ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ଆଳୁ ଖାଇ ରୋଜଗାର କରିଥାଆନ୍ତେ ୫୦ ହଜାର ଟଙ୍କା; ଏମିତି ଚାକିରି ଦେଉଥିଲା ଏକ ରେଷ୍ଟୁରାଣ୍ଟ

ଆଳୁ ଖାଇ ରୋଜଗାର କରିଥାଆନ୍ତେ ୫୦ ହଜାର ଟଙ୍କା; ଏମିତି ଚାକିରି ଦେଉଥିଲା ଏକ ରେଷ୍ଟୁରାଣ୍ଟ

ଯଦି ଆପଣ ଆଳୁ ପ୍ରେମୀ ଓ ଆପଣ ଏହାର ସ୍ୱାଦ ପସନ୍ଦ କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ । ସୋସିଆଲ ମିଡ଼ିଆରେ ଏକ ରେଷ୍ଟୁରାଣ୍ଟ ଦ୍ୱାରା ଦିଆଯାଇଥିବା ଚାକିରି ବିଷୟରେ ନିକଟରେ ଅନେକ ଚର୍ଚ୍ଚା ହୋଇଥିଲା । ଏଥିରେ ଆଳୁ ଖାଇବା ପରିବର୍ତ୍ତେ ଲୋକଙ୍କୁ ୫୦,୦୦୦ ଚଙ୍କା ଦରମା ମିଳିଥିଲା ।

ଆଳୁ ଖାଇ ରୋଜଗାର କରିଥାଆନ୍ତେ ୫୦ ହଜାର ଟଙ୍କା; ଏମିତି ଚାକିରି ଦେଉଥିଲା ଏକ ରେଷ୍ଟୁରାଣ୍ଟ
ଆଳୁ ଖାଇ ରୋଜଗାର କରିପାରିଥାଆନ୍ତେ ୫୦ ହଜାର ଟଙ୍କା
  • News18 Odia
  • Last Updated: October 9, 2021, 4:10 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଅନେକ ଲୋକ କରୋନାରେ ଚାକିରି ହରାଇ ଦୁଃଖରେ ଅଛନ୍ତି । ବେରୋଜଗାର ହେତୁ ଲୋକେ କୌଣସି ପ୍ରକାରର ଚାକିରି ଖୋଜଛନ୍ତୁ । ଏଭଳି ପରିସ୍ଥିତିରେ ଏମିତି ଏକ ଚାକିରି ସାମ୍ନାକୁ ଆସିଥିଲା ଯେ, ଯାହା ବିଷୟରେ ଆପଣ ଶୁଣି ଆଶ୍ଚର୍ଯ୍ୟ ହେବା ସହ ଖୁସି ମଧ୍ୟ ହେବେ ।

କଥାଟି ହେଲା ଯେ ଏକ ରେଷ୍ଟୁରାଣ୍ଟ ଲୋକଙ୍କୁ ଆଳୁ ପରୀକ୍ଷା କରିବା ବଦଳରେ ଏକ ଭଲ ଦରମା ପ୍ରଦାନ କରୁଥିଲା । ରେଷ୍ଟୁରାଣ୍ଟ ଏହି ଚାକିରି ପାଇଁ ୫୦୦ ୟୁରୋ ଅର୍ଥାତ୍ ପ୍ରାୟ ୫୦,୦୦୦ ଟଙ୍କା ପ୍ରଦାନ କରିଛି ।

ଆଳୁ ପ୍ରେମୀଙ୍କ ପାଇଁ ଏହା ଏକ ସ୍ୱପ୍ନର ଚାକିରି ଥିଲା । ଏହି ରେଷ୍ଟୁରାଣ୍ଟ ପ୍ରୋ-ଟାଟୋ ଟେଷ୍ଟର ନାମକ ଏହି ଚାକିରି ପାଇଁ ଆବେଦନକାରୀଙ୍କୁ ଖୋଜୁଥିଲା । ଏଥିରେ ଲୋକଙ୍କୁ ରୋଷ୍ଟେଡ ଆଳୁ ଖାଇ ପରୀକ୍ଷା କରିବାକୁ ପଡ଼ିଥିଲା । ଏହା ବ୍ୟତୀତ ସେ ମାଂସ ଖାଇ ପରୀକ୍ଷା ମଧ୍ୟ କରିଥିଲେ।

ଯେତେବେଳେ ପରୀକ୍ଷକ ଏହାକୁ ଅନୁମୋଦନ କରନ୍ତି, ସେତେବେଳେ ହିଁ ଏହା ବିକ୍ରି ହୁବ। କମ୍ପାନୀ ଏ ସମ୍ପର୍କରେ ଏକ ବିଜ୍ଞାପନ ଜାରି କରିଛି । ଏଥିରେ ଲେଖା ହୋଇଛି ଯେ ଯଦି ଆପଣ ଆଳୁ ପସନ୍ଦ କରନ୍ତି ତେବେ ଏହା ଆପଣଙ୍କ ପାଇଁ ସର୍ବୋତ୍ତମ କାମ ଥିଲା ।

ଦି ବଟାନିଷ୍ଟ ନାମକ ଏହି ରେଷ୍ଟୁରାଣ୍ଟ ଚେନ୍ ବିଷୟରେ ଅନେକ ଚର୍ଚ୍ଚା ହୋଇଥିଲା । ଏଥିରେ ଅନେକ ପ୍ରକାରର ରୋଷ୍ଟେଡ୍ ଖାଦ୍ୟ ଉପଲବ୍ଧ । ଗ୍ରାହକଙ୍କୁ ସର୍ବୋତ୍ତମ ରେଷ୍ଟେଡ୍ ଆଳୁ ଖାଇବାକୁ ଦେବା ପାଇଁ ଏହି ନିଯୁକ୍ତି ବାହାର କରିଥିଲା । ଆଳୁ ବ୍ୟତୀତ, ଏହି ଚାକିରି ପାଇଁ ମନୋନୀତ ବ୍ୟକ୍ତିଙ୍କୁ ମଧ୍ୟ ଚାରି ପ୍ରକାରର ମାଂସ ଖାଇ ପରୀକ୍ଷା କରିବାକୁ ପଡ଼ିଥିଲା । ସେମାନଙ୍କୁ ଗୋମାଂସ, ଚିକେନ୍, ମେଣ୍ଢା ଓ ଘୁଷୁରି ମାଂସ ଖାଇ ପରୀକ୍ଷା କରିଥିଲେ ।
Published by: Lipina Das
First published: October 9, 2021, 4:10 PM IST