ଚୀନକୁ ଡରାଉଛି ତାଇୱାନର ଏହି ମାରାତ୍ମକ ଯୁଦ୍ଧ ବିମାନ; ୧ ମିନିଟରେ ଚଳାଇପାରେ ୫୦୦ ରାଉଣ୍ଡ ଗୁଳି

F-16V ହେଉଛି ଏକ ମଲ୍ଟି ରୋଲ୍ ଏୟାର ସୂପୋରୀୟରିଟି ଯୁଦ୍ଧ ବିମାନ । ଏହାର ନାମ ସହିତ ସଂଲଗ୍ନ ହୋଇଥିବା V ଅକ୍ଷରର ଅର୍ଥ ହେଉଛି ୱାଇପର ।

ଚୀନକୁ ଡରାଉଛି ତାଇୱାନର ଏହି ମାରାତ୍ମକ ଯୁଦ୍ଧ ବିମାନ; ୧ ମିନିଟରେ ଚଳାଇପାରେ ୫୦୦ ରାଉଣ୍ଡ ଗୁଳି

ଚୀନକୁ ଡରାଉଛି ତାଇୱାନର ଏହି ମାରାତ୍ମକ ଯୁଦ୍ଧ ବିମାନ; ୧ ମିନିଟରେ ଚଳାଇପାରେ ୫୦୦ ରାଉଣ୍ଡ ଗୁଳି

  • Share this:
News 18 Odia Digital

ତପାଇ; ଚୀନ୍ ସହ ତିକ୍ତତା ମଧ୍ୟରେ ବର୍ତ୍ତମାନ ତାଇୱାନ ମଧ୍ୟ ନିଜର ଶକ୍ତି ପ୍ରଦର୍ଶନ କରିବା ଆରମ୍ଭ କରିଛି । ବୁଧବାର ରାତିରେ ସାମରିକ ଅଭ୍ୟାସ ସମୟରେ ତାଇୱାନ ଆମେରିକା ଦ୍ଵାରା ନିର୍ମିତ F-16V ଯୁଦ୍ଧ ବିମାନ ଶକ୍ତି ପ୍ରଦର୍ଶନ କରିଥିଲା । କ୍ଷେପଣାସ୍ତ୍ର ସହିତ ସଜ୍ଜିତ F-16V ଯୁଦ୍ଧ ବିମାନର ରାତି ସମୟର ଚିତ୍ର ସାମ୍ନାକୁ ଆସିଛି । ଦୀର୍ଘ ଦିନ ଧରି ତାଇୱାନର ଆଖପାଖ ଅଞ୍ଚଳରେ ଯୁଦ୍ଧ ଅଭ୍ୟାସ କରି ଚୀନ୍ ଭୟଭୀତ କରାଇବାକୁ ଚେଷ୍ଟା କରିଆସୁଛି । ଏଥି ସହିତ ତାଇୱାନ ମଧ୍ୟ ଚୀନ୍‌କୁ ଡରୁନାହିଁ ବୋଲି ସ୍ପଷ୍ଟ ସୂଚନା ଦେଇଛି ।



ତାଇୱାନ ବୁଧବାର ପୂର୍ବ ହୁଆଲିଏନ୍ ଜିଲ୍ଲାର ଏକ ଏୟାରବେସରେ ଆମେରିକା ଦ୍ଵାରା ନିର୍ମିତ ଆଣ୍ଟି-ସିପ କ୍ଷେପଣାସ୍ତ୍ର ସହିତ ସଜ୍ଜିତ ଏକ F16V ପ୍ରଦର୍ଶନ କରିଛି । ତାଇୱାନ ବାୟୁସେନା ଅନୁଯାୟୀ F16-V ଦୁଇଟି କ୍ଷେପଣାସ୍ତ୍ରରେ ସଜ୍ଜିତ ହୋଇ ରାତିରେ ତାଲିମ ମିଶନ ପାଇଁ ଉଡିଥିଲା । ଚୀନ୍ ସହ ତିକ୍ତତାକୁ ଦୃଷ୍ଟିରେ ରଖି ତାଇୱାନ ନିକଟ ଅତୀତରେ ଏହି ଯୁଦ୍ଧ ବିମାନକୁ ଅପଗ୍ରେଡ୍ କରିଆସୁଛି ।



