ରିୟା ଚକ୍ରବର୍ତ୍ତୀଙ୍କ ଜାମିନ୍ ଆବେଦନ ଖାରଜ ହେଲା; ସେ ୧୪ ଦିନ ଜେଲରେ ରହିବେ

ଡାକ୍ତରୀ ପରୀକ୍ଷା ପରେ ରିୟା ଚକ୍ରବର୍ତ୍ତୀଙ୍କୁ NCB କାର୍ଯ୍ୟାଳୟକୁ ଅଣାଯାଇଥିଲା। ଭିଡିଓ କନଫରେନ୍ସିଂ ମାଧ୍ୟମରେ ସେଠାରୁ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା । NCB ତାଙ୍କ ପାଇଁ ୧୪-ଦିନିଆ ନ୍ୟାୟିକ ହେପାଜତ ମାଗିଥିଲା ।

ରିୟା ଚକ୍ରବର୍ତ୍ତୀଙ୍କ ଜାମିନ୍ ଆବେଦନ ଖାରଜ ହେଲା; ସେ ୧୪ ଦିନ ଜେଲରେ ରହିବେ
ରିୟାଙ୍କୁ ଗିରଫ କରିବା ପରେ କୋର୍ଟରେ ହାଜର କରାଯାଇଥିଲା ।
  • News18 Odia
  • Last Updated: September 8, 2020, 11:45 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ (Sushant Singh Rajput) ମୃତ୍ୟୁ ମାମଲାର ଅନୁସନ୍ଧାନରେ ଡ୍ରଗ୍ସ ସମ୍ପର୍କିତ ଅଭିଯୋଗ ଯୋଗୁଁ ଗିରଫ ହୋଇଥିବା ବଲିଉଡ ଅଭିନେତ୍ରୀ ତଥା ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ (Rhea Chakraborty) ମୁମ୍ବାଇର ଏକ କୋର୍ଟ ୧୪-ଦିନିଆ ନ୍ୟାୟିକ ହେପାଜତକୁ ପଠାଇଛି ।

ରିୟାଙ୍କୁ ୨୨ ସେପ୍ଟେମ୍ବର ପର୍ଯ୍ୟନ୍ତ ଜେଲରେ ରହିବାକୁ ପଡ଼ିବ । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (NCB) ଡ୍ରଗ୍ କାରବାର ତଥା ବ୍ୟବହାର ପାଇଁ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରିଛି।

ଡାକ୍ତରୀ ପରୀକ୍ଷା ପରେ ରିୟା ଚକ୍ରବର୍ତ୍ତୀଙ୍କୁ ଏନସିବି କାର୍ଯ୍ୟାଳୟକୁ ଅଣାଯାଇଥିଲା। ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋର୍ଟରେ ସେ ହାଜର ହୋଇଥିଲେ । କୋର୍ଟରେ NCB ରିୟା ଚକ୍ରବର୍ତ୍ତୀଙ୍କ ପାଇଁ ୧୪-ଦିନିଆ ନ୍ୟାୟିକ ହେପାଜତ ମାଗିଥିବା ବେଳେ ରିୟାଙ୍କ ଓକିଲ ସତୀଶ ମାନାସିନ୍ଦେ ଏହି ମାମଲାରେ ତାଙ୍କୁ ଜାମିନ ଦିଆଯାଉ ବୋଲି ଦାବି କରିଥିଲେ ।

ରିୟା ଗିରଫ ହେବା ପରେ ସୁଶାନ୍ତଙ୍କ ଭଉଣୀ ଶ୍ୱେତା ପୋଷ୍ଟ କରିଥିବା ଲେଖା


ଜୁନ୍ ୧୪ ତାରିଖରେ ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ଥିବା ନିଜ ଫ୍ଲାଟରେ ସୁଶାନ୍ତଙ୍କ ମୃତ ଦେହ ମିଳିଥିଲା । ଗତ ମାସରେ ତାଙ୍କ ପିତା କେ.କେ. ସିଂ ପାଟନାର ଏକ ଥାନାରେ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଏକ ମାମଲା ଦାୟର କରିଥିଲେ। ସେ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ପରିବାର ସୁଶାନ୍ତ ସିଂ ରାଜପୁତଙ୍କୁ ଆତ୍ମହତ୍ୟା କରିବା ପାଇଁ ଉସକାଇଥିବା ଓ ତାଙ୍କ ଟଙ୍କା ଲୁଟି ନେଇଥିବା ଅଭିଯୋଗ କରିଥିଲେ ।

ନିକଟରେ ସୁପ୍ରିମ କୋର୍ଟ ସୁଶାନ୍ତ ସିଂ ରାଜପୁତଙ୍କ ପିତାଙ୍କ ନିଷ୍ପତ୍ତିକୁ ସମର୍ଥନ କରି ପାଟନାରେ ରିୟା ଓ ଅନ୍ୟମାନଙ୍କ ବିରୋଧରେ ଦାଖଲ ହୋଇଥିବା ଏଫଆଇଆରକୁ ସିବିଆଇକୁ ସ୍ଥାନାନ୍ତର କରିଥିଲେ ।

ଏହି ବି ପଢ଼ନ୍ତୁ | ଏଣିକି ଟ୍ରେନ୍ ଭିତରେ ଭିକ ମାଗିଲେ ଓ ସିଗାରେଟ୍ ଟାଣିଲେ ଜେଲ୍ ଦଣ୍ଡ ହେବ ନାହିଁ; ବଦଳୁଛି ନିୟମ

ଏହା ବି ପଢ଼ନ୍ତୁ ଫିଲିପାଇନ୍ସରେ ଲଜ୍ଜା! Zoom ମିଟିଂ ବେଳେ ସେକ୍ରେଟାରୀଙ୍କ ସହ ସେକ୍ସ କରୁଥିବା ଦେଖାଗଲେ ସରକାରୀ ଅଧିକାରୀ

NCB କହିଛି ଯେ ସେ ୨୮ ବର୍ଷୀୟା ରିୟାଙ୍କୁ ତାଙ୍କ ଭାଇ ଶୋଭିକ ଚକ୍ରବର୍ତ୍ତୀ, ରାଜପୁତଙ୍କ ଘର ମ୍ୟାନେଜର ସାମୁଏଲ ମିରାଣ୍ଡା, ଜଣେ ଗୃହରକ୍ଷୀ ଦୀପକ ସାୱନ୍ତଙ୍କ ସହ ପଚରାଉଚରା କରି ତାଙ୍କ ଭୂମିକା ଜାଣିବାକୁ ଚାଁହୁଛି ।



ଏନସିବି ଆହୁରି କହିଛି ଯେ ମୋବାଇଲ୍ ଫୋନ୍ ଚାଟ୍ ରେକର୍ଡ ଓ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ ତଥ୍ୟ ହାସଲ କରାଯାଇଛି ଯେଉଁଥିରୁ ସୂଚନା ମିଳିଛି ଯେ ରିୟା ଓ ଅନ୍ୟମାନେ କିଛି ନିଷିଦ୍ଧ ଡ୍ରଗ୍ସ  କିଣିଛନ୍ତି। ଗତ ସପ୍ତାହରେ ଏନସିବି ଏହି ମାମଲାରେ ତିନି ଜଣଙ୍କୁ ଗିରଫ କରିଥିଲା ।
Published by: Anand Shankar Thankur Das
First published: September 8, 2020, 11:45 PM IST
corona virus btn
corona virus btn
Loading