ମୋହନ ଭାଗବତ (ପ୍ରତୀକାତ୍ମକ ଛବି)
- News18 Odia
- Last Updated :
- Other, India
News18 Odia Digital
ଲକ୍ଷ୍ନୋ: ଲକ୍ଷ୍ନୋ ଅତିରିକ୍ତ ଜିଲ୍ଲା କୋର୍ଟ ରାଷ୍ଟ୍ରୀୟ ସ୍ବୟଂସେବକ ସଂଗଠନର ମୁଖ୍ୟ ମୋହନ ଭାଗବତ ଓ ଅନ୍ୟମାନଙ୍କ ବିରୋଧରେ ଦାଖଲ ହୋଇଥିବା ସଂଶୋଧନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ମୋହନ ଭାଗବତ ଭଗବାନ ବୁଦ୍ଧ ଓ ସମ୍ରାଟ ଅଶୋକଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିବା ନେଇ ଅଭିଯୋଗ ହୋଇଥିଲା।
ବ୍ରାହ୍ମେନ୍ଦ୍ର ସିଂ ମୌର୍ଯ୍ୟ ନାମକ ଜଣେ ବ୍ୟକ୍ତିଙ୍କ ସଂଶୋଧନ ଆବେଦନ ଉପରେ ଅତିରିକ୍ତ ଜିଲ୍ଲା ଜଜ୍ ବିନୟ ସିଂ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହି ସଂଶୋଧନ ଆବେଦନ ମାଧ୍ୟମରେ ସଂଗଠନ ମୁଖ୍ୟ ଭାଗବତ ଓ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ଦାଖଲ ହୋଇଥିବା ଅଭିଯୋଗକୁ ଖାରଜ କରିବା ପାଇଁ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ କୋର୍ଟର ଆଦେଶକୁ ମୌର୍ଯ୍ୟ ଚ୍ୟାଲେଞ୍ଜ କରିଥିଲେ।
ଅତିରିକ୍ତ ଜିଲ୍ଲା କୋର୍ଟ ମଧ୍ୟ ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଆବେଦନକାରୀ ମୌର୍ଯ୍ୟ ଅଭିଯୋଗ କରିଛନ୍ତି ଯେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଗଠନର ମୁଖ୍ୟ ମୋହନ ଭାଗବତ ଓ ଅନ୍ୟ ଅଭିଯୁକ୍ତମାନେ ୨୦୧୬ ମସିହାରେ ଭଗବାନ ବୁଦ୍ଧ ଓ ସମ୍ରାଟ ଅଶୋକଙ୍କ ଅନୁଗାମୀମାନଙ୍କ ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ ଓ ରାଜସ୍ଥାନର ଏକ ହିନ୍ଦୀ ଦୈନିକ ଖବରକାଗଜ ଏକ ସମ୍ୱାଦ ପ୍ରକାଶ ହୋଇଥିଲା। ମୌର୍ଯ୍ୟ କହିଛନ୍ତି ଯେ ସେ ହ୍ଵାଟ୍ସଆପରେ ସେହି ଖବରର କ୍ଲିପିଂ ଦେଖିଛନ୍ତି ଓ ଏହାକୁ ପଢ଼ିବା ପରେ ତାଙ୍କ ଭାବନା ଆଘାତ ପାଇଛି।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।