SSR ମୃତ୍ୟୁ: ରିୟା ସୁଶାନ୍ତଙ୍କ ‘ଚିକିତ୍ସା’ କରାଉଥିଲେ, ହେଲେ ‘ସୁଶାନ୍ତଙ୍କର କିଛି ରୋଗ ନ ଥିଲା’

ସୁଶାନ୍ତ ସିଂ ରାଜପୁତ ଡିପ୍ରେସନରେ ଅଛନ୍ତି ବୋଲି କହି ରିୟା ତାଙ୍କୁ ଆଧ୍ୟାତ୍ମିକ ଆରୋଗ୍ୟକାରୀ ମୋହନ ସଦାଶିବ ଯୋଶୀଙ୍କ ସହ ଭେଟ କରାଇଥିଲେ । ଯୋଶୀଙ୍କ ଜଣେ ନିକଟ ବନ୍ଧୁ କହିଛନ୍ତି ଯେ ସୁଶାନ୍ତ ଡିପ୍ରେସନର ଶିକାର ନ ଥିଲେ ।

SSR ମୃତ୍ୟୁ: ରିୟା ସୁଶାନ୍ତଙ୍କ ‘ଚିକିତ୍ସା’ କରାଉଥିଲେ, ହେଲେ ‘ସୁଶାନ୍ତଙ୍କର କିଛି ରୋଗ ନ ଥିଲା’
ସୁଶାନ୍ତ ସିଂ ରାଜପୁତଙ୍କ ସହ ତାଙ୍କ ଗର୍ଲଫ୍ରେଣ୍ଡ୍ ରିୟା ଚକ୍ରବର୍ତ୍ତୀ
  • News18 Odia
  • Last Updated: August 18, 2020, 3:25 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ (Sushant Singh Rajput) ଦେହାନ୍ତ ହେବାର ଦୁଇ ମାସ ବିତିଯିବା ସତ୍ତ୍ୱେ ଏହା ପଛର ରହସ୍ୟ (mystery) ସମାଧାନ ହେବା ପରିବର୍ତ୍ତେ ଆହୁରି ଜଟିଳ ହେବାରେ ଲାଗିଛି । ସୁଶାନ୍ତ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ? ଉଦାସୀନତା ସହିତ ସୁଶାନ୍ତ ସଂଘର୍ଷ କରୁଥିଲେ? ସୁଶାନ୍ତ ଉଦାସୀନତା (depression) ସହ ସଙ୍ଘର୍ଷ କରୁଥିବା ଖବର ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ନଭେମ୍ବର ୨୦୧୯ରେ ରିୟା (Rhea Chakraborty) ତାଙ୍କୁ ମୋହନ ଯୋଶୀ ନାମକ ଜଣେ ଚିକିତ୍ସକଙ୍କ ସହ ଭେଟ କରାଇଥିଲେ । ମୋହନ ସଦାଶିବ ଯୋଶୀ (Mohan Sadashiv Joshi) ଜଣେ ସ୍ପିରିଚୁଆଲ୍‌ ହିଲର୍ (spiritual healer) ଯିଏ ଦାବି କରନ୍ତି ଯେ ସେ କେବଳ ଲୋକଙ୍କୁ ଛୁଇଁଦେଲେ ହିଁ ସେମାନଙ୍କ ଦୁଃଖ ଦୁର୍ଦଶା ଦୂର ହୋଇଯାଏ । ସେ ଦାବି କରନ୍ତି ଯେ ଗତ ୨୫ ବର୍ଷ ମଧ୍ୟରେ ଖାଲି ଦେଶରେ ନୁହେଁ ବରଂ ଦେଶ ବାହାରେ ଏହି ଉପାୟରେ ସେ ଅନେକ ଲୋକଙ୍କୁ ଆରୋଗ୍ୟ କରିଛନ୍ତି ।

ନ୍ୟୁଜ୍ 18 ଏହି ମାମଲାର ତଦନ୍ତ କରିଥିଲା

ଏହି ମାମଲାର (Sushant Singh Rajput suicide) ତଦନ୍ତ କରି ନ୍ୟୁଜ୍ ୧୮ ଟିମ୍ ମୋହନ ସଦାଶିବ ଯୋଶୀଙ୍କ ସହ ସମ୍ପର୍କ କରିଥିଲା । ତାଙ୍କ ଘରେ ପହଞ୍ଚିବା ପରେ ସେ କ୍ୟାମେରା ଆଗକୁ ଆସିବାକୁ ମନା କରିଦେଇଥିଲେ । ସେ କହିଥିଲେ ଯେ ତାଙ୍କ ସ୍ୱାସ୍ଥ୍ୟ ଭଲ ନାହିଁ, ଆଉ ଯାହା କଥା ଅଛି ତାହା ତାଙ୍କ ପାରିବାରିକ ବନ୍ଧୁ ମୋହନ ନାରାୟଣ ଯୋଶୀଙ୍କ ସହ କରାଯିବା ଉଚିତ୍ । କେବଳ ଏତିକି ନୁହେଁ, ମୋହନ ସଦାଶିବ ନିଜ ବିଲ୍ଡିଂର ନୋଟିସ ବୋର୍ଡ଼ରେ ଏକ ଚିଠି ବି ଲଗେଇଛନ୍ତି, ଯେଉଁଥିରେ ଲେଖାଯାଇଛି ଯେ ବର୍ତ୍ତମାନର କରୋନା ସମୟରେ ସେ ନିଜ ସୁରକ୍ଷା ପାଇଁ ଏମିତି କରୁଛନ୍ତି ।

ରିୟା ଚକ୍ରବର୍ତ୍ତୀ


ରିୟା ହିଁ ଯୋଗାଯୋଗ ରାଇଥିଲେ!

ଏହା ପରେ ଯେତେବେଳେ ନ୍ୟୁଜ୍ ୧୮ର ଟିମ୍ ମୋହନ ନାରାୟଣ ଯୋଶୀଙ୍କ ସହ ଯୋଗାଯୋଗ କରିଥିଲା, ସେ କହିଥିଲେ ଯେ ରିୟା ହିଁ ସୁଶାନ୍ତ ସିଂ ରାଜପୁତ ଡିପ୍ରେସନରେ ଅଛନ୍ତି ବୋଲି ଦର୍ଶାଇ ତାଙ୍କୁ ମୋହନ ସଦାଶିବ ଯୋଶୀଙ୍କ ସହ ଭେଟ କରାଇଥିଲେ । ମୋହନ ନାରାୟଣ ଯୋଶୀ କହିଛନ୍ତି ଯେ ସୁଶାନ୍ତଙ୍କୁ ଭଲ କରାଇବାକୁ ରିୟା ତାଙ୍କୁ ୨୩ ଓ ୨୪ ନଭେମ୍ବରରେ ମୋହନ ସଦାଶିଭ ଯୋଶୀଙ୍କ ନିକଟକୁ ଆଣିଥିଲେ । ହେଲେ ମୋହନ ନାରାୟଣ ଯୋଶୀଙ୍କୁ ଯେତେବେଳେ ପଚରାଯାଇଥିଲା ଯେ ସୁଶାନ୍ତ ଡିପ୍ରେସନର ଶିକାର ଥିଲେ କି ବୋଲି, ସେ ସମ୍ପୂର୍ଣ୍ଣ ଭାବେ ମନା କରିଦେଇଥିଲେ ।

ଏହା ବି ପଢ଼ନ୍ତୁ: Video: ୧୬ ଘଣ୍ଟା ଧରି ଡ୍ୟାମର ପ୍ରଖର ଜଳ ସ୍ରୋତରେ ଫସିଥିଲେ ଯୁବକ; AF ହେଲିକପ୍ଟର ଉଦ୍ଧାର କଲା

ଏହା ବି ପଢ଼ନ୍ତୁ: Ganesh Chaturthi 2020: କେବେ ପଡୁଛି ଗଣେଶ ପୂଜା ଓ କ’ଣ ରହିଛି ଏହାର ପୌରାଣିକ ମହତ୍ୱ ଜାଣନ୍ତୁ

ସିବିଆଇ ତଦନ୍ତ ପାଇଁ ସୋସିଆଲ ମିଡିଆରେ ଅଭିଯାନ ଚାଲିଛି

ସୁଶାନ୍ତ ସିଂ ରାଜପୁତଙ୍କ କ୍ଷେତ୍ରରେ ପ୍ରଥମେ ପୂଜାପାଠ କରିବା ଓ ବର୍ତ୍ତମାନ ଆଧ୍ୟାତ୍ମିକ ଆରୋଗ୍ୟକାରୀଙ୍କ ପାଖକୁ ତାଙ୍କୁ ଅଣାଯିବା କଥା ସାମନାକୁ ଆସିଛି । ହେଲେ ଏଇଠି ପ୍ରଶ୍ନ ଉଠୁଛି ଯେ ଯଦି ସୁଶାନ୍ତଙ୍କର କୌଣସି ଅସୁବିଧା ନ ଥିଲା ତେବେ କାହିଁକି ତାଙ୍କର ‘‘ଚିକିତ୍ସା’’ କରାଯାଉଥିଲା? ଏହି ପ୍ରଶ୍ନର ଉତ୍ତର ପାଇବା ପାଇଁ ତଦନ୍ତକାରୀ ଅଧିକାରୀମାନେ ଚେଷ୍ଟା କରୁଛନ୍ତି ।



ସୁଶାନ୍ତଙ୍କ ମୃତ୍ୟୁ ପରେ ସୋସିଆଲ ମିଡ଼ିଆରେ ସିବିଆଇ ତଦନ୍ତ ପାଇଁ ଏକ ଦୀର୍ଘ ଅଭିଯାନ ଚାଲିଛି । ହେଲେ ମହାରାଷ୍ଟ୍ର ସରକାର ଏହାକୁ ଅଣଦେଖା କରୁଥିବା ଦେଖିବାକୁ ମିଳୁଛି ।
Published by: Anand Shankar Thankur Das
First published: August 18, 2020, 3:25 PM IST
corona virus btn
corona virus btn
Loading