ରିପୋର୍ଟ ଅନୁଯାୟୀ, F-16V ହେଉଛି ଏକ ମଲ୍ଟି ରୋଲ୍ ଏୟାର ସୂପୋରୀୟରିଟି ଯୁଦ୍ଧ ବିମାନ । ଏହାର ନାମ ସହିତ ସଂଲଗ୍ନ ହୋଇଥିବା V ଅକ୍ଷରର ଅର୍ଥ ହେଉଛି ୱାଇପର । ଏହି ଯୁଦ୍ଧ ବିମାନ ଅତ୍ୟାଧୁନିକ ଆକ୍ଟିଭ୍ ଇଲେକ୍ଟ୍ରୋନିକ୍ ସ୍କାନ୍ ହୋଇଥିବା ଆରେ ରାଡାର, ନୂତନ ମିଶନ୍ କମ୍ପ୍ୟୁଟର, ଇଲେକ୍ଟ୍ରୋନିକ୍ ୱାର୍ଫେୟାର ସୁଟ୍, ସ୍ୱୟଂଚାଳିତ ଗ୍ରାଉଣ୍ଡ କୋଲିଜନ ଏଡାଇବା ସିଷ୍ଟମ ସହିତ ସୁସଜ୍ଜିତ ହୋଇଛି । ଏହା ବ୍ୟତୀତ ଏହି ଯୁଦ୍ଧ ବିମାନର କକପିଟ୍ ରେ ଅନେକ ପରିବର୍ତ୍ତନ କରାଯାଇଛି ।



ଆମେରିକା ଦ୍ୱାରା ନିର୍ମିତ ଜେଟ୍ ଯୁଦ୍ଧ ବିମାନ ମଧ୍ୟରୁ ଏହା ଅନ୍ୟତମ । ଏହା ୪୮ବର୍ଷ ଧରି ଅନେକ ଦେଶର ନିର୍ଭରଯୋଗ୍ୟ ଯୁଦ୍ଧ ବିମାନ । ଏପର୍ଯ୍ୟନ୍ତ ଏହାର ପାଖାପାଖି ୪୬୦୪ ୟୁନିଟ୍ ତିଆରି କରାଯାଇଛି । କେବଳ ଜଣେ ପାଇଲଟ୍ ଏହି ଯୁଦ୍ଧ ବିମାନ ଉଡ଼ାଇଥାନ୍ତି । ୪୯.୫ ଫୁଟ ଲମ୍ବା ବିମାନ ଏକ ସମୟରେ ୩୨,୦୦୦ ଲିଟର ଇନ୍ଧନ ଭରାଯାଏ । ଏହା ଘଣ୍ଟା ପ୍ରତି ସର୍ବାଧିକ ୨୧୭୮ କିଲୋମିଟର ବେଗରେ ଉଡିପାରେ ।



ଏହି ଯୁଦ୍ଧ ବିମାନ ପ୍ରତି ମିନିଟରେ ୫୧୧ ରାଉଣ୍ଡ ଗୁଳି ଚଳାଇଥାଏ । ଏଥିରେ 2 ଏୟାର-ଟୁ-ଏୟାର ମିସାଇଲ, ୬ଟି ଅଣ୍ଡର ୱିଙ୍ଗ୍, ୩ଟି ଫ୍ୟୁସଲେଜ୍ ପାଇଲନ୍ ବୋମା ସହିତ ଫିଟ୍ କରାଯାଇପାରିବ । ଏହା ବ୍ୟତୀତ ୪ ଟି ରକେଟ୍ କିମ୍ବା ୬ ଟି ଏୟାର-ଟୁ-ଏୟାର, ଏୟାର-ଟୁ-ଗ୍ରାଉଣ୍ଡ ଏବଂ ଏୟାର-ଟୁ-ସିପ କ୍ଷେପଣାସ୍ତ୍ର ସ୍ଥାପନ କରାଯାଇପାରିବ । ଏଥିରେ ୮ ଟି ବୋମା ମଧ୍ୟ ଲଗାଯାଇପାରିବ ।
Published by:Soubhagya Mishra
First published: