ଗଣତନ୍ତ୍ର ଦିବସରେ ନୂଆ ପରମ୍ପରା ଆରମ୍ଭ: ଜାତୀୟ ଯୁଦ୍ଧ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନ ମନ୍ତ୍ରୀ

ଏଥର ଇଣ୍ଡିଆ ଗେଟ୍‌ରେ ଅମର ଯବାନ ଜ୍ୟୋତି ପରିବର୍ତ୍ତେ ଜାତୀୟ ଯୁଦ୍ଧ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଗତ ବର୍ଷ ଫେବୃଆରୀ ୨୫ରେ ଜାତୀୟ ଯୁଦ୍ଧ ସ୍ମାରକୀ ଉଦ୍ଘାଟନ କରିଥିଲେ ।

ଜାତୀୟ ଯୁଦ୍ଧ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ।

ଜାତୀୟ ଯୁଦ୍ଧ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ।

  • Share this:
News18 Odia Digital

ନୂଆ ଦିଲ୍ଲୀ: ଏଥରର ଗଣତନ୍ତ୍ର ଦିବସ ସମାରୋହରେ ଆଉ ଏକ ନୂଆ କଥା ଦେଖିବାକୁ ମିଳିଛି । ଇଣ୍ଡିଆ ଗେଟ୍‌ରେ ଅମର ଯବାନ ଜ୍ୟୋତି ପରିବର୍ତ୍ତେ ଏଥର ଜାତୀୟ ଯୁଦ୍ଧ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଗତ ବର୍ଷ ଫେବୃଆରୀ ୨୫ରେ ଜାତୀୟ ଯୁଦ୍ଧ ସ୍ମାରକୀ ଉଦ୍‌ଘାଟନ କରିଥିଲେ ।

୭୧ତମ ଗଣତନ୍ତ୍ର ଦିବସ ପାଇଁ ସାରା ଦେଶ ଉତ୍ସବମୁଖର । ଆଜିର ଦିନରେ ଭାରତୀୟ ସମ୍ବିଧାନର ମହାନ ଉପଯୋଗିତା ସହ ଏହାର ପ୍ରଣେତାମାନଙ୍କୁ ଗର୍ବ ଓ କୃତଜ୍ଞତାର ସହିତ ମନେ ପକାଉଛନ୍ତି ଦେଶବାସୀ । ଏହି ଅବସରରେ ଦିଲ୍ଲୀର ରାଜପଥରେ ଆୟୋଜିତ ହୋଇଛି ଚିତ୍ତାକର୍ଷକ ପରେଡ୍ ।

ଏଥର ଗଣତନ୍ତ୍ର ଦିବସରେ ଅତିଥି ହୋଇଛନ୍ତି ବ୍ରାଜିଲର ରାଷ୍ଟ୍ରପତି ଜେଇର୍ ବଲସୋନାରୋ । ରାଜପଥରେ ହୋଇଥିଲା ଗଣତନ୍ତ୍ର ଦିବସ ପରେଡ୍, ଯାହା ଲାଲ କିଲ୍ଲାରେ ପର୍ଯ୍ୟନ୍ତ ଚ଼ାଲିଥିଲା । ରାଷ୍ଟ୍ରପତି ରାମନାଥ କୋବିନ୍ଦ ପରେଡ୍‌ର ଅଭିବାଦନ ଗ୍ରହଣ କରିଛନ୍ତି । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି, ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟ, ବିଭିନ୍ନ ରାଜନୈତିକ ଦଳର ନେତା ଓ ଅନ୍ୟ ଭିଆଇପିମାନେ ଏଥିରେ ଯୋଗ ଦେଇଛନ୍ତି । ତିନିସେନାର ବିଭିନ୍ନ ବିଭାଗ, ଅର୍ଦ୍ଧସାରିକ ବାହିନୀ ଯବାନ, ପୋଲିସ ଫୋର୍ସ  ପ୍ରମୁଖ ମଧ୍ୟ ପରେଡ୍‌ରେ ଅଂଶଗ୍ରହଣ କରିଛନ୍ତି ।

ପ୍ରତି ବର୍ଷ ଭଳି ଏଥର ମଧ୍ୟ ଗଣତନ୍ତ୍ର ଦିବସ ପରେଡ୍‌ରେ ପ୍ରଦର୍ଶିତ ହୋଇଛି ଭାରତର ପ୍ରତିରକ୍ଷା ସାମର୍ଥ୍ୟ ଓ ସାଂସ୍କୃତିକ ବୈଭବ । ଏ ବର୍ଷର ପରେଡ୍‌ ପାଇଁ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ୨୨ଟି ପ୍ରଜ୍ଞାପନ ମେଢ ଚ଼ୟନ କରାଯାଇଥିଲା । କିଛି ବର୍ଷର ଅନୁପସ୍ଥିତି ପରେ ଏଥର ଗଣତନ୍ତ୍ର ଦିବସ ପରେଡ୍‌ରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ମଧ୍ୟ ସାମିଲ ହୋଇଛି । ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ଉପରେ ଆଧରିତ ହୋଇଛି ଓଡ଼ିଶାର ପ୍ରଜ୍ଞାପନ ମେଢ । ଏହାକୁ ପସନ୍ଦ କରିଛନ୍ତି ଉପସ୍ଥିତ ଦର୍ଶକବୃନ୍ଦ ।

ଏଥର ପ୍ରଥମ ଥର ପାଇଁ ନ୍ୟାସନାଲ ଡିଜାଷ୍ଟର ରେସପନ୍ସ ଫୋର୍ସ -ଏନଡିଆରଏଫର ପ୍ରଜ୍ଞାପନ ମେଢ଼ ଗଣତନ୍ତ୍ର ଦିବସ ପରେଡ୍‌ରେ ଭାଗ ନେଇଛି । ଭାରତୀୟ ବାୟୁ ସେନାରେ ସାମିଲ ହୋଇଥିବା ଆପାଚ଼ି ଲଢୁଆ ହେଲିକପଟର ଓ ହେଭିଲିଫ୍ଟ  ହେଲିକପ୍ଟର ଚ଼ିନକ ପ୍ରଥମ ଥର ପାଇଁ ଗଣତନ୍ତ୍ର ଦିବସର ଫ୍ଲାଏପାଷ୍ଟ୍‌ରେ ଭାଗ ନେଇଛନ୍ତି ।
Published by:Anand Shankar Thankur Das
First published: