News18 Odia Digital
ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ (Sushant Singh Rajput) ମୃତ୍ୟୁ ସହ ଜଡିତ ଏକ ମାମଲାରେ ନିଶା (ଡ୍ରଗ୍ସ) କାରବାର ଅଭିଯୋଗରେ ଗିରଫ ହୋଇଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ (Rhea Chakraborty) ବମ୍ବେ ହାଇକୋର୍ଟ ବୁଧବାର ଜାମିନ ପ୍ରଦାନ କରିଛନ୍ତି । ତେବେ ଏହି ମାମଲାରେ ଅଭିଯୁକ୍ତ ରିୟାଙ୍କ ଭାଇ ସୋଭିକଙ୍କ ଜାମିନ ଆବେଦନକୁ କୋର୍ଟ ଖାରଜ କରି ଦେଇଛନ୍ତି ।
ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ଆଙ୍ଗଲରୁ ମାମଲାକୁ ଯାଞ୍ଚ କରୁଥିବା ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (NCB) ଦ୍ୱାରା ଉଭୟଙ୍କୁ ଗିରଫ କରାଯାଇଥିଲା । ୩୪ ବର୍ଷୀୟ ସୁଶାନ୍ତ ସିଂ ରାଜପୁତଙ୍କ ମୃତ ଦେହ ଚଳିତ ବର୍ଷ ୧୪ ଜୁନ୍ ଦିନ ବାନ୍ଦ୍ରାସ୍ଥିତ ତାଙ୍କ ବାସଭବନରେ ମିଳିଥିଲା ।
ପାଞ୍ଚଟି ଜାମିନ ସର୍ତ୍ତ କ’ଣ?ହାଇକୋର୍ଟ ରିୟା ଚକ୍ରବର୍ତ୍ତୀଙ୍କୁ ପାଞ୍ଚଟି ସର୍ତ୍ତରେ ଜାମିନ ପ୍ରଦାନ କରିଛନ୍ତି । କୋର୍ଟ କହିଛନ୍ତି ଯେ ରିୟା ପାସପୋର୍ଟ ଦାଖଲ କରନ୍ତୁ ଓ ୧୦ ଦିନ ପର୍ଯ୍ୟନ୍ତ ମୁମ୍ବାଇ ପୋଲିସକୁ ରିପୋର୍ଟ କରିବେ। କୋର୍ଟ କହିଛନ୍ତି ଯେ ୧ ଲକ୍ଷ ଟଙ୍କା ଜାମିନ ବଣ୍ଡ ପୂରଣ କରିବେ ଓ ସେ ଦେଶ ଛାଡି ପାରିବେ ନାହିଁ । ଏହା ସହିତ ସେ ଅନ୍ୟ କୌଣସି ସାକ୍ଷୀଙ୍କୁ ଭେଟି ପାରିବେ ନାହିଁ ।କୋର୍ଟ କହିଛନ୍ତି ଯେ ଯଦି ସେ ଗ୍ରେଟର ମୁମ୍ବାଇ ବ୍ୟତୀତ ଅନ୍ୟ କୌଣସି ସ୍ଥାନକୁ ଯାଆନ୍ତି ତେବେ ସେ ଏହି ଘଟଣାର ତଦନ୍ତ ଅଧିକାରୀଙ୍କୁ ଜଣାଇବେ ।
ମଙ୍ଗଳବାର ଦିନ ଜାମିନ ଅବଧି ବୃଦ୍ଧି କରାଯାଇଥିଲାମଙ୍ଗଳବାର ଦିନ ମୁମ୍ବାଇର ଏକ କୋର୍ଟ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ଶୋଭିକ ଚକ୍ରବର୍ତ୍ତୀଙ୍କ ନ୍ୟାୟିକ ହେପାଜତକୁ ଅକ୍ଟୋବର ୨୦ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ । ଏକ ସ୍ୱତନ୍ତ୍ର ଏନଡିପିଏସ୍ କୋର୍ଟ ଅଭିନେତ୍ରୀ ରିୟା ଓ ତାଙ୍କ ଭାଇ ଶୋଭିକ୍ ଏନସିବି ଦ୍ୱାରା ଗିରଫ ହୋଇଥିବା ଅନ୍ୟ ଅଭିଯୁକ୍ତଙ୍କ ନ୍ୟାୟିକ ହେପାଜତକୁ ୨୦ ଅକ୍ଟୋବର ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।
ସ୍ୱତନ୍ତ୍ର କୋର୍ଟ ପୂର୍ବରୁ ଅଭିନେତ୍ରୀ ଓ ତାଙ୍କ ଭାଇଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ । ରିୟା ଚକ୍ରବର୍ତ୍ତୀଓ ଅନ୍ୟମାନଙ୍କ ବିରୋଧରେ ଅଭିନେତ୍ରୀଙ୍କୁ ଆତ୍ମହତ୍ୟା କରିବା ଅଭିଯୋଗରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) ପୃଥକ ଭାବେ ଅନୁସନ୍ଧାନ କରୁଛି ।
ଅନ୍ୟପକ୍ଷରେ ରିୟା ଜେଲରୁ ବାହାରିବା ଖବର ମଧ୍ୟରେ ପୋଲିସ ପ୍ରଶାସନକୁ ମଧ୍ୟ ସତର୍କ କରାଯାଇଛି । ଗଣମାଧ୍ୟମ କର୍ମଚାରୀଙ୍କୁ ପୋଲିସ ସ୍ପଷ୍ଟ ଭାବେ କହିଛି ଯେ ରିୟା ହେଉ କିମ୍ବା ତାଙ୍କ ଓକିଲ ହେଉ ସେମାନେଙ୍କ କୌଣସି ଗାଡିଙ୍କୁ ଅନୁସରଣ କରିବେ ନାହିଁ । ଗତ ମାସରେ ରିୟାଙ୍କୁ ଗିରଫ କରାଯିବା ପରେ ଅନେକ ମିଡିଆ ଗାଡି ତାଙ୍କ କାରକୁ ଅନୁସରଣ କରିଥିଲେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।