Sushant Case: ରିୟା ଓ ତାଙ୍କ ଭାଇ ଶୌଭିକଙ୍କୁ ଜାମିନ ମିଳିଲା ନାହିଁ; ଜାଣନ୍ତୁ ୧୦ଟି ମୁଖ୍ୟ କଥା

ଜାମିନକୁ ଅପେକ୍ଷା କରିଥିବା ରିୟା ରାତି ସାରା ଶୋଇ ପାରି ନ ଥିଲେ ଓ ଜେଲ୍ ଭିତରେ ନିଜ କୋଠରୀରେ ବୁଲୁଥିଲେ । ସେ ସକାଳ ୬ଟାରେ ଏକ ରୋଲ୍ କଲରେ କୋଠରୀରୁ ବାହାରିଥିଲେ । ଜଳଖିଆରେ ତାଙ୍କୁ ଚା ସହିତ ସ୍ନାକ୍ସ ଦିଆଯାଇଥିଲା ।

Sushant Case: ରିୟା ଓ ତାଙ୍କ ଭାଇ ଶୌଭିକଙ୍କୁ ଜାମିନ ମିଳିଲା ନାହିଁ; ଜାଣନ୍ତୁ ୧୦ଟି ମୁଖ୍ୟ କଥା
 ରିୟା ଚକ୍ରବର୍ତ୍ତୀ
  • News18 Odia
  • Last Updated: September 11, 2020, 2:23 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ (Sushant Singh Rajput case) ମୃତ୍ୟୁ ମାମଲାରେ ଡ୍ରଗ୍ ଆଙ୍ଗଲ୍ ଯାଞ୍ଚରେ ଧରାପଡିଥିବା ରିୟା ଚକ୍ରବର୍ତ୍ତୀଙ୍କୁ (Rhea Chakraborty) ବର୍ତ୍ତମାନ ୨୨ ସେପ୍ଟେମ୍ବର ପର୍ଯ୍ୟନ୍ତ ଜେଲରେ ରହିବାକୁ ପଡ଼ିବ। ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ଶୌଭିକ ଚକ୍ରବର୍ତ୍ତୀ (Sowvik Chakraborty) ସେମାନଙ୍କ ଗିରଫଦାରୀ ବିରୋଧରେ ମୁମ୍ବାଇର ସେସନ କୋର୍ଟରେ ଜାମିନ ଆବେଦନ କରିଥିଲେ, ଯାହାକୁ ସେସନ୍ସ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି ।

ସେସନ୍ସ କୋର୍ଟରେ ଆବେଦନ ଖାରଜ ହେବା ପରେ ବର୍ତ୍ତମାନ ଏହା ନିଶ୍ଚିତ ଯେ ରିୟା ଏହି ମାମଲାରେ ମୁମ୍ବାଇ ହାଇ କୋର୍ଟରୁ ବେଲ୍‌ ପାଇବା ପର୍ଯ୍ୟନ୍ତ ଜେଲରେ ରହିବେ ।

ରିୟା ଚକ୍ରବର୍ତ୍ତୀଙ୍କୁ ତିନି ଦିନ ପଚରାଉଚରା କରିବା ପରେ ମଙ୍ଗଳବାର ଦିନ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଗିରଫ କରିଥିଲା। କୋର୍ଟ ତାଙ୍କୁ ୧୪-ଦିନିଆ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ରିୟା ବର୍ତ୍ତମାନ ବାଇକୁଲ୍ଲା ଜେଲରେ ଅଛନ୍ତି।

ରିୟା ଚକ୍ରବର୍ତ୍ତୀ ଜେଲ୍‌କୁ ଯାଉଥିବା ସମୟର ଦୃଶ୍ୟ


ଜାଣନ୍ତୁ ଏହି ମାମଲାରେ କ’ଣ କ’ଣ ଘଟିଛି:

  • ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ ଆଙ୍ଗଲ୍ ଆସିବା ପରେ ରିୟା ଚକ୍ରବର୍ତ୍ତୀଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (NCB) ତିନି ଦିନ ଧରି ପଚରାଉଚରା କରିବା ପରେ ଗିରଫ କରିଥିଲା। ଏନସିବି ରିୟାଙ୍କୁ ମୁମ୍ବାଇର ସେସନ୍ସ କୋର୍ଟରେ ହାଜର କରିଥିଲା । ସେଠାରୁ ତାଙ୍କୁ ୨୨ ସେପ୍ଟେମ୍ବର ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଥିଲା।

  • ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ଶୋଭିକ ଚକ୍ରବର୍ତ୍ତୀ ମୁମ୍ବାଇ ସେସନ୍ସ କୋର୍ଟର ରାୟ ବିରୋଧରେ ଜାମିନ ଆବେଦନ କରିଥିଲେ । ସେମାନେ ଏଥିରେ କହିଥିଲେ ଯେ ସେମାନେ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ଓ ସେମାନଙ୍କ ବିବୃତ୍ତି ଲେଖିବାକୁ ଏନସିବି ଚାପ ପକାଇଛି ।

  • ଏହି ଆବେଦନରେ ରିୟା ଚକ୍ରବର୍ତ୍ତୀଙ୍କ ଓକିଲ ସତୀଶ ମାନେଶିନ୍ଦେ କହିଛନ୍ତି ଯେ ୨୮ ବର୍ଷ ବୟସ୍କା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଏହି ସମ୍ପୂର୍ଣ୍ଣ ମାମଲାରେ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ଓ ସେ କୌଣସି ଅପରାଧ କରିନାହାଁନ୍ତି । ଏହି ସମଗ୍ର ଘଟଣାରେ ରିୟାଙ୍କୁ ଫସାଯାଉଛି ବୋଲି ସେ କହିଛନ୍ତି ।

  • ନିଜ ମୁକ୍ତିକୁ ଅପେକ୍ଷା କରିଥିବା ରିୟା ଚକ୍ରବର୍ତ୍ତୀ ରାତି ସାରା ଶୋଇ ପାରି ନ ଥିଲେ ଓ ଜେଲ୍‌ ଭିତରେ ନିଜ କୋଠରୀରେ ବୁଲୁଥିଲେ । ସେ ସକାଳ ୬ଟାରେ ଏକ ରୋଲ୍ କଲରେ କୋଠରୀରୁ ବାହାରିଥିଲେ ଓ କିଛି ସମୟ ପରେ ଭିତରକୁ ଚାଲିଯାଇଥିଲେ । ଜଳଖିଆରେ ରିୟାଙ୍କୁ ଚା ସହିତ ସ୍ନାକ୍ସ ଦିଆଯାଇଥିଲା ।

  • ଏହି ମାମଲାର ଶୁଣାଣି ବେଳେ ମୁମ୍ବାଇ ସେସନ୍ସ କୋର୍ଟ କହିଛନ୍ତି ଯେ ରିୟା ଚକ୍ରବର୍ତ୍ତୀ ଡ୍ରଗ୍ସ ମାମଲାରେ ଜଣେ ସକ୍ରିୟ ସଦସ୍ୟ ଥିବାରୁ ତାଙ୍କୁ ଜାମିନ ପ୍ରଦାନ କରାଯାଇପାରିବ ନାହିଁ । ରିୟାଙ୍କ ସହ ତାଙ୍କ ଭାଇ ଶୋଭିକଙ୍କ ଜାମିନ ଆବେଦନକୁ ବି ଖାରଜ କରିଦିଆଯାଇଛି ।

  • ଏନସିବିକୁ ଦେଇଥିବା ବିବୃତ୍ତିରେ ଶୌଭିକ ଚକ୍ରବର୍ତ୍ତୀ କହିଛନ୍ତି ଯେ ସେ ସୁଶାନ୍ତଙ୍କ ପାଇଁ ଅନେକ ଥର ଡ୍ରଗ୍ ଆଣିଛନ୍ତି। ସୂଚନା ଅନୁସାରେ ଶୌଭିକ୍ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ଭଉଣୀ ରିୟା କେବଳ ସୁଶାନ୍ତଙ୍କ କ୍ରେଡିଟ୍ କାର୍ଡ ମାଧ୍ୟମରେ ଡ୍ରଗ୍ସ ପାଇଁ ଟଙ୍କା ଦେଉଥିଲେ।

