ସୁଶାନ୍ତ ସିଂ ମୃତ୍ୟୁ: ତାଙ୍କ ଗର୍ଲଫ୍ରେଣ୍ଡ୍ ରିୟା ଚକ୍ରବର୍ତ୍ତୀଙ୍କୁ ୮ ଘଣ୍ଟା ଜେରା କଲା ED

ରିୟା ସୁପ୍ରିମ କୋର୍ଟରେ ତାଙ୍କ ପିଟିସନର ଶୁଣାଣି ହେବା ପର୍ଯ୍ୟନ୍ତ ତାଙ୍କ ବିବୃତ୍ତିର ରେକର୍ଡିଂ ସ୍ଥଗିତ ରଖିବାକୁ ଅନୁରୋଧ କରିଥିଲେ, ହେଲେ ଇଡି ତାଙ୍କର ଏହି ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଥିଲା ।

ସୁଶାନ୍ତ ସିଂ ମୃତ୍ୟୁ: ତାଙ୍କ ଗର୍ଲଫ୍ରେଣ୍ଡ୍ ରିୟା ଚକ୍ରବର୍ତ୍ତୀଙ୍କୁ ୮ ଘଣ୍ଟା ଜେରା କଲା ED
ରିୟା ଚକ୍ରବର୍ତ୍ତୀ
  • News18 Odia
  • Last Updated: August 7, 2020, 10:18 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ସ୍ୱର୍ଗତ ବଲିଉଡ୍‌ (Bollywood) ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ (Sushant Singh Rajput) ମୃତ୍ୟୁ ମାମଲାରେ ଷଡ଼ଯନ୍ତ୍ର କରିଥିବା ଓ ତାଙ୍କ ଠାରୁ କୋଟି କୋଟି ଟଙ୍କା ହଡ଼ପ କରିଥିବା ଅଭିଯୋଗରେ ତାଙ୍କ କଥିତ ଗର୍ଲଫ୍ରେଣ୍ଡ୍‌ ତଥା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ (Rhea Chakraborty) ନିଜ ବିବୃତି ରେକର୍ଡ଼ କରିବା ପାଇଁ ମୁମ୍ବାଇର ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) କାର୍ଯ୍ୟାଳୟରେ ପହଞ୍ଚିଥିଲେ। ତାଙ୍କୁ EDର ଅଧିକାରୀମାନେ ଦୀର୍ଘ ଆଠ ଘଣ୍ଟା ଧରି ଜେରା କରିଥିଲେ ।

ଏହା ପୂର୍ବରୁ ସୁପ୍ରିମ କୋର୍ଟର ରିୟାଙ୍କ ପିଟିସନର ଶୁଣାଣି ହେବା ପର୍ଯ୍ୟନ୍ତ ତାଙ୍କ ବିବୃତ୍ତିର ରେକର୍ଡିଂ ସ୍ଥଗିତ ରଖିବାକୁ ସେ ଅନୁରୋଧ କରିଥିଲେ, ହେଲେ ଇଡି ତାଙ୍କର ଏହି ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଥିଲା ।

ବିହାର ବିଜେପି ବିଧାୟକ ତଥା ସୁଶାନ୍ତ ସିଂ ରାଜପୁତଙ୍କ ସମ୍ପର୍କୀୟ ନୀରଜ କୁମାର ସିଂ ବବଲୁ କହିଛନ୍ତି ଯେ ରିୟା ଚକ୍ରବର୍ତ୍ତୀ ଯଦି ନିର୍ଦ୍ଦୋଷ ତେବେ ସେ ତଦନ୍ତରୁ ଲୁଚିବା ଉଚିତ୍ ନୁହେଁ । ‘‘ସେ ପ୍ରମାଣ ଉପସ୍ଥାପନ କରିବା ଉଚିତ୍ । ଆମେ ଏହି ଘଟଣାର ନିରପେକ୍ଷ ତଦନ୍ତ ଦାବି କରୁଛୁ। କୌଣସି ଅପରାଧୀଙ୍କୁ ରକ୍ଷା କରାଯିବା ଉଚିତ୍ ନୁହେଁ,’’ ସେ କହିଛନ୍ତି ।

ସିବିଆଇ (CBI) ଏହି ମାମଲାରେ ଏକ ଏଫ୍.ଆଇ.ଆର୍. ରୁଜୁ କରିବା ପରେ ତଦନ୍ତ ଭାର ବିହାର ପୋଲିସ ଠାରୁ ନେଇଛି । ସୁଶାନ୍ତଙ୍କ ବିରୋଧରେ ଆପରାଧିକ ଷଡ଼ଯନ୍ତ୍ର କରିବା ତଥା ଆତ୍ମହତ୍ୟା ଘଟଣା ପାଇଁ ତାଙ୍କୁ ଉସକେଇବା ଅଭିଯୋଗର ସାମନା କରୁଥିବା ତାଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ (Rhea Chakraborty) ଓ ତାଙ୍କ ପରିବାର ସଦସ୍ୟମାନଙ୍କ ବିରୋଧରେ ପାଟନା ପୋଲିସ ରୁଜୁ କରିଥିବା ଏଫ.ଆଇ.ଆର.କୁ ଆଉ ଥରେ ସିବିଆଇ ରୁଜୁ କରିଛି ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି ।

ସୁଶାନ୍ତଙ୍କ ସହ ତାଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ; ଢଡାହାଣ) ସୁଶାନ୍ତଙ୍କ ବାପା କେ.କେ. ସିଂ


ସିବିଆଇ ଅଧୀକ୍ଷକ ନୁପୁର ପ୍ରସାଦଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ଏହି ମାମଲାର ତଦନ୍ତ କରିବ ଏବଂ ଏହାକୁ ଡିଆଇଜି ଗଗନଦୀପ ଗମ୍ଭୀର ଓ ଯୁଗ୍ମ ନିର୍ଦ୍ଦେଶକ ମନୋଜ ଶଶିଦାର ତଦାରଖ କରିବେ । ଉଭୟ ଗୁଜୁରାଟ କ୍ୟାଡରର ବରିଷ୍ଠ ଆଇ.ପି.ଏସ୍. ଅଧିକାରୀ । ସୂତ୍ରରୁ ପ୍ରକାଶ ଯେ ଦୈନିକ ଏଜେନ୍ସିର ଶୀର୍ଷ ସ୍ତରରେ ଏହି ମାମଲାର ତଦନ୍ତ ଉପରେ ନଜର ରଖାଯିବ । ଆପରାଧିକ ଷଡ଼ଯନ୍ତ୍ର, ପ୍ରତାରଣା ତଥା ଆତ୍ମହତ୍ୟା ଘଟଣା ସହ ଜଡ଼ିତ ଆଇ.ପି.ସି.ର ବିଭିନ୍ନ ଦଫା ଅନୁସାରେ ପାଟନା ପୋଲିସ ରିୟାଙ୍କ ବିରୋଧରେ ଏଫ୍.ଆଇ.ଆର୍. ଦାଖଲ କରିଥିଲା ।

ଏହା ବି ପଢ଼ନ୍ତୁ | ସୁଶାନ୍ତ ସିଂ ରାଜପୁତ ରିୟା ଓ ତାଙ୍କ ପରିବାର ପାଇଁ ପାଲଟିଥିଲେ ଅସରନ୍ତି ATM; ଇଡି ବି ତଦନ୍ତ କରୁଛି

ଏହା ବି ପଢ଼ନ୍ତୁ | ବଡ଼ ଖବର: ୧୦୦ଟି ଟ୍ରେନ୍ ବନ୍ଦ କରି ପାରେ ରେଳବାଇ; ସମୟ ସାରଣୀରେ ବି ହେବ ବଡ଼ ପରିବର୍ତ୍ତନ

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ ଭାର ସିବିଆଇକୁ ସ୍ଥାନାନ୍ତର କରିବାର କାରଣଗୁଡ଼ିକ ସମ୍ପର୍କରେ ବିହାର ପୋଲିସ ସୁପ୍ରିମ କୋର୍ଟରେ ଏକ ଆଫିଡେଭିଟ ଦାଖଲ କରିଛି । ଏଥିରେ ବିହାର ପୋଲିସ ଦ୍ୱାରା ଏ ପର୍ଯ୍ୟନ୍ତ ହୋଇଥିବା ତଦନ୍ତରେ ପ୍ରକାଶ ପାଇଥିବା ତଥ୍ୟକୁ ମଧ୍ୟ ରଖାଯାଇଛି । ପାଟନାର ଏସ.ଏସ.ପି. ଉପେନ୍ଦ୍ର ଶର୍ମା (SSP Upendra Sharma) ନିଜ ଆଫିଡେଭିଟରେ ଲେଖିଛନ୍ତି ଯେ ସୁଶାନ୍ତଙ୍କ ପିତା କେ.କେ. ସିଂ ବିହାର ପୋଲିସକୁ ଏକ ଲିଖିତ ଅଭିଯୋଗ ଦେଇଥିଲେ ଯେ ରିୟା ସୁଶାନ୍ତଙ୍କୁ କାବୁ କରି ରଖିଥିଲେ ଓ ତାଙ୍କର ଲକ୍ଷ୍ୟ ଥିଲା ସୁଶାନ୍ତଙ୍କ ଠାରୁ କୋଟି କୋଟି ଟଙ୍କା ହଡ଼ପିନେବା ।



ଇତି ମଧ୍ୟରେ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ଯାଞ୍ଚ ପାଇଁ ମୁମ୍ବାଇ ଆସିଥିବା ବିହାର ଆଇ.ପି.ଏସ୍. ଅଧିକାରୀ ବିନୟ ତିୱାରୀଙ୍କୁ କ୍ୱାରେଣ୍ଟାଇନରୁ ବି.ଏମ.ସି. ମୁକ୍ତ କରିଛି ।
Published by: Anand Shankar Thankur Das
First published: August 7, 2020, 1:16 PM IST
corona virus btn
corona virus btn
Loading