News18 Odia Digital
ମୁମ୍ବାଇ: ମୁକେଶ ଅମ୍ବାନୀଙ୍କ ନେତୃତ୍ୱାଧୀନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (RRVL) ଶନିବାର ସୂଚନା ଦେଇଛି ଯେ ସିଲଭର ଲେକ୍ ପାର୍ଟନର୍ସ (Silver Lake Partners) ଠାରୁ କମ୍ପାନୀ ୭,୫୦୦ କୋଟି ଟଙ୍କା ପାଇଛି । ଆମେରିକାର କାଲିଫର୍ନିଆର ଏହି ଘରୋଇ ଇକ୍ୱିଟି ଫାର୍ମ (SLP) ରିଲାଏନ୍ସ ରିଟେଲରେ ୧.୭୫ ପ୍ରତିଶତ ଅଂଶଧନ କିଣିଛି । 9 ସେପ୍ଟେମ୍ବରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଘୋଷଣା କରିଥିଲା ଯେ ସିଲଭର ଲେକ୍ ୭,୫୦୦ କୋଟି ଟଙ୍କାରେ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ୍ (RRVL) ର ୧.୭୫ ପ୍ରତିଶତ ଅଂଶଧନ କିଣିବ ।
ନିୟାମକ ଦାଖଲ ସମୟରେରେ କମ୍ପାନୀ ଦେଲା ସୂଚନାଶନିବାର ଦିନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏକ ନିୟାମକପତ୍ରରେ କହିଛି ଯେ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ୍ ସିଲଭର ଲେକ୍ ପାର୍ଟନର୍ସ ଠାରୁ ୭,୫୦୦ କୋଟି ଟଙ୍କା ସବସ୍କ୍ରିପସନ୍ ରାଶି ପାଇଛି । ଇକ୍ୱିଟି ଅଂଶଧନ ଆବଣ୍ଟନ ପରେ SLP ରେନବୋ ହୋଲ୍ଡିଂଗୁଡିକର RRVL ରେ ମୋଟ ଇକ୍ୱିଟି ସେୟାର ପୁଞ୍ଜି ୧.୭୫ ପ୍ରତିଶତ ରହିଛି । ସିଲଭର ଲେକ୍ ଦ୍ୱାରା ଏହି ବିନିଯୋଗ RRVL ର ପ୍ରି-ମନି ଇକ୍ୱିଟି ମୂଲ୍ୟ ୪.୨୧ ଲକ୍ଷ କୋଟି ଟଙ୍କା (RRVL ଇକ୍ୱିଟି ମୂଲ୍ୟ) ପରେ ହୋଇଛି ।
ଜିଓ ପ୍ଲାଟଫର୍ମରେ ମଧ୍ୟ ନିବେଶ କରିସାରିଛି ସିଲଭର ଲେକ୍ଏହା ସହିତ ସିଲଭର ଲେକ୍ ଦ୍ୱାରା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ର ଦ୍ୱିତୀୟ ସହାୟକ କମ୍ପାନୀରେ ଏହା ବିନିଯୋଗ କରିଛି । ଏହାପୂର୍ବରୁ କମ୍ପାନୀ ନିଜେ ୨୦୨୦ ରେ ରିଲାଏନ୍ସ ଜିଓ ପ୍ଲାଟଫର୍ମରେ (Jio Platforms) ୧୦,୨୦୨.୫୫ କୋଟି ଟଙ୍କା ବିନିଯୋଗ କରିସାରିଛି । ଫେସବୁକ୍ ପରେ ସିଲଭର ଲେକ୍ ଆମେରିକାର ଦ୍ୱିତୀୟ କମ୍ପାନୀ ହେଲା ଯିଏ ଜିଓ ପ୍ଲାଟଫର୍ମରେ ନିବେଶ କରିଛି । ଜିଓ ପ୍ଲାଟଫର୍ମରେ ସିଲଭର ଲେକ୍ ଦୁଇଥର ମୋଟ ୨.୦୮ ପ୍ରତିଶତ ଅଂଶଧନ କିଣିଛି । ସର୍ବ ପ୍ରଥମେ ସୋସିଆଲ ମିଡିଆ କମ୍ପାନୀ ଫେସବୁକ୍ (Facebook) ଜିଓ ପ୍ଲାଟଫର୍ମରେ ୯.୯୯ ପ୍ରତିଶତ ନିବେଶ କରିବାକୁ ଘୋଷଣା କରିଥିଲା ।
ରିଲାଏନ୍ସ ରିଟେଲ ସମଗ୍ର ଦେଶରେ ଏହାର ପହଞ୍ଚିଥିବା ସହିତ ସର୍ବ ବୃହତ, ଦ୍ରୁତ ଅଭିବୃଦ୍ଧି ଓ ସବୁଠାରୁ ଲାଭଜନକ ରିଟେଲ ବ୍ୟବସାୟ ହୋଇପାରିଛି । ରିଲାଏନ୍ସ ରିଟେଲ ବ୍ୟବସାୟରେ ପ୍ରାୟ ୬୪ କୋଟି ଗ୍ରାହକ ଅଛନ୍ତି ।
୨ କୋଟି ବ୍ୟବସାୟୀ ଉପକୃତ ହେବେକମ୍ପାନୀ ଶନିବାର ଦିନ ଦେଇଥିବା ବିବୃତ୍ତିରେ କହିଛି ଯେ ନୂତନ ବାଣିଜ୍ୟ ରଣନୀତିର ଏକ ଅଂଶ ଭାବରେ କମ୍ପାନୀ ବର୍ତ୍ତମାନ କ୍ଷୁଦ୍ର ଓ ଅସଂଗଠିତ ବ୍ୟବସାୟୀଙ୍କ ବ୍ୟବସାୟକୁ ଡିଜିଟାଇଜ୍ କରୁଛି ଓ ପ୍ରାୟ ୨ କୋଟି ବ୍ୟବସାୟୀଙ୍କ ନିକଟରେ ପହଞ୍ଚିବାକୁ ନେଟୱାର୍କ ପ୍ରତିଶ୍ରୁତିବଦ୍ଧ । ରିଲାଏନ୍ସ ରିଟେଲ କହିଛି ଯେ ଟେକ୍ନୋଲୋଜି ବ୍ୟବସାୟ ସାହାଯ୍ୟରେ ଏହି ବ୍ୟବସାୟୀମାନେ ଉପକୃତ ହେବେ ଓ ଦକ୍ଷ ଯୋଗାଣ ଶୃଙ୍ଖଳା ଭିତ୍ତିଭୂମି ଗ୍ରାହକଙ୍କ ଅଭିଜ୍ଞତାକୁ ଉନ୍ନତ କରିବ ।
(ପ୍ରତ୍ୟାଖ୍ୟାନ - ନ୍ୟୁଜ୍ ୧୮ ଓଡ଼ିଆ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ କମ୍ପାନୀ ନେଟୱାର୍କ ୧୮ ମିଡିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡର ଏକ ଅଂଶ .. ନେଟୱାର୍କ ୧୮ ମିଡିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡ୍ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ର ମାଲିକାନା ଅଟେ )
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।