News18 Odia Digital
Love Story: ବୀର ଜାରା ଓ ଦିଲୱାଲେ ଦୁଲହନିଆ ଲେ ଜାୟେଙ୍ଗେ ଭଳି ବଲିଉଡ ଚଳଚ୍ଚିତ୍ର ଆମ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ବାସ୍ତବ ଜୀବନରେ ମଧ୍ୟ ଏଭଳି କାହାଣୀ ଘଟୁଛି। ପାକିସ୍ତାନ(Pakistan) ର ଆୟେଶାଙ୍କ ଏକ ହୃଦୟସ୍ପର୍ଶୀ ବାସ୍ତବ ଜୀବନର ରୋମାଣ୍ଟିକ କାହାଣୀ ବାବଦରେ ଜାଣନ୍ତୁ। ଯିଏ ନିଜ କାର ଟାୟାର ମରାମତି କରୁଥିବା ଟାୟାର ଟେକ୍ନିସିଆନ(Tire Technician) ଜିଶେନଙ୍କ ପ୍ରେମରେ ପଡିଥିଲେ। ସେମାନେ ବର୍ତ୍ତମାନ ବିବାହ କରିଛନ୍ତି। ୟୁଟ୍ୟୁବର୍ ସୟଦ ବେସିତ ଅଲିଙ୍କ ସହ ଏକ ସାକ୍ଷାତକାରରେ ସେମାନଙ୍କର ଅଭିଜ୍ଞତା ବାଣ୍ଟିଛନ୍ତି।
ଭିଡ଼ିଓ ଆରମ୍ଭରେ ସୟଦ ଦମ୍ପତି ଏକ ସଂକ୍ଷିପ୍ତ ପରିଚୟ ଦେଇଥିଲେ। ସେ କହିଥିଲ ଯେ ଆୟେଶା କିପରି ତାଙ୍କ କାରର ଟାୟାରରେ ଜାଣିଶୁଣି ପଙ୍କଚର କରୁଥିଲେ। ସୟଦ ପ୍ରକାଶ କରିଛନ୍ତି ଯେ ଏହା କେବଳ ଏକ ଜାଣିଶୁଣି ଯୋଜନା ଥିଲା, ଆୟେଶା ସୟଦଙ୍କୁ ଭେଟିବାର ସୁଯୋଗ ପାଇପାରିବେ। ସଂକ୍ଷିପ୍ତ ଆଲୋଚନା ପରେ ସେମାନେ ଆୟେଶା ଜିଶେନଙ୍କ ସହ ତାଙ୍କର ପ୍ରଥମ ସାକ୍ଷାତ କିପରି ହୋଇଥିଲା ତାହା ବର୍ଣ୍ଣନା କରିଥିଲେ।
https://odia.news18.com/photogallery/sport/read-details-of-suryakumar-yadav-life-story-2lpd-120123-lpd-147595.htmlଆୟେଶାଙ୍କ କହିବାନୁସାରେ, ଯାତ୍ରା ସମୟରେ ତାଙ୍କ କାରଟି ଖରାପ ହୋଇଥିଲା। ଜିଶେନଙ୍କ ପୂର୍ବରୁ ସେ ଅନ୍ୟ ଟାୟାର ଟେକ୍ନିସିଆନଙ୍କ ସାହାଯ୍ୟ ନେବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେମାନେ ତାଙ୍କ କାରରେ ଥିବା ପଙ୍କଚର ଠିକ୍ କରିବାରେ ସଫଳ ହୋଇପାରିନଥିଲେ।
ସେ ଏହି ଘଟଣାକୁ ପ୍ରଶଂସା କରିଥିଲେ ଯେ ଜିଶେନ୍ ଅତ୍ୟନ୍ତ ସାହାଯ୍ୟକାରୀ ଥିଲେ ଓ ତୁରନ୍ତ ତାଙ୍କ ପିଲାମାନଙ୍କୁ ତାଙ୍କ ଗାଡି ଠିକ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ଯତ୍ନଶୀଳ ମନୋଭାବ ପାଇଁ ତାଙ୍କର ପ୍ରଶଂସା କରିଥିଲେ। ଜିଶେନ ତାଙ୍କ ପାଇଁ ଚା ଅର୍ଡର କଲେ। ଏହା ଦେଖି ଆୟେଶା ଏତେ ପ୍ରଭାବିତ ହୋଇଥିଲେ ଯେ ସେ ତାଙ୍କୁ ଭଲ ପାଇ ବସିଲେ ଓ ତାଙ୍କୁ ବାରମ୍ବାର ଭେଟିବା ପାଇଁ ସମସ୍ତ ସୁଯୋଗ ହାତେଇବାକୁ ଚେଷ୍ଟା କରିଥିଲେ। ସେ ଉଦ୍ଦେଶ୍ୟମୂଳକ ଭାବେ ଜିଶେନଙ୍କୁ ଭେଟିବା ପାଇଁ ତାଙ୍କ କାରକୁ ପଙ୍କଚର କରିଥିଲେ।
https://odia.news18.com/news/trending/swami-vivekananda-jayanti-2023-know-precious-thoughts-of-vivekananda-can-change-the-fate-of-youth-6ssm-120123-ssm-147565.htmlଜିଶେନ ମଧ୍ୟ ବିବାହକୁ ନେଇ ଖୁସି ବ୍ୟକ୍ତ କରିଥିଲେ ଓ ଆୟେଶା ତାଙ୍କ ଚାକିରି ନେଇ ଥଟ୍ଟା କରିବା କରୁଥିଲେ। ଏହା ଶୁଣି ଆୟେଶା ହସିବାକୁ ଲାଗିଲେ ଓ କହିଥିଲେ ଯେ ସେ କେଉଁ ବୃତ୍ତିରେ ଥାଆନ୍ତୁ ନା କାହିଁକି ସେ ତାଙ୍କୁ ବହୁତ ଭଲ ପାଆନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।