ପ୍ରତି ସିରିଜ୍ ପରେ ଋଷଭ ପନ୍ତ ନିଜ କିଟ୍ ବ୍ୟାଗ୍ ଦାନ କରିଦିଅନ୍ତି; ଏହା ପଛରେ କାରଣ ଅଛି
ଖେଳ ପଡ଼ିଆରେ ଋଷଭ ପନ୍ତ (Rishabh Pant) ଯେତିକି ଆକ୍ରମଣାତ୍ମକ ଲାଗନ୍ତି, ପଡ଼ିଆ ବାହାରେ ବାସ୍ତବ ଜୀବନରେ ସେ ସେତିକି ଇମୋସନାଲ୍ । ଅଷ୍ଟ୍ରେଲିଆ ଗସ୍ତରେ ତାଙ୍କ ପ୍ରଦର୍ଶନ ପ୍ରମାଣ କରିଦେଇଛି ସେ ଦଳର ସନ୍ତୁଳନ ପାଇଁ କେତେ ମହତ୍ୱପୂର୍ଣ୍ଣ ।

ଋଷଭ ପନ୍ତ ଅଷ୍ଟ୍ରେଲିଆ ବିରୁଦ୍ଧରେ ଭାରତର ବିଜୟର ହିରୋ ଥିଲେ । (ଫଟୋ: ଏ.ପି.)
- News18 Odia
- Last Updated: January 27, 2021, 10:25 PM IST
ନୂଆ ଦିଲ୍ଲୀ ଭାରତୀୟ କ୍ରିକେଟ୍ ଦଳର (Team India) ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ (Rishabh Pant) ଅଷ୍ଟ୍ରେଲିଆ ଗସ୍ତରେ ପ୍ରମାଣ କରିଦେଇଛନ୍ତି ଯେ କିଛି ମ୍ୟାଚରେ ବିଫଳତା କୌଣସି ଖେଳାଳିଙ୍କ କରିୟର ଶେଷ କରିଦିଏ ନାହିଁ । ପନ୍ତଙ୍କ ପାଇଁ ଗତ ବର୍ଷ କିଛି ବିଶେଷ ନ ଥିଲା । ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ଭାବରେ କେ.ଏଲ୍. ରାହୁଲ (KL Rahul) ସମସ୍ତଙ୍କର ପ୍ରଥମ ପସନ୍ଦ ବୋଲି ଜଣାପଡୁଥିଲା । କିନ୍ତୁ ଏ ଥର ଅଷ୍ଟ୍ରେଲିଆ ଗସ୍ତରେ ପନ୍ତ ପୁଣି ନିଜର ଖେଳ ପ୍ରତିଭାର ପ୍ରମାଣ ଦେଲେ ।
ଅଷ୍ଟ୍ରେଲିଆ ଗସ୍ତରେ ଋଷଭ ପନ୍ତଙ୍କ ପ୍ରଦର୍ଶନ ପ୍ରମାଣ କରିଦେଇଛି ଯେ ସେ ଦଳର ସନ୍ତୁଳନ ପାଇଁ କେତେ ମହତ୍ୱପୂର୍ଣ୍ଣ । ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ଚାରିଟି ମ୍ୟାଚର ଟେଷ୍ଟ୍ ସିରିଜରେ ସେ ତିନୋଟି ମ୍ୟାଚର ପାଞ୍ଚଟି ଇନିଂସରେ ମୋ’ଟ ୨୭୪ ରନ୍ ସଂଗ୍ରହ କରିଥିଲେ ।
ଏହା ବି ପଢ଼ନ୍ତୁ ଓ ଫଟୋ ଦେଖନ୍ତୁ | ଭୁବନେଶ୍ୱର ରମାଦେବୀ ବିଶ୍ବବିଦ୍ୟାଳୟରେ ପଢ଼ୁଥିଲେ ମୟୂରଭଞ୍ଜର ଝିଅ; ତାଙ୍କ ଶବ ମିଳିଲା ଯାଜପୁରରେ
ଏହା ବି ପଢ଼ନ୍ତୁ | ଯୁକ୍ତ୨ର ନୂଆ ପ୍ରଶ୍ନ ପତ୍ର ଢାଞ୍ଚା ଉପରେ ଉଠିଲା ପ୍ରଶ୍ନ; ଶିକ୍ଷକ ସଙ୍ଘ ଓ ଶିକ୍ଷାବିତମାନେ ବିରୋଧ କଲେ
ଇଣ୍ଡିଆ ଟୁଡେକୁ ଦେଇଥିବା ଏକ ସାକ୍ଷାତକାରରେ ପନ୍ତ କହିଛନ୍ତି ଯେ ବିସିସିଆଇର ଚୁକ୍ତିନାମା ପାଇବା ପର ଠାରୁ ସେ ଏମିତି କରିଆସୁଛନ୍ତି । ‘‘ତାରକ ସାର୍ ମୋତେ ବ୍ୟାଟିଂ ଓ କିପିଙ୍ଗ୍ ସହ ଜଡ଼ିତ ସାମଗ୍ରୀ ଦେଉଥିଲେ । ଜୋତା ଓ ବ୍ୟାଟ୍ ବି ଦେଉଥିଲେ । ଆଶିଷ ନେହେରା (Ashis Nehra) ବି କ୍ଲବରେ ଅନେକ ସାମଗ୍ରୀ ମୋତେ ଦେଉଥିଲେ ।ଏହା ଦ୍ୱାରା ମୋତେ ବହୁତ ସାହାଯ୍ୟ ମିଳୁଥିଲା,’’ ସେ କହିଛନ୍ତି ।
‘‘ଯେତେବେଳେ ମୁଁ ଛୋଟ ଥିଲି, ଅନେକ ଲୋକ ମୋତେ କ୍ରିକେଟ୍ ସାମଗ୍ରୀ ଦେଉଥିଲେ । ବର୍ତ୍ତମାନ ମୁଁ ଏମିତି ସ୍ତିତିରେ ଅଛି ଯେଉଁଠି ମୁଁ ଅନ୍ୟମାନଙ୍କୁ ସାହାଯ୍ୟ କରିପାରିବି,’’ କହିଛନ୍ତି ପନ୍ତ ।
ଏହା ବି ପଢ଼ନ୍ତୁ ଓ ଫଟୋ ଦେଖନ୍ତୁ | ଗଞ୍ଜାମରେ ମଦ୍ୟପ ପୁଅ ହାତୁଡ଼ିରେ ପିଟି ପିଟି ନିଜ ମା’କୁ ହତ୍ୟା କଲା; ଗିରଫ ହେଲା
ପନ୍ତ ଅଷ୍ଟ୍ରେଲିଆରେ ଖୁବ୍ ଭଲ ଖେଳି ସମସ୍ତଙ୍କ ହୃଦୟରେ ଘର କରିଛନ୍ତି, ହେଲେ ଏହା ପୂର୍ବରୁ ବି ଭାରତୀୟ କ୍ରିକେଟ୍ ଦଳ ତାଙ୍କ ଠାରୁ ଅନେକ ଆଶା ରଖିଥିଲା, ଯାହା ସେ ପୂରା କରିବାରେ ବିଫଳ ହୋଇଥିଲେ । ଏହା ଉପରେ ସେ କହିଛନ୍ତି ଯେ ସେ ସେଥି ପାଇଁ ପ୍ରତି ଦିନ ଚାପ ଅନୁଭବ କରୁଥିଲେ ।
ଏହା ବି ପଢ଼ନ୍ତୁ | ଭୁବନେଶ୍ବରରେ ସେକ୍ସ ପାଇଁ ସାଇବର୍ ଠକେଇର ଶିକାର ହେଲେ ଇଞ୍ଜିନିଅର୍, ହରେଇଲେ ₹୯୪,୦୦୦
‘‘କିନ୍ତୁ ଏ ସବୁ ତ ଖେଳର ଏକ ଅଂଶ ।ଜଣେ ବ୍ୟକ୍ତି ଭାବରେ ଆପଣ ନିଜ ଉପରେ ବିଶ୍ୱାସ କରିବା ଉଚିତ୍ ।ଯଦି ଆପଣ ଆଗକୁ ବଢ଼ୁଛନ୍ତି ତେବେ ଏହାର ଅର୍ଥ ହେଉଛି ଆପଣ ଉନ୍ନତି କରୁଛନ୍ତି । ସେହି କଷ୍ଟ ସମୟରେ ମୁଁ ଏହା ଶିଖିଛି,’’ ସେ କହିଛନ୍ତି ।
ପନ୍ତ ଆହୁରି କହିଛନ୍ତି, ‘‘ନିଜ ଖେଳ ଉପରେ ଏତେ ଧ୍ୟାନ ଦିଅ ଯେ ତୁମକୁ ଆଉ କିଛି ଦେଖାଯିବ ନାହଁ ।ସୋସିଆଲ ମିଡି଼ଆ ଯୋଗୁଁ ଅନେକ ଥର ଏହା କରିବା କଷ୍ଟକର, କିନ୍ତୁ ମୁଁ ଏଥିରୁ ନିଜକୁ ଅଲଗା କରିଦେଇଥିଲି ।’’