୭୮ ବର୍ଷ ବୟସରେ ବିବାହ; ୩ବର୍ଷ ଲିଭଇନରେ ବି ରହୁଥିଲେ.. ଝିଅର ବୟସ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

ଜଣେ ୭୮ ବର୍ଷ ବୟସ୍କ ବ୍ୟକ୍ତି ଜଣେ ଝିଅକୁ ବିବାହ କରିଛନ୍ତି ଯିଏ ତାଙ୍କଠାରୁ ପ୍ରାୟ ୬୦ ବର୍ଷ ସାନ । ଝିଅଟିର ବୟସ ୧୮ ବର୍ଷ ବୋଲି କୁହାଯାଉଛି । ବିବାହ ପୂର୍ବରୁ ବୃଦ୍ଧ ଓ ଝିଅ ପ୍ରାୟ ତିନି ବର୍ଷ ଧରି ଲିଭ-ଇନ୍ ସଂପର୍କରେ ଥିଲେ ।

୭୮ ବର୍ଷ ବୟସରେ ବିବାହ; ୩ବର୍ଷ ଲିଭଇନରେ ବି ରହୁଥିଲେ.. ଝିଅର ବୟସ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

୭୮ ବର୍ଷ ବୟସରେ ବିବାହ; ୩ବର୍ଷ ଲିଭଇନରେ ବି ରହୁଥିଲେ.. ଝିଅର ବୟସ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

  • News18 Odia
  • Last Updated :
  • Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ; ସୋସିଆଲ ମିଡିଆରେ ପ୍ରେମ ବିବାହ ସମ୍ବନ୍ଧୀୟ ଅନେକ ଖବର ଆପଣ ନିଶ୍ଚୟ ପଢ଼ିଥିବେ । କିନ୍ତୁ ଆମେ ବର୍ତ୍ତମାନ ଆପଣଙ୍କୁ କହିବାକୁ ଯାଉଥିବା ଖବର ପଢ଼ିବା ପରେ, ଆପଣ ନିଶ୍ଚିତ ଚକିତ ହୋଇ ଯିବେ, ଆଉ ଭାବିବେ ପ୍ରେମ ପ୍ରକୃତରେ ଅନ୍ଧ କି ନୁହେଁ । ବାସ୍ତବରେ ଫିଲିପାଇନ୍ସରେ ଜଣେ ୭୮ ବର୍ଷ ବୟସ୍କ ବ୍ୟକ୍ତି ଜଣେ ଝିଅକୁ ବିବାହ କରିଛନ୍ତି ଯିଏ ତାଙ୍କଠାରୁ ପ୍ରାୟ ୬୦ ବର୍ଷ ସାନ । ଝିଅଟିର ବୟସ ୧୮ ବର୍ଷ ବୋଲି କୁହାଯାଉଛି । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ବିବାହ ପୂର୍ବରୁ ବୃଦ୍ଧ ଓ ଝିଅ ପ୍ରାୟ ତିନି ବର୍ଷ ଧରି ଲିଭ-ଇନ୍ ସଂପର୍କରେ ଥିଲେ । ଏହା ପରେ, ପରିବାର ସଦସ୍ୟଙ୍କ ସହମତି ପରେ ସେମାନେ ପରସ୍ପରକୁ ବିବାହ କରିଥିଲେ । ୭୮ ବର୍ଷ ବୟସ୍କ ରାସିଦ ମଙ୍ଗକୋପ ବୃତ୍ତି ଅନୁଯାୟୀ ଜଣେ କୃଷକ ।

ମିରର ରିପୋର୍ଟ ଅନୁଯାୟୀ, ରାସିଦ ପ୍ରାୟ ତିନି ବର୍ଷ ପୂର୍ବେ କାଗାୟାନ ପ୍ରଦେଶରେ ରାତ୍ରୀ ଭୋଜନ ସମୟରେ ୧୫ ବର୍ଷୀୟ ହଲିମା ଅବଦୁଲ୍ଲାଙ୍କୁ ଭେଟିଥିଲେ । ପ୍ରଥମ ଭେଟରେ ଦୁହେଁ ପରସ୍ପରକୁ ଭଲ ପାଇଥିଲେ । ଏହା ପରେ ଦୁହେଁ ଲିଭ-ଇନରେ ରହିବାକୁ ସ୍ଥିର କଲେ । ପ୍ରାୟ ତିନି ବର୍ଷ ଧରି ଲିଭ୍-ଇନ୍ ସଂପର୍କରେ ରହିବା ପରେ ଦୁହେଁ ନିଜ ନିଜ ପରିବାର ଆଗରେ ବିବାହ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ଯାହା ପରେ ଉଭୟଙ୍କ ପରିବାର ବିବାହ ପାଇଁ ସମ୍ମତି ଦେଇଥିଲେ । ତା’ପରେ ଉଭୟ ପରିବାରର ଉପସ୍ଥିତିରେ ଦୁହେଁ ବିବାହ କରିଥିଲେ ।

୭୮ ବର୍ଷିୟା ବର ହୋଇଥିବା ରସିଦଙ୍କ ଜ୍ୱାଇଁ କହିଛନ୍ତି ଯେ ଉଭୟଙ୍କ ବିବାହ ଆରେଞ୍ଜ ନୁହେଁ ବରଂ ପ୍ରେମ । ଦୁହେଁ ଦୀର୍ଘ ସମୟ ଧରି ପରସ୍ପରକୁ ଭଲ ପାଉଥିଲେ। ରସିଦ ପୂର୍ବରୁ ବିବାହିତ ନଥିଲେ । ରସିଦଙ୍କ ଜ୍ୱାଇଁ କହିଛନ୍ତି ଯେ ବରର ପିତା ମୋ ଦାଦାଙ୍କ ପାଇଁ କାମ କରନ୍ତି । ଏହି କାରଣରୁ, ମାମୁଁ ଏକ ଭୋଜିରେ ହଲିମାଙ୍କୁ ଭେଟିଥିଲେ । ଜ୍ୱାଇଁ କହିଛନ୍ତି ଯେ ପ୍ରାୟ ତିନି ବର୍ଷ ଅପେକ୍ଷା କରିବା ପରେ ସେମାନଙ୍କ ସମ୍ପର୍କ ପରିବାରର ସହମତି ଲାଭ କରିଥିଲା ।
Published by:Soubhagya Mishra
First published: