ୱାଲ୍ଡକପ୍ ୨୦୧୯ ସେମିଫାଇନାଲରେ ପରାଜୟକୁ ନେଇ ଋଷଭ ପନ୍ତ ନୀରବତା ଭାଙ୍ଗିଲେ; କହିଲେ - ହୃଦୟ ଭାଙ୍ଗିଥିଲା
ବ୍ରିସବେନ ଟେଷ୍ଟରେ ଚତୁର୍ଥ ଇନିଂସରେ ଅପରାଜିତ ଅର୍ଦ୍ଧ ଶତକ ହାସଲ କରି ଭାରତକୁ ବିଜୟ ଦେଇଥିବା ଋଷଭ ପନ୍ତ ବର୍ତ୍ତମାନ ୱାଲ୍ଡକପ୍ ୨୦୧୯ ସେମିଫାଇନାଲର ପରାଜୟକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ।

ୱାଲ୍ଡକପ୍ ୨୦୧୯ ସେମିଫାଇନାଲରେ ପରାଜୟକୁ ନେଇ ଋଷଭ ପନ୍ତ ନିଜ ପତିକ୍ରିୟା ଦେଲେ
- News18 Odia
- Last Updated: January 24, 2021, 6:06 PM IST
ନୂଆ ଦିଲ୍ଲୀ: ଟିମ୍ ଇଣ୍ଡିଆର ୱିକେଟ୍ କିପର ଋଷଭ ପନ୍ତ (Rishabh Pant) ବ୍ରିସବେନ ଟେଷ୍ଟର ଚତୁର୍ଥ ଇନିଂସରେ ଅପରାଜିତ ୮୯ ସ୍କୋର କରି ଅଷ୍ଟ୍ରେଲିଆ ମୁହଁରୁ ବିଜୟ ଛଡ଼ାଇ ଆଣିଥିଲେ । ପନ୍ତଙ୍କ ଇନିଂସ ଦ୍ୱାରା ଭାରତ ବ୍ରିସବେନରେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ ଦଳକୁ ପରାସ୍ତ କରି ବର୍ଡ଼ର-ଗାଭାସ୍କର ଟ୍ରଫିକୁ ମଧ୍ୟ କବଜା କରିଥିଲା । ବ୍ରିସବେନରେ ଖେଳିଥିବା ଚମତ୍କାର ଇନିଂସ ଯୋଗୁଁ ସମସ୍ତେ ପନ୍ତଙ୍କୁ ସମସ୍ତେ ଅଭିବାଦନ ଜଣାଉଛନ୍ତି । ଆହୁରି ମଧ୍ୟ ପନ୍ତ ସେହି ଦିନକୁ ମନେ ପକଇଛନ୍ତି ଯେତେବେଳେ ସେ ବିଶ୍ୱକପ ୨୦୧୯ ସେମିଫାଇନାଲରେ ଖରାପ ଶଟ୍ ଖେଳିବା ଦ୍ୱାରା ତାଙ୍କୁ ଆଉଟ ହେବାକୁ ପଡିଥିଲା ଓ ଟୁର୍ନାମେଣ୍ଟରୁ ଟିମ୍ ଇଣ୍ଡିଆକୁ ବାଦ ହୋଇଯାଇଥିଲା । ୨୦୧୯ ବିଶ୍ୱକପ୍ ସେମିଫାଇନାଲ ପରାଜୟକୁ ନେଇ ପନ୍ତ ବର୍ତ୍ତମାନ ନିଜର ପ୍ରତିକ୍ରିୟା ରଖିଛନ୍ତି ।
ପନ୍ତଙ୍କ ହୃଦୟ ଭାଙ୍ଗି ଯାଇଥିଲା
ସାକ୍ଷାତକାରରେ ଋଷଭ ପନ୍ତ କହିଛନ୍ତି, 'ଯେତେବେଳେ ମୁଁ ୨୦୧୯ ବିଶ୍ୱକପ୍ ସେମିଫାଇନାଲରେ ଆଉଟ ହୋଇଯାଇଥିଲି, ତାହା ମୋ ପାଇଁ ଏକ ହୃଦୟ ବିଦାରକ ମୁହୂର୍ତ୍ତ ଥିଲା । ଟିମ୍ ଇଣ୍ଡିଆ ପାଇଁ ମୋର କିଛି କରିବାର ସୁଯୋଗ ଥିଲା । ଏତେ ବଡ ସୁଯୋଗ ଆଉ କେବେ ଆସିବ ମୁଁ ଜାଣି ନଥିଲି । " ଋଷଭ ପନ୍ତ ପ୍ରାୟତଃ ଏକ ଖରାପ ସଟ୍ ଖେଳି ଆଉଟ ହେବାର ଅଭିଯୋଗ ହୋଇଥାଏ । ଯେଉଁଥିପାଇଁ ଦଳ ମଧ୍ୟ କ୍ଷତି ସହିଥାଏ । କିନ୍ତୁ ଭାରତୀୟ ଦଳକୁ ଐତିହାସିକ ବିଜୟ ଦେବା ପାଇଁ ପନ୍ତ ବ୍ରିସବେନ୍ରେ ଅପରାଜିତ ୮୯ ରନ୍ କରିଥିଲେ । ପନ୍ତ ତାଙ୍କ ଇନିଂସକୁ ନେଇ କହିଛନ୍ତି, 'ମୁଁ ସବୁବେଳେ କଠିନ ପରିସ୍ଥିତିରେ ଦଳକୁ ଜିତାଇବାକୁ ଚାହୁଁଥିଲି ଓ କିଛି ଅବିଶ୍ୱସନୀୟ କରିବାକୁ ଚାହୁଁଥିଲି । ମୁଁ ନିଜ ପାଇଁ ରନ୍ ସ୍କୋର କରିବାକୁ କେବେ ଭାବି ନ ଥିଲି । ୨୦ ରନର ଏକ ଇନିଂସ ଓ ଭଲ କ୍ୟାଚ୍ ମଧ୍ୟ ଦଳକୁ ମ୍ୟାଚ୍ ଜିତାଇଥାଏ ।"