Sushant Case: ରିୟା ଅକ୍ଟୋବର ୬ ଯାଏଁ ଜେଲରେ ରହିବେ; ମିଳିପାରେ ୧୦ ବର୍ଷର ସଜା

ଡ୍ରଗ୍ ବ୍ୟବହାର ସମ୍ବନ୍ଧୀୟ ଏହି ମାମଲାରେ NCB ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ଶୋଭିକ ଚକ୍ରବର୍ତ୍ତୀଙ୍କ ସମେତ ୧୨ରୁ ଅଧିକ ଲୋକଙ୍କୁ ଗିରଫ କଲାଣି । ସାରା ଅଲି ଖାନ, ରାକୁଲ ପ୍ରୀତ ସିଂ ଓ ସିମୋନ ଖମ୍ବାଟାଙ୍କୁ ଶୀଘ୍ର ପଚରାଉଚରା କରାଯିବ ।

Sushant Case: ରିୟା ଅକ୍ଟୋବର ୬ ଯାଏଁ ଜେଲରେ ରହିବେ; ମିଳିପାରେ ୧୦ ବର୍ଷର ସଜା
ରିୟା ଚକ୍ରବର୍ତ୍ତୀ
  • News18 Odia
  • Last Updated: September 22, 2020, 9:29 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ (Rhea Chakraborty) ଓ ତାଙ୍କ ଭାଇ ଶୌଭିକଙ୍କ ସମେତ ଛଅ ଜଣ ଅଭିଯୁକ୍ତଙ୍କୁ ଆଜି ସୁଶାନ୍ତ ସିଂ ରାଜପୁତଙ୍କ (Sushant Singh Rajput) ମୃତ୍ୟୁ ମାମଲାର ତଦନ୍ତରୁ ବାହାରିଥିବା ଡ୍ରଗ୍ସ ମାମଲାରେ ବମ୍ବେ ହାଇ କୋର୍ଟରେ ହାଜର କରାଯାଇଥିଲା । କୋର୍ଟ ସବୁ ଅଭିଯୁକ୍ତଙ୍କ ନ୍ୟାୟିକ ହେପାଜତ ଅକ୍ଟୋବର ୬ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି ।

ରିୟା ଚକ୍ରବର୍ତ୍ତୀ ବମ୍ବେ ହାଇ କୋର୍ଟରେ ପୁଣି ଥରେ ଜାମିନ ଆବେଦନ କରିଛନ୍ତି, କିନ୍ତୁ ସେହି ଆବେଦନର ଏ ପର୍ଯ୍ୟନ୍ତ ଶୁଣାଣି ହୋଇନାହିଁ । ରିୟାଙ୍କୁ ଏନସିବି ଗିରଫ କରିଥିଲା । ପରେ ତାଙ୍କୁ ୨୨ ସେପ୍ଟେମ୍ବର ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଯାଇଥିଲା । ଏହି ଅଭିନେତ୍ରୀ ବର୍ତ୍ତମାନ ମୁମ୍ବାଇର ବାଇକୁଲ୍ଲା ଜେଲରେ ରହିଛନ୍ତି । ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନକୁ କୋର୍ଟ ଦୁଇ ଥର ପ୍ରତ୍ୟାଖ୍ୟାନ କରିସାରିଛି ।

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତରୁ ସାମନାକୁ ଆସିଥିବା ଡ୍ରଗ୍ସ ସଂଯୋଗର ଯାଞ୍ଚ କରୁଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (NCB) ରିୟା ଚକ୍ରବର୍ତ୍ତୀଙ୍କୁ ଅନେକ ଥର ପଚରାଉଚରା କରିବା ପରେ ସେପ୍ଟେମ୍ବର ୮ ତାରିଖରେ ଗିରଫ କରିଥିଲା । କୁହାଯାଉଛି ଯେ ଯଦି ରିୟା ଚକ୍ରବର୍ତ୍ତୀ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ତାଙ୍କୁ ଦଶ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡ ମିଳିପାରେ ।

ରିୟା ଚକ୍ରବର୍ତ୍ତୀ


ଜୁନ୍ ୧୪ ତାରିଖରେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ ଦେହ ତାଙ୍କର ମୁମ୍ବାଇର ବାନ୍ଦ୍ରାରେ ଥିବା ଘରେ ମିଳିଥିଲା । ଏହା ପରେ ମୁମ୍ବାଇ ପୋଲିସ ଏହି ଘଟଣାର ତଦନ୍ତ କରିଥିଲା । ତେବେ ସୁଶାନ୍ତଙ୍କ ପିତାଙ୍କ ଆରୋପ ପରେ ଏହି ତଦନ୍ତ ସିବିଆଇକୁ ହସ୍ତାନ୍ତର କରାଯାଇଥିଲା ।

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସହ ଜଡିତ ନିଶା କାରବାର ଘଟଣାର ତଦନ୍ତରେ ଯୋଗଦେବା ପାଇଁ ତାଙ୍କର 'ପ୍ରତିଭା ପରିଚାଳକ' ଜୟା ଶାହା ସୋମବାର ଏନସିବି ଅଫିସରେ ହାଜର ହୋଇଥିଲେ । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଅଭିନେତାଙ୍କ ପୂର୍ବତନ ମ୍ୟାନେଜର ଶ୍ରୁତି ମୋଦୀ ଓ ତାଙ୍କ 'ପ୍ରତିଭା ପରିଚାଳକ' ଜୟା ଶାହାଙ୍କୁ ସୋମବାର ଏଜେନ୍ସି କାର୍ଯ୍ୟାଳୟରେ ହାଜର ହେବାକୁ କହିଥିଲେ ।

ଏହା ବି ପଢ଼ନ୍ତୁ | ଥାଇଲ୍ୟାଣ୍ଡରେ ମାଙ୍କଡ଼ମାନେ ଲୋକଙ୍କୁ ହଇରାଣ କଲେକଣ୍ଟ୍ରୋଲ୍ ପାଇଁ ସେମାନଙ୍କ ଗୁପ୍ତାଙ୍ଗ କଟାଗଲା

ଏହା ବି ପଢ଼ନ୍ତୁ | ଗର୍ଭବତୀ ପତ୍ନୀଙ୍କ ପେଟରେ ପୁଅ ନା ଝିଅ ଅଛି ଜାଣିବାକୁ ୫ ଝିଅଙ୍କ ବାପା ତାଙ୍କ ପେଟ ଚିରିଦେଲେ

ଏନସିବି ଏହି ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ଶୋଭିକ ଚକ୍ରବର୍ତ୍ତୀଙ୍କ ସମେତ ଏକ ଡଜନରୁ ଅଧିକ ଲୋକଙ୍କୁ ଗିରଫ କଲାଣି । ଏହି ଅନୁସନ୍ଧାନକାରୀ ସଂସ୍ଥାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଡ୍ରଗ୍ ସମ୍ବନ୍ଧୀୟ ମାମଲା ଅନୁସନ୍ଧାନରେ ଏନସିବି ଅଭିନେତ୍ରୀ ସାରା ଅଲି ଖାନ, ରାକୁଲ ପ୍ରୀତ ସିଂ ଓ ଫ୍ୟାଶନ ଡିଜାଇନର୍ ସିମୋନ ଖମ୍ବାଟାଙ୍କୁ ପଚରାଉଚରା ପାଇଁ ସମନ୍‌ ପଠାଇବାକୁ ଯାଉଛନ୍ତି।



ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁର ଅସଲ କାରଣ ଜାଣିବାର ପ୍ରୟାସ କରୁଥିବା ଦିଲ୍ଲୀ AIIMSର ଫରେନସିକ୍ ଟିମ୍ ଓ ସିବିଆଇ ଅଧିକାରୀଙ୍କ ମଧ୍ୟରେ ଆଜି ହେବାକୁ ଥିବା ଏକ ବୈଠକ ସ୍ଥଗିତ ରଖାଯାଇଛି ।
Published by: Anand Shankar Thankur Das
First published: September 22, 2020, 9:29 PM IST
corona virus btn
corona virus btn
Loading