  • ମୁମ୍ବାଇର ସେସନ୍ସ କୋର୍ଟ ରିୟା ଚକ୍ରବର୍ତ୍ତୀ ଓ ଶୌଭିକ ଚକ୍ରବର୍ତ୍ତୀଙ୍କ ସମେତ ସମସ୍ତ ଛଅ ଜଣ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ଏହାର ଅର୍ଥ ହେଉଛି ରିୟାଙ୍କୁ ଏବେ ଜେଲରେ ରହିବାକୁ ପଡ଼ିବ ।

  • ରିୟା ଚକ୍ରବର୍ତ୍ତୀଙ୍କ ସହିତ ଅନ୍ୟ ଯେଉଁ ଅଭିଯୁକ୍ତମାନଙ୍କ ଜାମିନ ଆବେଦନ ମୁମ୍ବାଇ ସେସନ୍ସ କୋର୍ଟରେ ଖାରିଜ ହୋଇଛି ସେମାନେ ହେଲେ ଶୌଭିକ ଚକ୍ରବର୍ତ୍ତୀ, ସାମୁଏଲ ମିରାଣ୍ଡା, ଦୀପେଶ ସାୱନ୍ତ, ଜୈଦ୍‌ ଭିଲାତ୍ରା ଓ ଅବଦୁଲ ବାସିତ ପରିହାର।


ଏହା ବି ପଢ଼ନ୍ତୁ ବଲିଉଡ୍ ଅଭିନେତା ଅକ୍ଷୟ କୁମାର କହିଛନ୍ତି ଯେ ସେ ପ୍ରତି ଦିନ ଗୋ ମୂତ୍ର ପିଅନ୍ତି

ଏହା ବି ପଢ଼ନ୍ତୁ ବଡ଼ ଧକ୍କା ! ଜଣେ ବ୍ୟକ୍ତି ଅସୁସ୍ଥ ହେବା ପରେ ଅକ୍ସଫୋର୍ଡ କରୋନା ଟିକାର ପରୀକ୍ଷଣ ବନ୍ଦ କଲା

  • କୁହାଯାଉଛି ଯେ ଯଦି ଅପରାହ୍ଣ ସୁଦ୍ଧା ମୁମ୍ବାଇର ସେସନ୍ସ କୋର୍ଟରୁ ଏହି ରାୟର ଏକ ନକଲ ମିଳିଯାଏ, ତେବେ ସମସ୍ତ ଅଭିଯୁକ୍ତଙ୍କ ଓକିଲ ଏହି ରାୟ ବିରୋଧରେ ମୁମ୍ବାଇ ହାଇ କୋର୍ଟରେ ଆବେଦନ କରିବେ।




  • ରିୟା ଚକ୍ରବର୍ତ୍ତୀ ପୂର୍ବରୁ କହିଥିଲେ ଯେ ସେ ନିଜେ କେବେ ବି ଡ୍ରଗ୍ସ ସେବନ କରି ନ ଥିଲେ ଓ ସେ ଯାହା କରିଥିଲେ ତାହା ସୁଶାନ୍ତଙ୍କ ପାଇଁ କରିଥିଲେ। ତେବେ ସେ ନିଶାଦ୍ରବ୍ୟ ଥିବା ସିଗାରେଟ ଟାଣୁଥିବା ପରେ ସ୍ୱୀକାର କରିଛନ୍ତି। ଏହି ସବୁ କଥାକୁ ଦୃଷ୍ଟିରେ ରଖି ମୁମ୍ବାଇର ସେସନ୍ସ କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି ।

Published by: Anand Shankar Thankur Das
First published: September 11, 2020, 2:23 PM IST
corona virus btn
corona virus btn
Loading