RBI Office Attendant: ଏହି ୪ଟି ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲଗାଇଲା RBI; ଜାଣନ୍ତୁ କାହିଁକି

Reserve Bank of India: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏହି ୪ଟି ସମବାୟ ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲଗାଇଛି। ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇବା ଉପରେ ଏଥିରେ ସୀମା ଧାର୍ଯ୍ୟ କରାଯାଇଛି।

ଏହି ୪ଟି ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲଗାଇଲା RBI

ଏହି ୪ଟି ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲଗାଇଲା RBI

  • Share this:
News18 Odia Digital

RBI Rules: ଭାରତୀୟ ରିଜର୍ଭ ବ୍ୟାଙ୍କ ବର୍ତ୍ତମାନ ଚାରୋଟି ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲଗାଇଛି। ଗ୍ରାହକଙ୍କ ପାଇଁ ଏହା ଏକ ବଡ଼ ପ୍ରତିବନ୍ଧକ। ଏହି ଚାରୋଟି ବ୍ୟାଙ୍କ ସହିତ ଜଡିତ ଗ୍ରାହକମାନେ ବର୍ତ୍ତମାନ କେବଳ ଆରବିଆଇ ଦ୍ୱାରା ନିର୍ଦ୍ଧାରିତ ସୀମା ମଧ୍ୟ ଟଙ୍କା ଉଠାଇ ପାରିବେ।

ସାଇବାବା ଜନତା ସହକାରୀ ବ୍ୟାଙ୍କ, ସୁରି ଫ୍ରେଣ୍ଡସ୍ ୟୁନିଅନ୍ କୋ-ଅପରେଟିଭ୍ ବ୍ୟାଙ୍କ ଲିମିଟେଡ୍, ସୁରୀ ଫ୍ରେଣ୍ଡସ୍ ୟୁନିୟନ କୋ-ଅପରେଟିଭ ବ୍ୟାଙ୍କ (ପଶ୍ଚିମବଙ୍ଗ) ଓ ବହରାଇଚର ନ୍ୟାସନାଲ ଅର୍ବନା ସମବାୟ ବ୍ୟାଙ୍କ ଲିମିଟେଡ୍ ଉପରେ ଆରବିଆଇ ପ୍ରତିବନ୍ଧକ ଲଗାଇଛି। ଏହି ବ୍ୟାଙ୍କଗୁଡିକର ଆର୍ଥିକ ଅବସ୍ଥା ଖରାପ ହେବାରୁ ଏହାକୁ ଦୃଷ୍ଟିରେ ରହି ଏହି ପଦକ୍ଷେପ ନିଆଯାଇଛି।

ଟଙ୍କା ପ୍ରତ୍ୟାହାର

ସାଇବାବା ଜନତା ସାହାକାରି ବ୍ୟାଙ୍କର ଜମାକାରୀମାନେ ୨୦,୦୦୦ରୁ ଅଧିକ ଟଙ୍କା ଉଠାଇ ପାରିବେ ନାହିଁ। ସୁରୀ ଫ୍ରେଣ୍ଡସ୍ ୟୁନିଅନ୍ କୋ-ଅପରେଟିଭ୍ ବ୍ୟାଙ୍କ ପାଇଁ ଏହି ସୀମା ୫୦,୦୦୦ ଟଙ୍କା ଥିବାବେଳେ ନ୍ୟାସନାଲ ଅର୍ବନା ସମବାୟ ବ୍ୟାଙ୍କ କ୍ଷେତ୍ରରେ ଗ୍ରାହକଙ୍କ ପାଇଁ ପ୍ରତ୍ୟାହାର ସୀମା ୧୦,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।

ଛଅ ମାସ ପାଇଁ ନିୟମ ପ୍ରଯୁଜ୍ୟ ହେବ

ଗ୍ରାହକଙ୍କ ଦ୍ବାରା ପାଣ୍ଠି ପ୍ରତ୍ୟାହାର ଉପରେ ବିଜନୋର-ଆଧାରିତ ୟୁନାଇଟେଡ୍ ଇଣ୍ଡିଆ କୋ-ଅପରେଟିଭ୍ ବ୍ୟାଙ୍କ ଲିମିଟେଡ୍ ଉପରେ ଆରବିଆଇ ପ୍ରତିବନ୍ଧକ ଲଗାଇଛି। ବ୍ୟାଙ୍କିଙ୍ଗ୍ ରେଗୁଲେସନ୍ ଆକ୍ଟ, ୧୯୪୯ ଅନୁଯାୟୀ ଏହି ୪ଟି ସମବାୟ ବ୍ୟାଙ୍କକୁ କେନ୍ଦ୍ରୀୟ ବ୍ୟାଙ୍କ ଦ୍ବାରା ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି। ଯାହା ୬ ମାସ ପର୍ଯ୍ୟନ୍ତ ବଳବତ୍ତର ରହିବ।
Published by:Lipina Das
First published: