ରିୟା ଚକ୍ରବର୍ତ୍ତୀ ଆଜି ରାତି ମୁମ୍ବାଇର ଭାୟଖଲା ଜେଲରେ କାଟିବେ; ଜାମିନର ଶୁଣାଣି କାଲି ହେବ

ଛଅ ପୃଷ୍ଠାର ରିମାଣ୍ଡ ଆବେଦନରେ NCB ରିୟାଙ୍କୁ ଡ୍ରଗ୍ ଯୋଗାଣ ସିଣ୍ଡିକେଟର ଜଣେ ସକ୍ରିୟ ସଦସ୍ୟ ଭାବରେ ବର୍ଣ୍ଣନା କରିଛି । ସେ ସୁଶାନ୍ତ ସିଂ ରାଜପୁତଙ୍କ ସହ ଡ୍ରଗ୍ କିଣିବା ପାଇଁ ଟଙ୍କାର ବ୍ୟବସ୍ଥା କରୁଥିଲେ ।

ରିୟା ଚକ୍ରବର୍ତ୍ତୀ ଆଜି ରାତି ମୁମ୍ବାଇର ଭାୟଖଲା ଜେଲରେ କାଟିବେ; ଜାମିନର ଶୁଣାଣି କାଲି ହେବ
ରିୟା ଚକ୍ରବର୍ତ୍ତୀ
  • News18 Odia
  • Last Updated: September 9, 2020, 9:43 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ (Sushant Singh Rajput) ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କୁ (Rhea Chakraborty) ବୁଧବାର ସକାଳେ ମୁମ୍ବାଇର ଭାୟଖଲା ଜେଲକୁ ପଠାଇଦିଆଯାଇଛି । ମୁମ୍ବାଇର ଜଣେ ସ୍ଥାନୀୟ ମାଜିଷ୍ଟ୍ରେଟ୍ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ମଙ୍ଗଳବାର ବିଳମ୍ବିତ ରାତିରେ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ରିୟାଙ୍କୁ ରାତିରେ NCB ଲକଅପରେ ରଖାଯାଇଥିଲା ।

ରିୟା ଚକ୍ରବର୍ତ୍ତୀଙ୍କ ଓକିଲ ସତୀଶ ମାନାସିନ୍ଦେ କହିଛନ୍ତି ଯେ ରିୟା ଓ ତାଙ୍କ ଭାଇ ଶୌଭିକଙ୍କ ଜାମିନ ଆବେଦନର ଶୁଣାଣି ଗୁରୁବାର ଦିନ ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟରେ ହେବ । ଏହାର ଅର୍ଥ ହେଉଛି ଯେ ରିୟା ଚକ୍ରବର୍ତ୍ତୀଙ୍କୁ ଆଜି ରାତି ଭାୟଖଲା ଜେଲରେ ବିତାଇବାକୁ ପଡିବ । ଗୁରୁବାର ଦିନ ତାଙ୍କ ଜାମିନ ଆବେଦନର ଶୁଣାଣି ହେବ ।

ଉଲ୍ଲେଖନୀୟ କଥା ହେଉଛି ଯେ ରିୟାଙ୍କୁ ମଙ୍ଗଳବାର ଦିନ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (NCB) ଗିରଫ କରିଥିଲା, କିନ୍ତୁ ତାଙ୍କୁ ନିଜ ହାଜତକୁ ନେବାକୁ ମନା କରିଦେଇଥିଲା ଓ ୧୪-ଦିନିଆ ନ୍ୟାୟିକ ହେପାଜତ ମାଗିଥିଲା । ଏହା ମଞ୍ଜୁର ହୋଇଥିଲା । ଡ୍ରଗ୍ସ କନେକ୍ସନର ଯାଞ୍ଚ ପାଇଁ ଏନସିବି ରିୟାଙ୍କୁ ଅପରାହ୍ଣ ୩ଟା ୩୦ରେ ଗିରଫ କରିଥିଲା । ଏହା ପୂର୍ବରୁ NCB ତିନି ଦିନ ଧରି ରିୟାଙ୍କ ସହ ପଚରାଉଚରା କରିଥିଲା ।

ଏନସିବିର ଡେପୁଟି ଡାଇରେକ୍ଟର ଏମ୍‌. ଏ. ଜୈନ କହିଛନ୍ତି ଯେ ଡ୍ରଗ୍ସ ସପ୍ଲାଇ ନେଟୱାର୍କରେ ତାଙ୍କ ଭୂମିକା ପାଇଁ NDPS ଆକ୍ଟର ଧାରା ୮ (ଗ), ୨୦ (ଖ) (ଦୁଇ), ୨୨, ୨୭କ, ୨୮ ଓ ୨୯ ଅନୁଯାୟୀ ରିୟାଙ୍କୁ ଚାର୍ଜ କରାଯାଇଛି । ଏହା ବ୍ୟତୀତ ସେ ବର୍ତ୍ତମାନ ପର୍ଯ୍ୟନ୍ତ NCBକୁ ଯାହା କିଛି ସୂଚନା ଦେଇଛନ୍ତି ତାହା ତାଙ୍କୁ ଗିରଫ କରିବା ପାଇଁ ଯଥେଷ୍ଟ ବୋଲି ସେ କହିଛନ୍ତି ।

ଛଅ ପୃଷ୍ଠାର ରିମାଣ୍ଡ ଆବେଦନରେ NCB ରିୟାଙ୍କୁ ଡ୍ରଗ୍ ଯୋଗାଣ ସମ୍ବନ୍ଧୀୟ ସିଣ୍ଡିକେଟର ଜଣେ ସକ୍ରିୟ ସଦସ୍ୟ ଭାବରେ ବର୍ଣ୍ଣନା କରିଛି । ସେ ସୁଶାନ୍ତ ସିଂ ରାଜପୁତଙ୍କ ସହ ଡ୍ରଗ୍ କିଣିବା ପାଇଁ ଟଙ୍କାର ବ୍ୟବସ୍ଥା କରୁଥିଲେ । ତେବେ ସେ ନିଜେ ଏହି ଡ୍ରଗ୍ସ ବ୍ୟବହାର କରୁଥିବା ଏଥିରେ ଉଲ୍ଲେଖ କରାଯାଇ ନାହିଁ ।

ଏହି ବି ପଢ଼ନ୍ତୁ ଏଣିକି ଟ୍ରେନ୍ ଭିତରେ ଭିକ ମାଗିଲେ ଓ ସିଗାରେଟ୍ ଟାଣିଲେ ଜେଲ୍ ଦଣ୍ଡ ହେବ ନାହିଁ; ବଦଳୁଛି ନିୟମ

ଏହି ବି ପଢ଼ନ୍ତୁ ଭାରତକୁ ମିଳିଲା ଆମେରିକା ସମେତ ୪ଟି ବଡ଼ ଦେଶର ସମର୍ଥନ; ଚୀନରୁ ଭାରତ ଆସିଲା Apple ର ୮ଟି କାରଖାନା

ରିୟାଙ୍କ ଓକିଲ ସତୀଶ ମାନାସିନ୍ଦେ କହିଥିଲେ ଯେ ତିନୋଟି କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥା ଜଣେ ମହିଳାଙ୍କ ସହ ପଚରାଉଚରା କରୁଥିଲେ କାରଣ ସେ ଜଣେ ଡ୍ରଗ୍‌ ଆଡିକ୍ଟ ଓ ମାନସିକ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡ଼ିତ ଥିବା ଓ ବେଆଇନ ଡ୍ରଗ୍ସ ସେବନ କରି ଆତ୍ମହତ୍ୟା କରିଥିବା ବ୍ୟକ୍ତି ସହ ପ୍ରେମ କରୁଥିଲେ ।



ରିୟାଙ୍କ ଗିରଫଦାରି ତାଙ୍କ ଭାଇ ଶୌଭିକ୍ ଚକ୍ରବର୍ତ୍ତୀ, ସୁଶାନ୍ତଙ୍କ ହୋମ ମ୍ୟାନେଜର ସାମୁଏଲ୍ ମିରାଣ୍ଡା ଓ ଘରୋଇ ସହାୟକ ଦୀପେଶ ସାୱନ୍ତଙ୍କୁ ଗିରଫ କରିବାର ତିନି ଦିନ ପରେ ହୋଇଛି । ସେହି ତିନି ଜଣଙ୍କୁ ସେପ୍ଟେମ୍ବର ୯ ପର୍ଯ୍ୟନ୍ତ ଏନସିବି ହେପାଜତକୁ ପଠାଯାଇଥିଲା ।
Published by: Anand Shankar Thankur Das
First published: September 9, 2020, 9:43 PM IST
corona virus btn
corona virus btn
Loading