ଅବସର ପରେ 'ଅଗ୍ନିବୀର'ଙ୍କୁ ନିଶ୍ଚିତ ଚାକିରି ଦେବେ ହରିୟାଣା ସରକାର: ହରିୟାଣା CM

ଅବସରପ୍ରାପ୍ତ ଅଗ୍ନିବୀରମାନଙ୍କୁ ହରିୟାଣା ସରକାର ୧୦୦ ପ୍ରତିଶତ ନିଯୁକ୍ତି ପ୍ରଦାନ କରିବେ। ସେମାନଙ୍କୁ ଗ୍ରୁପ୍ ସି ଚାକିରି କିମ୍ୱା ହରିଆଣା ପୋଲିସ ଚାକିରି ଦିଆଯିବ ବୋଲି ମୁଖ୍ଯମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏକ ବଡ଼ ଘୋଷଣା କରିଛନ୍ତି।

ମନୋହର ଲାଲ ଖଟ୍ଟର (ପ୍ରତୀକାତ୍ମକ ଛବି)

ମନୋହର ଲାଲ ଖଟ୍ଟର (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଦେଶ ବ୍ୟାପୀ କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ' ଯୋଜନାକୁ ବିରୋଧ କରାଯାଉଛି। ଏହାରି ମଧ୍ୟରେ ହରିୟାଣା ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏକ ବଡ଼ ଘୋଷଣା କରିଛନ୍ତି।

ସେ କହିଛନ୍ତି ଅବସରପ୍ରାପ୍ତ ଅଗ୍ନିବୀରମାନଙ୍କୁ ହରିୟାଣା ସରକାର ୧୦୦ ପ୍ରତିଶତ ନିଯୁକ୍ତି ପ୍ରଦାନ କରିବେ। ତାହା ଗ୍ରୁପ୍ ସି ଚାକିରି ହେଉ କିମ୍ବା ହରିଆଣା ପୋଲିସ ଚାକିରି ହେଉ, ଯେଉଁମାନେ ଅବସର ଗ୍ରହଣ ପରେ ଚାକିରି କରିବାକୁ ଚାହିଁବେ ସେମାନଙ୍କୁ ସୁନିଶ୍ଚିତ ଚାକିରି ଯୋଗାଇ ଦିଆଯିବ।



ଅନ୍ୟପକ୍ଷରେ ଆଜି ଦେଶର ୩ ସେନାମୁଖ୍ୟଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭେଟିବେ। ଅଗ୍ନିପଥ ଯୋଜନାକୁ ଦେଶବ୍ୟାପୀ ବିରୋଧ କରାଯାଉ ଥିବାବେଳେ ସ୍ଥଳସେନା, ନୌସେନା ଓ ବାୟୁସେନା ମୁଖ୍ୟମାନେ ପ୍ରଧାନମନ୍ତ୍ରୀଙ୍କ ସହିତ ଏ ସଂପର୍କରେ ଆଲୋଚନା କରିବେ। ସେମାନେ ପୃଥକ ଭାବେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ। ପ୍ରଥମେ ନୌସେନା ମୁଖ୍ୟ ଆଡମିରାଲ ଆର ହରି କୁମାର ଭୋଟିବେ ବୋଲି ଜଣାଯାଇଛି।
Published by:Soumya Das
First published: