ୱର୍ଗତ ଅଭିନେତା ଋଷି କପୁର ଓ ରଣଧୀର କପୁରଙ୍କ (Randhir Kapoor) ସାନଭାଇ ଭେଟେରାନ୍ ଅଭିନେତା ରାଜୀବ କପୁର (Rajiv Kapoor) ହୃଦଘାତରେ ମୃତ୍ୟୁ ବରଣ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା ଓ ଚେମ୍ବୁରର ଇଲେକ୍ସ ହସ୍ପିଟାଲରେ ସେ ଶେଷ (ରାଜୀବ କପୁର ପାସ୍ ପୱେ) ନିଶ୍ୱାସ ତ୍ୟାଗ କରିଥିଲେ । ରଣଧୀର କପୁର ନିଜ ଭାଇଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେଇଥିଲେ କିନ୍ତୁ ଚିକିତ୍ସା ଆରମ୍ଭ ହେବା ପୂର୍ବରୁ ରାଜୀବ କପୁରଙ୍କ ମୃତ୍ୟୁ ହୋଇ ସାରିଥିଲା ।
ସେ ଆହୁରି ମଧ୍ୟ କହିଛନ୍ତି- 'ମୁଁ ହସ୍ପିଟାଲରେ ଅଛି ଓ ମୋ ସାନଭାଇର ଶବ ନେବାକୁ ଅପେକ୍ଷା କରିଛି ।' ସ୍ୱର୍ଗତ ଅଭିନେତା ଋଷି କପୁରଙ୍କ ପତ୍ନୀ ନୀତୁ କପୁର ମଧ୍ୟ ରାଜୀବ କପୁରଙ୍କ ମୃତ୍ୟୁକୁ ସୋସିଆଲ ମିଡିଆ ମାଧ୍ୟମରେ ନିଶ୍ଚିତ କରିଛନ୍ତି । ସେ ରାଜୀବ କପୁରଙ୍କ ଏକ ଫଟୋ ସେୟାର କରିଛନ୍ତି ।

ଏହା ସହିତ ସେ କ୍ୟାପସନରେ ଲେଖିଛନ୍ତି - 'ରେଷ୍ଟ ଇନ ପିସ' । ନୀତୁ କପୁରଙ୍କ ଏହି ପୋଷ୍ଟ ଉପରେ ମନ୍ତବ୍ୟ ଦେଇ ଇଣ୍ଡଷ୍ଟ୍ରି ଓ ଇଣ୍ଡଷ୍ଟ୍ରି ବାହାରେ ଥିବା ଲୋକମାନେ ରାଜୀବ କପୁରଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରୁଛନ୍ତି ଓ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି ।