ICICI Lombard ସ୍ବାସ୍ଥ୍ୟ ବୀମା ସଲ୍ୟୁସନ୍ ସହ #RestartRight: ଭରସାଯୋଗ୍ୟ କଭରେଜ୍ ପାଆନ୍ତୁ

ମହାମାରୀ ବ୍ୟତୀତ ଅନେକ ଦୁର୍ଘଟଣା ଓ ଅସୁସ୍ଥତା ଜନିତ ଘଟଣା ବି ଜୀବନରେ ଆସେ । ସେତେବେଳେ ଡାକ୍ତରୀ ପରିସ୍ଥିତିକୁ ଅଣଦେଖା କରି ହୁଏ ନାହିଁ। ସର୍ବୋତ୍ତମ ସ୍ୱାସ୍ଥ୍ୟ ବୀମା ନେଇଥିଲେ ତାହା ଜୀବନକୁ ସରଳ କରିଥାଏ ।

ICICI Lombard ସ୍ବାସ୍ଥ୍ୟ ବୀମା ସଲ୍ୟୁସନ୍ ସହ #RestartRight: ଭରସାଯୋଗ୍ୟ କଭରେଜ୍ ପାଆନ୍ତୁ
(ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କୋଭିଡ-୧୯ (COVID-19) ମହାମାରୀରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ, ସ୍ବାସ୍ଥ୍ୟ ଚ୍ୟାଲେଞ୍ଜ ବା ସମସ୍ୟାର ପରିମାଣ ଏବଂ ସଂଖ୍ୟା ବଢ଼ିବା ଧାର୍ଯ୍ୟ । ବର୍ତ୍ତମାନ ଆମକୁ କେବଳ ଯେ ଭାଇରସ୍ ପାଇଁ ଚିନ୍ତା କରିବାର ଅଛି ତା ନୁହେଁ, ଏହା ମଧ୍ୟ ଧ୍ୟାନରେ ରଖିବାକୁ ହେବ ଯେ ଯଦି ଆମେ ଅନ୍ୟ କୌଣସି ରୋଗରେ ଅସୁସ୍ଥ ହେଉ ତାହେଲେ କଣ ହେବ । ଗୋଟିଏ କଥା ପରିଷ୍କାର- ସବୁ ପୁରୁଣା ନୀୟମର ଆଉ ପ୍ରୟୋଗ ନାହିଁ ।

ନୂଆ ସାଧାରଣ ଜୀବନ ପାଇଁ ନିଜକୁ ଦୃଢ଼ କରିବାକୁ ସୁରକ୍ଷା ବ୍ୟବସ୍ଥା ଅନୁସରଣ କରିବା ଏବଂ ସ୍ୱାସ୍ଥ୍ୟ ବୀମା ସମାଧାନ ପାଇବା ଯାହା ଆବଶ୍ୟକତା ସମୟରେ ସାହାଯ୍ୟ ହୋଇଥାଏ,  ହେଉଛି ଏକମାତ୍ର ପନ୍ଥା ଯାହା ବର୍ତ୍ତମାନ ଆମେ କରି ପାରିବା  #RestartRight.

କିନ୍ତୁ ଯଦି ଆପଣ ଯୁବ ପିଢ଼ୀର, ନିଜର ଭଲ ଭାବେ ଯତ୍ନ ନିଅନ୍ତି ଏବଂ ଫିଟ୍ ଓ ସୁସ୍ଥ ଅଛନ୍ତି, ତାହାଲେ ଆପଣ ବୋଧହୁଏ ଭାବୁଥିବେ ଆପଣଙ୍କୁ ସ୍ବାସ୍ଥ୍ୟ ବୀମା କାହିଁକି ଆବଶ୍ୟକ ? କୋଭିଡ୍-19  କେବଳ ଏକମାତ୍ର କାରଣ ନୁହେଁ ଯେଉଁଥି ପାଇଁ ଆମେ ନିଜକୁ ସୁରକ୍ଷା ଦେବା ଆବଶ୍ୟକ ।

ଏଠାରେ କିଛି ଭଲ କାରଣ ଦିଆଗଲା ଯାହାକୁ ଆପଣ ରୋକିବା ଆବଶ୍ୟକ ଏବଂ ନିଜେ ଉତ୍ତମ ସ୍ବାସ୍ଥ୍ୟର ହୋଇଥିଲେ ମଧ୍ୟ ଏକ ଉପଯୁକ୍ତ ସ୍ବାସ୍ଥ୍ୟ ବୀମା କରାଇବା ନେଇ ଚିନ୍ତା କରିବା ଆବଶ୍ୟକ ।

ଆପଣଙ୍କ ଆବଶ୍ୟକ ବେଳେ ସାହାଯ୍ୟ କରେ

ମହାମାରୀ ବ୍ୟତୀତ ମଧ୍ୟ ଅନେକ ଦୁର୍ଘଟଣା ଏବଂ ଅସୁସ୍ଥତା ଘଟଣା ଘଟିବ । ଡାକ୍ତରୀ ପରିସ୍ଥିତିକୁ ଅଣଦେଖା କରି ହୁଏ ନାହିଁ , ଏହା ହଠାତ ହୋଇଥାଏ, ଏବଂ ଏଥିପାଇଁ ସାଧାରଣତଃ ବହୁତ ଖର୍ଚ୍ଚାନ୍ତ ହେବାକୁ ପଡ଼ିଥାଏ । ଏ ସମୟରେ ଆର୍ଥିକ ସହାୟତା ଗୁରୁତ୍ବପୂର୍ଣ୍ଣ  । ସର୍ବୋତ୍ତମ ସ୍ୱାସ୍ଥ୍ୟ ବୀମା ନେଇଥିଲେ ଏହା ଜୀବନକୁ ସରଳ କରିଥାଏ, ଏହି ବୀମା ଅନ୍ତର୍ଗତ ଯେ କୌଣସି ନେଟୱର୍କ ହସ୍ପିଟାଲରେ ଆପଣ ନିଜର ହେଲଥ ଆଇଡି କାର୍ଡ ବ୍ୟବହାର କରି ବିନା ଖର୍ଚ୍ଚରେ ବା କ୍ୟାସଲେଟ୍ ଚିକିତ୍ସା ସୁବିଧା ନେଇ  ପାରିବେ । ପ୍ରକୃତରେ, ICICI Lombard ହେଲଥ୍ ଇନ୍ୟୁରାନ୍ସ ବା ସ୍ବାସ୍ଥ୍ୟ ବୀମା ସହ 4 ଘଣ୍ଟା ମଧ୍ୟରେ କ୍ୟାସଲେସ୍ ମଞ୍ଜୁରୀ ପାଇବା ଆପଣଙ୍କୁ ମେଡିକାଲ୍ ଖର୍ଚ୍ଚର ଭରଣା କରିବାରେ ସାହାଯ୍ୟ କରିବ ଏବଂ ଆପଣ ତୁରନ୍ତ ଆବଶ୍ୟକ କରୁଥିବା ଚିକିତ୍ସା ନେଇ ପାରିବେ ।

ନିବାରଣ ଏବଂ ସହଜ ଟପ୍ ଅପ୍

ଆରମ୍ଭରୁ ସ୍ବାସ୍ଥ୍ୟ ବୀମା ଆପଣଙ୍କୁ ଛୋଟରୁ ଛୋଟ ସମସ୍ୟା ସମାଧାନ ପାଇଁ ସାହାଯ୍ୟ କରିଥାଏ । ଏହି କ୍ରମେ ଆପଣ ସାଧାରଣ ଯାଞ୍ଚ କରାଇବା ଯୋଜନା ଆଦି ବନ୍ଦ କରନ୍ତି ନାହିଁ ଏବଂ ଏହାଦ୍ବାରା କୌଣସି ପ୍ରକାର ସମସ୍ୟା ଗମ୍ଭୀର ହେବାରୁ ରକ୍ଷା ମିଳିଥାଏ ଏବଂ ବ୍ୟୟବହୁଳ ଚିକିତ୍ସା ଖର୍ଚ୍ଚର ମଧ୍ୟ ନିବାରଣ କରି ହୁଏ । ଯଦି ଆପଣଙ୍କୁ ଲାଗେ ଯେ, ଆପଣଙ୍କୁ ଅତିରିକ୍ତ କଭରେଜ ଆବଶ୍ୟକ, ତାହାଲେ କେବଳ ବୀମା ରାଶି ବଢ଼ାଇବା ପାଇଁ ଟପ୍ ଅପ୍ କରନ୍ତୁ ।

ବିଭିନ୍ନ ପ୍ରକାରର ଯୋଜନା ବିକଳ୍ପ

ଆପଣ ସବୁବେଳେ ଅସୁସ୍ଥ ହୋଇଥାନ୍ତି କିମ୍ବା କେବେ ବି ଅସୁସ୍ଥ ହୁଅନ୍ତି ନାହିଁ, ଆମ ପାଖରେ ସମସ୍ତଙ୍କ ପାଇଁ ଯୋଜନା ଅଛି । ଆପଣଙ୍କର ଯେ କୌଣସି ପ୍ରକାର ଆୟ ହୋଇଥାଉ, ଆପଣଙ୍କ ପାଇଁ ସଠିକ ବୀମା କଭରେଜ୍ ଖୋଜିବା ପାଇଁ ସାମାନ୍ୟ ଗବେଷଣା ବା ଅଧ୍ୟୟନ ଆବଶ୍ୟକ ।



କୋଭିଡ୍-19 କଭରେଜ୍

ସବୁଠାରୁ ଅଧିକ ବିଶ୍ୱସ୍ତ ବୀମା ସମାଧାନ ସମୟ ସହିତ ଗତି କରେ । ICICI Lombard ସ୍ବାସ୍ଥ୍ୟ ବୀମାର ଅଛି ବିଭିନ୍ନ ପ୍ରାବଧାନ, ଖାସକରି ବିଶ୍ବ ମହାମାରୀ । ବର୍ତ୍ତମାନ ଥିବା ସ୍ବାସ୍ଥ୍ୟ ବୀମା ପଲିସିଗୁଡ଼ିକ କୋଭିଡ୍-19- ସମ୍ପର୍କୀତ ଡାକ୍ତରଖାନା ଖର୍ଚ୍ଚ ବହନ କରେ , ଯେତେବେଳେ କି ଆଉଟପେସେଣ୍ଟ ଟ୍ରିଟମେଣ୍ଟ କଭରରେ ବ୍ୟକ୍ତି ଯଦି ଘରୋଇ କ୍ବାରେଣ୍ଟାଇନ କୁ ଯାଆନ୍ତି,ତାହାଲେ ଔଷଧ ଏବଂ ଡାଇଗ୍ନୋଷ୍ଟିକ୍ ପରୀକ୍ଷଣ ହେତୁ ହୋଇଥିବା ଖର୍ଚ୍ଚ ପାଇଁ ଦେୟ ଦିଆଯାଏ । ଏହା ବ୍ୟତୀତ, ସୁସ୍ଥତା ଏବଂ ପ୍ରତିଷେଧକ ସ୍ୱାସ୍ଥ୍ୟସେବା ଏବଂ ମାତୃତ୍ୱ ସୁବିଧା ପାଇଁ ଏଠାରେ ଏକ ଆଡ୍-ଅନ୍ କଭର ଅଛି |

ଅତିରିକ୍ତ ସୁରକ୍ଷା

କୌଣସି ପ୍ରକାର ଦୁର୍ଘଟଣା ଜନିତ ମୃତ୍ୟୁ ଏବଂ ବିକଳାଙ୍ଗ ସ୍ଥିତି ଭଳି କଠିନ ପରିସ୍ଥିତିରେ ସ୍ବାସ୍ଥ୍ୟ ବୀମା ଆପଣଙ୍କର ଏକ ସବୁଠାରୁ ଭଲ କବଚ ।

ଟାକ୍ସ ଫାଇଦା

ସଠିକ୍ ବୀମା ଯୋଜନା ଥିଲେ, ଚିକିତ୍ସା ଏବଂ ଡାକ୍ତରଖାନା ଖର୍ଚ୍ଚରେ ଆପଣଙ୍କୁ ଲାଭ ମିଳିବା ବନ୍ଦ ହୁଏ ନାହିଁ  । ଅନେକ ପ୍ରକାର ଟ୍ୟାକ୍ସ ଫାଇଦା ଅଛି, ଯାହା ଆପଣଙ୍କୁ ନିଜର କଷ୍ଟ ଅର୍ଜିତ ଅର୍ଠ ସଞ୍ଚୟ କରିବାରେ ମଧ୍ୟ ସାହାଯ୍ୟ କରିବ ।

ଗୋଟିଏ କଥା ପରିଷ୍କାର ଯେ, ଆସନ୍ତାକାଲି ଆଶା ଭରା ହୋଇ ପାରେ କିମ୍ବା ଭୟଙ୍କର ହୋଇପାରେ । ପର୍ଯ୍ୟାପ୍ତ ପରିମାଣର ସ୍ବାସ୍ଥ୍ୟ ବୀମା ଥିଲେ, ଆପଣଙ୍କ ମାନସିକ ସ୍ଥିତି ଏବଂ ଜୀବନର ଗୁଣବତ୍ତାରେ ପରିବର୍ତ୍ତନ ହୋଇ ପାରିବ । ତାହାଲେ ଆପଣ କେଉଁଥି ପାଇଁ ଅପେକ୍ଷା କରିଛନ୍ତି ? ବର୍ତ୍ତମାନ ଆରମ୍ଭ କରନ୍ତୁ !

ICICI Lombard କୁ ଯିବା ପାଇଁ ଏଇଠି କ୍ଲିକ୍ କରନ୍ତୁ ଏବଂ ଆପଣଙ୍କ ପାଇଁ ସବୁଠାରୁ ଭଲ କାମ ଦେଉଥିବା ଯୋଜନାରେ ନଜର ପକାନ୍ତୁ ।

ଏହା ଏକ ସହଭାଗୀ ପୋଷ୍ଟ
Published by: Anand Shankar Thankur Das
First published: July 17, 2020, 4:11 PM IST
corona virus btn
corona virus btn
Loading