ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନଙ୍କ ଇସ୍ତଫା

ଉଭୟଙ୍କ ଇସ୍ତଫା ପରେ ବିଜେପି AAP ସରକାରକୁ ଟାର୍ଗେଟ କରି କହିଛି ଯେ, କେଜ୍ରିୱାଲ ମଧ୍ୟ ଇସ୍ତଫା ଦେବାକୁ ପ୍ରସ୍ତୁତ ହେବା ଉଚିତ।

ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନଙ୍କ ଇସ୍ତଫା

ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନଙ୍କ ଇସ୍ତଫା

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ: ଦିଲ୍ଲୀର ଡେପୁଟି ସିଏମ୍ ମନୀଷ ସିସୋଦିଆ (manish sisodia) ଓ ଜେଲରେ ଥିବା ଆଇନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ (satyandra jain) ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସିଏମ୍ ଅରବିନ୍ଦ କେଜ୍ରିୱାଲ (arvinda kejrial) ଉଭୟଙ୍କ ଇସ୍ତଫା ଗ୍ରହଣ କରିଛନ୍ତି। ବର୍ତ୍ତମାନ ଉଭୟ ଜେଲରେ ଅଛନ୍ତି ।

ସିସୋଦିଆ ଚଳିତ ମାସ ଶେଷରେ ବଜେଟ୍ (budget) ଉପସ୍ଥାପନ କରିଥାନ୍ତେ। କିନ୍ତୁ ଏହାପୂର୍ବରୁ ତାଙ୍କୁ ଆଠ ଘଣ୍ଟା ମାରାଥନ ଜେରା ପରେ ଗତ ରବିବାର ଦିନ ଗିରଫ (arrest) କରାଯାଇଥିଲା। ତେବେ ପଚରାଉଚରା କରିବା ପୂର୍ବରୁ ଗଣମାଧ୍ୟମକୁ ସମ୍ବୋଧିତ କରିବାବେଳେ ସେ ଗିରଫ ହେବାର ଆଶଙ୍କା ପ୍ରକାଶ କରିଥିଲେ ଓ ରବିବାର ସନ୍ଧ୍ୟାରେ ତାହାହିଁ ଘଟିଥିଲା। କେବଳ ଏତିକି ନୁହେଁ, ସିସୋଦିଆଙ୍କୁ ଗିରଫ କରାଯାଇପାରେ ବୋଲି ସିଏମ କେଜ୍ରିୱାଲ ମଧ୍ୟ ଏକ ଘରୋଇ ନ୍ୟୁଜ ଚ୍ୟାନେଲକୁ ଦେଇଥିବା ଏକ ସାକ୍ଷାତକାରରେ ସ୍ପଷ୍ଟ କରିଥିଲେ। ତେବେ କେଜ୍ରିୱାଲଙ୍କ କଥା ସତ ହୋଇଛି, କିନ୍ତୁ ଏବେ ପ୍ରଶ୍ନ ଉଠୁଛି ​​ସିସୋଦିଆଙ୍କ ଗିରଫ ପରେ କିଏ ବଜେଟ୍ ଉପସ୍ଥାପନ କରିବ?

ଉଭୟଙ୍କ ଇସ୍ତଫା ପରେ ବିଜେପି AAP ସରକାରକୁ ଟାର୍ଗେଟ କରି କହିଛି ଯେ, କେଜ୍ରିୱାଲ ମଧ୍ୟ ଇସ୍ତଫା ଦେବାକୁ ପ୍ରସ୍ତୁତ ହେବା ଉଚିତ। ମନୀଷ ସିସୋଦିଆଙ୍କ ପାଖରେ ୧୮ଟି ମନ୍ତ୍ରଣାଳୟର ଦାୟିତ୍ୱ ଥିଲା । ଏକ ଦୁର୍ନୀତି ମାମଲାରେ ତାଙ୍କୁ ୨୬ ଫେବୃଆରୀରେ ଗିରଫ କରାଯାଇଥିଲା। ଦିଲ୍ଲୀର ଡେପୁଟି ସିଏମ୍ ମାର୍ଚ୍ଚ ୪ ପର୍ଯ୍ୟନ୍ତ ସିବିଆଇ ହେପାଜତରେ ରହିବେ।
Published by:Soubhagya Mishra
First published: