୫୦୦ ଟଙ୍କାରେ ରାତାରାତି ବଦଳିଗଲା ଭାଗ୍ୟ; ରିକ୍ସା ବାଲାରୁ ହେଲେ କୋଟିପତି

Rickshaw Driver got Lottery: ଦୁନିଆରେ ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କ ଭାଗ୍ୟ ରାତାରାତି ବଦଳିଯାଏ। ଏଥର ଏମିତି ଏକ ଘଟଣା ଘଟିଛି ପଞ୍ଜାବର ଜଣେ ରିକ୍ସା ବାଲାଙ୍କ ସହ।

କୋଟିପତି ସାଜିଲେ ରିକ୍ସା ବାଲା

କୋଟିପତି ସାଜିଲେ ରିକ୍ସା ବାଲା

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

Rickshaw Driver got Lottery: ଆପଣ ନିଶ୍ଚୟ ଏହି କଥା ଶୁଣିଥିବେ ଯେ ଯେତେବେଳେ ଭଗବାନ ଦିଅନ୍ତି, ସେତେବେ ଛପର ଫାଡ଼ିକି ଦିଅନ୍ତି। ପଞ୍ଜାବର (Punjab) ମୋଗା ଜିଲ୍ଲାରେ ମଧ୍ୟ ଏଭଳି ଘଟଣା ଘଟିଛି। ଯେଉଁଠାରେ ଧର୍ମକୋଟର ଲୋହଗଡ ଗ୍ରାମରେ ଜଣେ ଗରିବ ରିକ୍ସା ବାଲାଙ୍କ (Rickshaw Driver got Lottery) ଭାଗ୍ୟ ବଦଳିଯାଇଛି।

୯୦ ବର୍ଷୀୟ ଗୁରୁଦେବ ସିଂ ରିକ୍ସା ଚଲାଇ ନିଜ ପରିବାରର ପେଟ ପୋଷନ୍ତି। ସେ କେବେ ଜୀବନରେ ଭାବିନଥିବେ ଯେ ତାଙ୍କ ଭାଗ୍ୟ ରାତାରାତି ସମ୍ପୂର୍ଣ୍ଣ ବଦଳିଯିବ। ଆଜ୍ଞା ହଁ, ତାଙ୍କୁ ବୈଶାଖୀ ବମ୍ପରରେ ୨.୫ କୋଟି ଟଙ୍କା ପୁରସ୍କାର ମିଳିଛି।

ନିଜ ଭାଗ୍ୟ ପରୀକ୍ଷା କରିବା ପାଇଁ ଗୁରୁଦେବ ସିଂ ବୈଶାଖୀରେ ୫୦୦ ଟଙ୍କା ମୂଲ୍ୟର ବମ୍ପର ଟିକେଟ କିଣିଥିଲେ। ସେ ଜାଣି ନଥିଲେ ଯେ ଏହି ୫୦୦ ଟଙ୍କା ଟିକେଟ୍ ତାଙ୍କ ଭାଗ୍ୟ ବଦଳାଇ ଦେବେ।

୫୦୦ ଟଙ୍କା ଟିକେଟ୍ କୋଟିପତି କରାଇଲା

ରିକ୍ସା ବାଲା ଗୁରୁଦେବ ସିଂ ବାରମ୍ବାର ଲଟେରୀ ଟିକେଟ କିଣୁଥିଲେ, କିନ୍ତୁ ସେ ଜାଣି ନଥିଲେ ଯେ ଏଥର ସେ କିଣିଥିବା ଲଟେରୀ ଟିକେଟ ତାଙ୍କୁ କୋଟିପତି କରିବ। ଯେଉଁ ଏଜେଣ୍ଟଙ୍କଠାରୁ ଗୁରୁଦେବ ସିଂ ୫୦୦ ଟଙ୍କା ମୂଲ୍ୟର ବମ୍ପର ଟିକେଟ କିଣିଥିଲେ, ତାଙ୍କ ଘରକୁ ଆସି କହିଥିଲେ ଯେ ସେ ୨.୫ କୋଟି ଟଙ୍କା ମୂଲ୍ୟର ଲଟେରୀ ଜିତିଛନ୍ତି। ଏହାପରେ ଗୁରୁଦେବ ସିଂ କହିଛନ୍ତି ଯେ ତାଙ୍କର ସେବା ଭାବ ଯୋଗୁଁ ଏହି ସବୁ ଘଟିଛି।

ଗତ ୪୦ ବର୍ଷ ଧରି ସେ ରାସ୍ତାରେ ଥିବା ଖାଲଗୁଡ଼ିକୁ ମାଟିରେ ଭର୍ତ୍ତି କରୁଥିଲେ ଯେପରି କୌଣସି ସଡ଼କ ଦୁର୍ଘଟଣା ନହୁଏ, ଏବଂ ରାସ୍ତା କଡ଼ରେ ଥିବା ଗଛ ଏବଂ ଉଦ୍ଭିଦକୁ ମଧ୍ୟ ପାଣି ଦିଅନ୍ତି। ଗୁରୁଦେବ ସିଂ କହିଛନ୍ତି ଯେ ସେ ୪୦ ବର୍ଷ ଧରି କରିଥିବା ସେବାର ଫଳ ଆଜି ସେ ପାଇଛନ୍ତି।

ପଢ଼ନ୍ତୁ ଏହି ଖବର:  EPFO: ଅବସରପ୍ରାପ୍ତ ପରେ ମିଳିବ ୭ ହଜାର ଟଙ୍କାରୁ ଅଧିକ ପେନସନ୍; ଜାଣନ୍ତୁ କେମିତି...

ପିଲାମାନଙ୍କ ପାଇଁ ଏକ ଘର ତିଆରି କରିବେ

ଗୁରୁଦେବ ସିଂ କହିଛନ୍ତି ଯେ ତାଙ୍କର ୪ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି। ସମସ୍ତ ପୁଅ ଓ ଝିଅ ବିବାହିତ। ସିଂ କହିଛନ୍ତି ଯେ ଭଗବାନ ତାଙ୍କ କଥା ଶୁଣିଛନ୍ତି ଏବଂ ଆଜି ତାଙ୍କ ଅନୁଗ୍ରହରେ ସେ ୨.୫ କୋଟି ଟଙ୍କା ମୂଲ୍ୟର ଲଟେରୀ ଜିତିଛନ୍ତି। ଏହି ଅର୍ଥରେ ସେ ତାଙ୍କ ପିଲାମାନଙ୍କ ପାଇଁ ଏକ ସୁନ୍ଦର ଘର ତିଆରି କରିବେ। ଗରିବ ଲୋକଙ୍କ ସେବା ମଧ୍ୟ କରିବେ।
Published by:Lipina Das
First published: