SSR: ସୁଶାନ୍ତ ସିଂ ରାଜପୁତଙ୍କୁ ମନେ ପକାଇ ଅତି ଭାବପ୍ରବଣ ପୋଷ୍ଟ ଲେଖିଲେ ତାଙ୍କୁ ଝୁରୁଥିବା ଗର୍ଲଫ୍ରେଣ୍ଡ୍

Rhea Chakraborty Writes Emotional Post about Missing Sushant Singh Rajput | ପ୍ରଖ୍ୟାତ ଯୁବ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ରହସ୍ୟମୟ ମୃତ୍ୟୁର ବର୍ଷକ ପରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଲେଖିଛନ୍ତି: ‘‘ମୁଁ ପ୍ରତି ଦିନ ଆପଣଙ୍କ ଆସିବାକୁ ଅପେକ୍ଷା କରେ ଯେ ଆପଣ ଆସିବେ ଓ ମୋତେ ନେଇଯିବେ ।’’

ସୁଶାନ୍ତ ସିଂ ରାଜପୁତଙ୍କ ସହ ରିୟା ଚକ୍ରବର୍ତ୍ତୀ

ସୁଶାନ୍ତ ସିଂ ରାଜପୁତଙ୍କ ସହ ରିୟା ଚକ୍ରବର୍ତ୍ତୀ

  • Share this:
News18 Odia Digital

ନୂଆ ଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ (Rhea Chakraborty) ନିଜ ପୂର୍ବ ବୟଫ୍ରେଣ୍ଡ୍‌ ତଥା ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ (Sushant Singh Rajput) ରହସ୍ୟମୟ ମୃତ୍ୟୁର ଠିକ୍‌ ବର୍ଷକ ପରେ ତାଙ୍କୁ ମନେପକାଇ ଏକ ଭାବପ୍ରବଣ ନୋଟ୍ ଲେଖିଛନ୍ତି । ଗତ ବର୍ଷ ଜୁନ୍ ୧୪ ତାରିଖରେ ସୁଶାନ୍ତଙ୍କର ମୃତ୍ୟୁ ହୋଇଥିଲା ।ମୁମ୍ବାଇରେ ଥିବା ନିଜ ଫ୍ଲାଟରେ ଫାଶୀରୁ ଏହି ପ୍ରଖ୍ୟାତ ଯୁବ ଅବିନେତାଙ୍କ ମୃତ ଦେହ ଝୁଲୁଥିବା ଦେଖାଯାଇଥିଲା ଓ ସେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ ବୋଲି କୁହାଯାଇଥିଲା ।

ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ଥିଲେ। ଏବେ ସୁଶାନ୍ତଙ୍କ ମୃତ୍ୟୁର ବର୍ଷକ ପରେ ରିୟା ଏକ ଇନଷ୍ଟା ପୋଷ୍ଟ୍‌ ମାଧ୍ୟମରେ ନିଜର ଭାବନା ପ୍ରକାଶ କରିଛନ୍ତି । ରିୟା ନିଜ ପୋଷ୍ଟରେ ଲେଖିଛନ୍ତି, ‘‘ଏପରି ଏକ ମୁହୂର୍ତ୍ତ ନାହିଁ ଯେତେବେଳେ ମୋତେ ବିଶ୍ୱାସ ହୁଏ ଯେ ଆପଣ ଆଉ ଏଇଠି ନାହାଁନ୍ତି । ସେ (ସୁଶାନ୍ତ) କହିଥିଲେ ଯେ ସମୟ ସବୁ କିଛି ଠିକ୍‌ କରିଦିଏ, କିନ୍ତୁ ଆପଣ ମୋ’ର ସମୟ ଓ ମୋ’ର ସବୁ କିଛି ଥିଲେ । ମୁଁ ଜାଣେ ଆପଣ ବର୍ତ୍ତମାନ ମୋ’ର ଅଭିଭାବକ ଦେବଦୂତ (guardian angel) ।ଆପଣ ନିଜ ଟେଲିସ୍କୋପ୍‌ ଦ୍ୱାରା ମୋତେ ଚନ୍ଦ୍ରରୁ ଦେଖୁଛନ୍ତି ଓ ମୋତେ ସୁରକ୍ଷା ଦେଉଛନ୍ତି । ମୁଁ ପ୍ରତି ଦିନ ଆପଣଙ୍କ ଆସିବାକୁ ଅପେକ୍ଷା କରେ ଯେ ଆପଣ ଆସିବେ ଓ ମୋତେ ନେଇଯିବେ । ମୁଁ ଆପଣଙ୍କୁ ସବୁଆଡ଼େ ଖୋଜୁଛି ।’’'

ଏହି ଫଟୋ ପୋଷ୍ଟ କରି ରିୟା ଏକ ପୋଷ୍ଟ ଲେଖିଛନ୍ତି ।


ରିୟା ଆହୁରି ମଧ୍ୟ ଲେଖିଛନ୍ତି, ‘‘ମୁଁ ଜାଣେ ଆପଣ ମୋ’ ସହିତ ଅଛନ୍ତି । ଏହା ମୋତେ ପ୍ରତି ଦିନ ଭାଙ୍ଗିଦିଏ । ଯେତେବେଳେ ବି ମୁଁ ଅନୁଭବ କରେ ଯେ ଆପଣ ଏଠାରେ ନାହାଁନ୍ତି, ମୋ’ ଶରୀରରେ ଭାବନାର ବନ୍ୟା ଆସେ । ଏ କଥା ଲେଖିବା ବେଳେ ମୋ’ର ହୃଦୟକୁ କଷ୍ଟ ହେଉଛି । ତୁମ ବିନା ଜୀବନ ନାହିଁ ।ତୁମେ ଜୀବନର ଅର୍ଥ ନିଜ ସାଙ୍ଗରେ ନେଇଯାଇଛ ।ଏହି ଶୂନ୍ୟ ସ୍ଥାନ ପୂରଣ ହୋଇପାରିବ ନାହିଁ ।ତୁମ ବିନା ମୁଁ ଛିଡା ହୋଇଛି ।ମୋ’ର ପ୍ରିୟ ସୂର୍ଯ୍ୟକିରଣ ବାଳକ, ମୁଁ ଆପଣଙ୍କୁ ପ୍ରତି ଦିନ 'ମାଲପୁଆ' ଦେବି ବୋଲି ପ୍ରତିଜ୍ଞା କରୁଛି ଓ ଏହି ଦୁନିଆର ସବୁ କ୍ୱାଣ୍ଟମ୍ ଫିଜିକ୍ସ (ପଦାର୍ଥ ବିଜ୍ଞାନ) ବହି ପଢୁଛି ।ଦୟା କରି ମୋ’ ପାଖକୁ ଫେରି ଆସନ୍ତୁ ।ମୁଁ ଆପଣଙ୍କୁ ବହୁତ ମିସ୍‌ କରୁଛି, ମୋ’ର ସର୍ବୋତ୍ତମ ବନ୍ଧୁ, ମୋ’ର ପୁରୁଷ, ମୋ’ ପ୍ରେମ ।’’

ଏହା ବି ପଢ଼ନ୍ତୁ | ସମ୍ବଲପୁରରେ ଗୋଟି ଗୋଟି କରି ଛୁଆ ସ୍ତ୍ରୀକୁ ହାଣିଲା, ନିଜ ତଣ୍ଟି କାଟିଲା; ଗୋଟିଏ ପିଲା ବାପା ମଲେ

ରିୟା ଚକ୍ରବର୍ତ୍ତୀଙ୍କ ବିରୁଦ୍ଧରେ ସୁଶାନ୍ତ ସିଂଙ୍କୁ ଆତ୍ମହତ୍ୟା କରିବା ପାଇଁ ପ୍ରବର୍ତ୍ତାଇଥିବା ଅଭିଯୋଗ ଲାଗିଛି । ସୁଶାନ୍ତଙ୍କ ଭଉଣୀ ଓ ବାପା ଉଭୟ ରିୟା ହିଁ ସୁଶାନ୍ତଙ୍କ ମୃତ୍ୟୁର କାରଣ ବୋଲି କହିଛନ୍ତି । ଏହାକୁ ନେଇ କୋର୍ଟରେ ଏବେ ମାମଲା ଚାଲିଛି । ରିୟା ବାରମ୍ବାର କହିଛନ୍ତି ଯେ ସୁଶାନ୍ତଙ୍କ ମୃତ୍ୟର କାରଣ ସାମନାକୁ ଆସିବା ଦରକାର – ତାହା ଆତ୍ମହତ୍ୟା ଥିଲା ନା ହତ୍ୟା ଥିଲା ତାହା ତଦନ୍ତରୁ ସ୍ପଷ୍ଟ ହେବା ଦରକାର । ତାଙ୍କୁ ନେଇ ସୁଶାନ୍ତ ଆତ୍ମହତ୍ୟା କେବେ କରି ନ ଥିବେ ବୋଲି ସେ ଦୃଢ଼ ଭାବେ ବାରମ୍ବାର କହିଛନ୍ତି ।
Published by:Anand ST Das
First published: