ବିକଶିତ ଭାରତର ସଂକଳ୍ପ ; ଦୁର୍ନୀତି ପରିବାରବାଦ ଉପରେ ଆକ୍ରମଣ...ପ୍ରଧାନମନ୍ତ୍ରୀ ମୋଦି

ଆଜିର ଦିନ ଐତିହାସିକ ଦିନ । ଏକ ଗୁଣାତ୍ମକ ପର୍ଯ୍ୟାୟ, ଏକ ନୂତନ ରାହା, ଏକ ନୂତନ ସଂକଳ୍ପ ଏବଂ ଏକ ନୂତନ ଶକ୍ତି ସହିତ ଆଗକୁ ବଢ଼ିବା ପାଇଁ ଏହା ଏକ ଶୁଭ ଅବସର । ଦାସତ୍ୱର ସମଗ୍ର ଅବଧି ସ୍ୱାଧୀନତା ସଂଗ୍ରାମରେ ଅତିବାହିତ ହୋଇଥିଲା ।

ବିକଶିତ ଭାରତର ସଂକଳ୍ପ ; ଦୁର୍ନୀତି ପରିବାରବାଦ ଉପରେ ଆକ୍ରମଣ...ପ୍ରଧାନମନ୍ତ୍ରୀ ମୋଦି

ବିକଶିତ ଭାରତର ସଂକଳ୍ପ ; ଦୁର୍ନୀତି ପରିବାରବାଦ ଉପରେ ଆକ୍ରମଣ...ପ୍ରଧାନମନ୍ତ୍ରୀ ମୋଦି

  • Share this:
News 18 Odia Digital

ନୂଆଦିଲ୍ଲୀ; ସ୍ୱାଧୀନତାର ୭୫ ବର୍ଷ ପୂରଣ ହେବାପରେ ଦେଶବାସୀଙ୍କୁ ଅନେକ ଶୁଭେଚ୍ଛା । ଅଜସ୍ର ଅଭିନନ୍ଦନ । କେବଳ ଭାରତର ପ୍ରତ୍ୟେକ କୋଣ ଅନୁକୋଣରେ ନୁହେଁ, ବରଂ ବିଶ୍ୱର କୋଣ ଅନୁକୋଣରେ, ଆଜି ଭାରତୀୟଙ୍କ ଦ୍ଵାରା କିମ୍ବା ଯେଉଁମାନେ ଭାରତ ପ୍ରତି ଅହେତୁକ ପ୍ରେମ କରନ୍ତି, ଏହି ଆମରି ତ୍ରିରଙ୍ଗା ଦୁନିଆର ପ୍ରତ୍ୟେକ କୋଣରେ ଗର୍ବର ସହିତ ଉଡୁଛି । ସମଗ୍ର ବିଶ୍ୱରେ ଥିବା ଭାରତର ପ୍ରେମୀଗଣଙ୍କୁ ଓ ଭାରତୀୟଙ୍କୁ ସ୍ୱାଧୀନତାର ଏହି ଅମୃତ ମହୋତ୍ସବରେ ମୁଁ ଅଜସ୍ର ଅଭିନନ୍ଦନ ଜଣାଉଛି ।

ଆଜିର ଦିନ ଐତିହାସିକ ଦିନ । ଏକ ଗୁଣାତ୍ମକ ପର୍ଯ୍ୟାୟ, ଏକ ନୂତନ ରାହା, ଏକ ନୂତନ ସଂକଳ୍ପ ଏବଂ ଏକ ନୂତନ ଶକ୍ତି ସହିତ ଆଗକୁ ବଢ଼ିବା ପାଇଁ ଏହା ଏକ ଶୁଭ ଅବସର । ଦାସତ୍ୱର ସମଗ୍ର ଅବଧି ସ୍ୱାଧୀନତା ସଂଗ୍ରାମରେ ଅତିବାହିତ ହୋଇଥିଲା । ଭାରତର ଏପରି କୌଣସି କୋଣ ନଥିଲା, କୌଣସି ଏପରି ସମୟ ନଥିଲା ଯେତେବେଳେ ଦେଶବାସୀ ଶହ ଶହ ବର୍ଷ ଧରି ଦାସତ୍ୱ ବିରୁଦ୍ଧରେ ଲଢେଇ କରିନଥିଲେ । ଜୀବନ ଅତିବାହିତ ନହୋଇଥିବ, ନିର୍ଯାତନା ନମିଳିଥିବ , ବଳିଦାନ ଦେଇନଥିବେ । ଆଜି ଆମ ସମସ୍ତ ଦେଶବାସୀଙ୍କ ପାଇଁ ଏକ ସୁଯୋଗ, ପ୍ରତ୍ୟେକ ମହାନ ବ୍ୟକ୍ତି, ପ୍ରତ୍ୟେକ ତ୍ୟାଗୀ ଓପ୍ରତ୍ୟେକ ବଳିଦାନକାରୀଙ୍କୁ ପ୍ରଣାମ କରିବା । ତାଙ୍କ ଋଣ ସ୍ବୀକାର କରିବାକୁ ଏବଂ ତାଙ୍କୁ ମନେ ପକାଇ ଶୀଘ୍ର ତାଙ୍କ ସ୍ୱପ୍ନକୁ ପୂରଣ କରିବାକୁ ଏକ ପ୍ରତିଶ୍ରୁତି ଦେବାର ଏକ ସୁଯୋଗ ଆସିଛି । କର୍ତ୍ତବ୍ୟ ପଥରେ ଜୀବନ ବିତାଇଥିବା ପୂଜା ବାପୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ବାବାସାହେବ ଆମ୍ବେଦକର, ଭୀର ସାବରକରଙ୍କ ନିକଟରେ ଆମେ ସମସ୍ତେ କୃତଜ୍ଞ । କର୍ତ୍ତବ୍ୟର ପଥ ଥିଲା ତାଙ୍କ ଜୀବନ ପଥ । ଏହି ଦେଶ କୃତଜ୍ଞ ସେମାନଙ୍କ ନିକଟରେ , ମଙ୍ଗଲ ପାଣ୍ଡେ, ତାତ୍ୟା ଟୋପେ, ଭଗତ ସିଂ, ସୁଖଦେବ, ରାଜଗୁରୁ, ଚନ୍ଦ୍ରଶେଖର ଆଜାଦ, ଆଶଫାକ ଉଲା ଖାଁ, ରାମ ପ୍ରସାଦ ବିସ୍ମିଲ, ଆମର ଅସଂଖ୍ୟ ବିପ୍ଳବୀ ବ୍ରିଟିଶ ଶାସନର ମୂଳଦୁଆକୁ ହଲାଇ ଦେଇଥିଲେ । ଏହି ରାଷ୍ଟ୍ର କୃତଜ୍ଞ, ସେହି ସାହସୀ ମହିଳାମାନଙ୍କ ପାଇଁ , ରାଣୀ ଲକ୍ଷ୍ମୀବାଇ, ଝଲକରୀ ବାଇ, ଦୁର୍ଗା ଭାବୀ, ରାଣୀ ଗାଇଦିନଲୁ, ରାନୀ ଚେନ୍ନାମା, ବେଗମ୍ ହଜରତ ମହଲ, ଭେଲୁ ନାଚିଆର, ଭାରତର ମହିଳା ଶକ୍ତି କ’ଣ ତାହା ଏମାନେ ଦେଖାଇଥିଲେ ।

ଭାରତର ମହିଳା ଶକ୍ତିର ସଂକଳ୍ପ କଣ ହୋଇଥାଏ । ଭାରତୀୟ ନାରୀ ତ୍ୟାଗ ଆଉ ବଳିଦାନର ପରାକାଷ୍ଠା କିଭଳି ଦେଇପାରନ୍ତି, ଏହିଭଳି ଅଗଣିତ ବିରଙ୍ଗନାଙ୍କୁ ସ୍ମରଣ କରି ପ୍ରତ୍ୟେକ ଭାରତୀୟ ଗର୍ବରେ ଫୁଲି ଉଠନ୍ତି । ସ୍ଵାଧୀନତା ଯୁଦ୍ଧରେ ସଂଗ୍ରାମ କରି ସ୍ଵାଧୀନତା ପରେ ଦେଶ ନିର୍ମାଣ କରିଥିବା ଡାକ୍ତର ରାଜେନ୍ଦ୍ର ପ୍ରସାଦ ଜୀ, ନେହେରୁ ଜୀ, ସର୍ଦ୍ଦାର ବଲଭଭାଇ ପଟେଲ, ଶ୍ୟାମା ପ୍ରସାଦ ମୁଖାର୍ଜୀ , ଲାଲ ବାହାଦୂର ଶାସ୍ତ୍ରୀ, ଦିନଦୟାଲ ଉପାଧ୍ୟାୟ, ଜୟ ପ୍ରକାଶ ନାରାୟଣ, ରାମ ମନୋହର ଲୋହିଆ, ଆଚାର୍ଯ୍ୟ ବିନାବାଭାବେ, ନାନା ଜୀ ଦେଶମୁଖ, ସୁବ୍ରମଣ୍ୟମ ଭାରତୀଙ୍କ ପରି ଅଗଣିତ ମହାନ ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଦେବାର ଏକ ସୁଯୋଗ ଆସିଛି ।

ଯେତେବେଳେ ଆମେ ସ୍ୱାଧୀନତା ସଂଗ୍ରାମ ବିଷୟରେ କହିଥାଉ, ସେତେବେଳେ ଜଙ୍ଗଲରେ ବସବାସ କରୁଥିବା ଆମ ଆଦିବାସୀ ସମାଜ ପାଇଁ ଗର୍ବ କରିବାକୁ ଆମେ ଭୁଲି ପାରିବୁ ନାହିଁ । ଭଗବାନ୍ ବିର୍ସା ମୁଣ୍ଡା, ସିଦ୍ଧୁ କାହ୍ନୁ, ଅଲୁରୀ ସୀତାରାମ ରାଜୁ, ଗୋବିନ୍ଦ ଗୁରୁ, ଏପରି ଅସଂଖ୍ୟ ନାମ ଅଛି ଯେଉଁମାନେ ଦୂର ଦୁରାନ୍ତରୁ ଜଙ୍ଗଲରେ ମଧ୍ୟ ସ୍ୱାଧୀନତା ଆନ୍ଦୋଳନର ସ୍ୱର ପାଲଟିଥିଲେ ।

ମୋର ଆଦିବାସୀ ଭାଇ ଓ ଭଉଣୀ, ମୋର ମା' ମାନେ, ଆମର ଯୁବକଙ୍କ ମଧ୍ୟରେ ମାତୃଭୂମି ପାଇଁ ବଞ୍ଚିବା ଏବଂ ମରିବା ପାଇଁ ପ୍ରେରଣା ଯୋଗାଇଛନ୍ତି । ଏହା ଦେଶର ସୌଭାଗ୍ୟ ଯେ ସ୍ୱାଧୀନତା ସଂଗ୍ରାମର ଅନେକ ରୂପ ରହିଛି ଏବଂ ସେଠାରେ ଗୋଟିଏ ରୂପ ଥିଲା ଯେଉଁଥିରେ ନାରାୟଣ ଗୁରୁ , ସ୍ୱାମୀ ବିବେକାନନ୍ଦ, ମହର୍ଷି ଅରବିନ୍ଦ, ଗୁରୁଦେବ ରବୀନ୍ଦ୍ରନାଥ ଟାଗୋର, ଏହିପରି ଅନେକ ମହାନ ବ୍ୟକ୍ତି ଭାରତର କୋଣ ଅନୁକୋଣରେ, ପ୍ରତ୍ୟେକ ଗ୍ରାମରେ ଭାରତର ଚେତନାକୁ ଜାଗ୍ରତ କରିଛନ୍ତି । ଭାରତକୁ ସଚେତନ କରାଇଛନ୍ତି ।

ନୀତିରେ କିଭଳି ସମର୍ଥ ରହିଥାଏ। ସେହି ନୀତି ଉପରେ ବିଶ୍ୱର ବିଶ୍ୱାସ କିପରି ନିର୍ମିତ ହୁଏ ? ଭାରତ ଏହା ଦେଖାଇଛି ଏବଂ ବିଶ୍ୱ ମଧ୍ୟ ଏହାକୁ ବୁଝୁଛି । ବର୍ତ୍ତମାନ ଯେତେବେଳେ ରାଜନୈତିକ ସ୍ଥିରତା ଅଛି, ନୀତିରେ ଗତିଶୀଳତା ଅଛି, ନିଷ୍ପତ୍ତିରେ ଆଗକୁ ବଢୁଛେ , ସର୍ବବ୍ୟାପୀତା ଅଛି, ସର୍ବଭାରତୀୟ ବିଶ୍ୱାସ ଅଛି, ତେଣୁ ବିକାଶ ପାଇଁ ସମସ୍ତେ ଅଂଶୀଦାର ହେବାକୁ ଚେଷ୍ଟା କରନ୍ତି ।
Published by:Soubhagya Mishra
First published: