ବ୍ୟାପୁଛି ନିଶ୍ୱାସ ଜନିତ ରହସ୍ୟ ରୋଗ; ସପ୍ତାହେ ମଧ୍ୟରେ ୩ ମୃତ୍ୟୁ.. ଜାଣନ୍ତୁ ଲକ୍ଷଣ

ଉତ୍ତର-ପଶ୍ଚିମ ଟୁକୁମାନ ପ୍ରଦେଶର ନଅ ଜଣ ବ୍ୟକ୍ତି ଏକ ଘରୋଇ କ୍ଲିନିକରେ ରହସ୍ୟମୟ ଶ୍ୱାସକ୍ରିୟା ଜନିତ ରୋଗରେ ପୀଡିତ ଥିଲେ, ଯେଉଁଥିରେ ଆଠ ଜଣ ଡାକ୍ତରୀ କର୍ମଚାରୀ ମଧ୍ୟ ରହିଥିଲେ ।

ବ୍ୟାପୁଛି ନିଶ୍ୱାସ ଜନିତ ରହସ୍ୟ ରୋଗ; ସପ୍ତାହେ ମଧ୍ୟରେ ୩ ମୃତ୍ୟୁ.. ଜାଣନ୍ତୁ ଲକ୍ଷଣ

ବ୍ୟାପୁଛି ନିଶ୍ୱାସ ଜନିତ ରହସ୍ୟ ରୋଗ; ସପ୍ତାହେ ମଧ୍ୟରେ ୩ ମୃତ୍ୟୁ.. ଜାଣନ୍ତୁ ଲକ୍ଷଣ

  • News18 Odia
  • Last Updated :
  • Share this:
News 18 Odia Digital

ବ୍ୟୁନସ୍ ଆୟର୍ସ: ଆର୍ଜେଣ୍ଟିନା ସ୍ୱାସ୍ଥ୍ୟ ଅଧିକାରୀ ଗୁରୁବାର କହିଛନ୍ତି ଯେ ଚଳିତ ସପ୍ତାହରେ ଦେଶରେ ଅଜଣା ନିମୋନିଆରେ ଜଣେ ତୃତୀୟ ବ୍ୟକ୍ତିର ମୃତ୍ୟୁ ହୋଇଛି । ଟୁକୁମନ୍ ସ୍ୱାସ୍ଥ୍ୟମନ୍ତ୍ରୀ ଲୁଇସ୍ ମେଦିନା ରୁଇଜ୍ AFP କୁ କହିଛନ୍ତି ଯେ ଉତ୍ତର-ପଶ୍ଚିମ ଟୁକୁମାନ ପ୍ରଦେଶର ନଅ ଜଣ ବ୍ୟକ୍ତି ଏକ ଘରୋଇ କ୍ଲିନିକରେ ରହସ୍ୟମୟ ଶ୍ୱାସକ୍ରିୟା ଜନିତ ରୋଗରେ ପୀଡିତ ଥିଲେ, ଯେଉଁଥିରେ ଆଠ ଜଣ ଡାକ୍ତରୀ କର୍ମଚାରୀ ମଧ୍ୟ ରହିଥିଲେ । ପୂର୍ବରୁ ଦୁଇଜଣ ସ୍ୱାସ୍ଥ୍ୟ କର୍ମୀଙ୍କ ମୃତ୍ୟୁ ଘଟିଥିବା ବେଳେ ବର୍ତ୍ତମାନ ଜଣେ ରୋଗୀଙ୍କର କ୍ଲିନିକରେ ମୃତ୍ୟୁ ଘଟିଛି ।

ଅଧିକାରୀମାନେ ଏହି ରୋଗର ସ୍ୱରୂପ ଉପରେ ପରୀକ୍ଷା କରୁଛନ୍ତି, କିନ୍ତୁ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ କୋଭିଡ -19, ଫ୍ଲୁ, ଇନ୍‌ଫ୍ଲୁଏଞ୍ଜା- ଏ ଓ ବି, ଲେଗିଓନେଲା ଜୀବାଣୁ ଏବଂ ହଣ୍ଟା ଜୀବାଣୁ ଆଶଙ୍କାକୁ ଡାକ୍ତରଙ୍କ ଦ୍ଵାରା ପୂର୍ବରୁ ଏଡ଼ାଇ ଦିଆଯାଇଛି ।

ଏହି ରୋଗର ଲକ୍ଷଣଗୁଡ଼ିକ କ’ଣ?

ରୋଗୀର ଲକ୍ଷଣ ମଧ୍ୟରେ ବାନ୍ତି, ଉଚ୍ଚ ଜ୍ୱର, ଡାଇରିଆ ଏବଂ ଶରୀରରେ ଯନ୍ତ୍ରଣା ହୁଏ । ଚିକିତ୍ସିତ ହେଉଥିବା ୬ ଜଣଙ୍କ ମଧ୍ୟରୁ ଚାରିଜଣଙ୍କ ଅବସ୍ଥା ଗୁରୁତର ଥିବାବେଳେ ଦୁଇଜଣ ଡାକ୍ତରଖାନାରେ ଏବଂ ଦୁଇଜଣ ଘରେ ଆଇଶୋଲେସନରେ ଅଛନ୍ତି । ଏହି ରୋଗ ଆରମ୍ଭ ହେବା ପରେ କ୍ଲିନିକରେ ଅନ୍ୟ ସମସ୍ତ କର୍ମଚାରୀଙ୍କ ଉପରେ ନଜର ରଖାଯାଇଛି । ସମ୍ପ୍ରତି ପ୍ରଦୂଷଣ କିମ୍ବା ବିଷାକ୍ତତା ପାଇଁ ବିଶେଷଜ୍ଞମାନେ ଜଳ ଏବଂ ଏୟାର କଣ୍ଡିସନ ଉପରେ ମଧ୍ୟ ବିଶ୍ଳେଷଣ କରୁଛନ୍ତି ।

ବୁଧବାର ପ୍ରାଦେଶିକ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଏହି ସଂକ୍ରମଣ ଏକ ସଂକ୍ରାମକ ଏଜେଣ୍ଟରୁ ଆସିଥାଇପାରେ, କିନ୍ତୁ ଅନୁସନ୍ଧାନକାରୀମାନେ ବିଷାକ୍ତ କିମ୍ବା ପରିବେଶଗତ କାରଣ ମଧ୍ୟ ଖୋଜୁଛନ୍ତି । ସଂକ୍ରାମକ ରୋଗ ବିଶେଷଜ୍ଞ ମାରିଓ ରାୟ ଗୁରୁବାର କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ଏହି କ୍ଲିନିକ ବାହାରେ କୌଣସି ମାମଲା ସାମ୍ନାକୁ ଆସିନାହିଁ ।
Published by:Soubhagya Mishra
First published: