News 18 Odia Digital
Republic Day 2023; ଭାରତର ସମ୍ବିଧାନ ୧୯୫୦ ମସିହାରୁ କାର୍ଯ୍ୟକାରୀ ହୋଇଥିଲା । ସେବେଠୁ ପ୍ରତିବର୍ଷ ଜାନୁଆରୀ ୨୬ ତାରିଖରେ ଗଣତନ୍ତ୍ର ଦିବସ ପାଳନ କରାଯାଉଛି । ଚଳିତ ବର୍ଷ ଗୁରୁବାର (Thursday) ଦିନ ଗଣତନ୍ତ୍ର ଦିବସ ପାଳନ କରାଯିବ । ଏହି ଦିନଟି ସେହି ଦିନକୁ ମନେପକାଏ ଯେତେବେଳେ ଭାରତରେ ଗଣତନ୍ତ୍ର ପ୍ରତିଷ୍ଠିତ ହେଲା ଏବଂ ବ୍ରିଟିଶ ସରକାର (British Empire) ଅଧିନରୁ ସମ୍ପୂର୍ଣ୍ଣ ଭାବରେ ମୁକ୍ତ ହୋଇଥିଲା ।
ଆମ ଦେଶ ଭାରତର ସମ୍ବିଧାନ ହେଉଛି ଆମ ଦେଶର ସର୍ବୋଚ୍ଚ ନିୟମ । ମୌଳିକ ଅଧିକାର, ନିର୍ଦ୍ଦେଶନାମା, ଏବଂ କର୍ତ୍ତବ୍ୟ ଯାହାକୁ ଦେଶର ସମସ୍ତ ନାଗରିକ ମାନି ଚଳନ୍ତି । ୧୯୪୭ ମସିହା ଅଗଷ୍ଟ ମାସ ୧୫ ତାରଖରେ ଭାରତ ପ୍ରଥମେ ବ୍ରିଟିଶ ସାମ୍ରାଜ୍ୟରୁ ସ୍ୱାଧିନତା ହାସଲ କରିଥିଲା । କିନ୍ତୁ ସେତେବେଳେ ଦେଶରେ ସମ୍ବିଧାନ ନଥିଲା । ପ୍ରାୟ ଦୁଇ ସପ୍ତାହ ପରେ ଏହା ଭାରତର ବିଧାନସଭା ଦ୍ୱାରା ପ୍ରସ୍ତୁତ କରାଯାଇଥିଲା । ବିଧାନସଭାର ସଦସ୍ୟମାନଙ୍କ ମଧ୍ୟରେ ଥିଲେ ଡ ରାଜେନ୍ଦ୍ର ପ୍ରସାଦ, ବି ଆର ଆମ୍ବେଦକର, ବି ଏନ ରାଓ । ଜାନୁଆରୀ ୨୬, ୧୯୫୯ରେ ଏହି ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା । ତେଣୁ, ଯେତେବେଳେ ନଭେମ୍ବର ୨୬, ୧୯୪୯ ମସିହାରେ ଭାରତର ସମ୍ବିଧାନ ଗୃହୀତ ହେଲା, ସେତେବେଳେ ଅନେକ ବ୍ୟକ୍ତି ଗଣତନ୍ତ୍ର ଦିବସ କାର୍ଯ୍ୟକାରୀ କରିବା ଆବଶ୍ୟକ ବୋଲି ମତ ଦେଇଥିଲେ । ପରେ ଜାନୁଆରୀ ୨୬ ତାରିଖକୁ ଗଣତନ୍ତ୍ର ଦିବସ ଭାବରେ ପାଳନ କରାଗଲା ।
ଭାରତର ରାଜଧାନୀ ନୂଆଦିଲ୍ଲୀ ସମେତ ପ୍ରତି ରାଜ୍ୟରେ ବେଶ୍ ଆଡମ୍ୱର ସହ ଏହି ମହାନ ଦିବସଟିକୁ ପାଳନ କରାଯାଏ । ଗଣତନ୍ତ୍ର ଦିବସରେ ରାଷ୍ଟ୍ରପତି ଭବନ ନିକଟରୁ ପରେଡ ଆରମ୍ଭ ହୋଇ ଇଣ୍ଡିଆ ଗେଟ ପର୍ଯ୍ୟନ୍ତ ଚାଲିଯାଏ । ଭାରତର ରାଷ୍ଟ୍ରପତି ଜାତୀୟ ପତାକା ଉତ୍ତୋଳନ କରିଥାନ୍ତି, ସମସ୍ତଙ୍କ ଉପସ୍ଥିତିରେ ରାଷ୍ଟ୍ରୀୟ ସଙ୍ଗୀତ ଗାନ କରାଯାଇଥାଏ ।
ଏହି ପରେଡରେ ଭାରତୀୟ ସୈନ୍ୟବାହିନୀ, ଭାରତୀୟ ନୌସେନା ଏବଂ ବାୟୁସେନା ଯବାନମାନେ ସେମାନଙ୍କର ସରକାରୀ ସାଜସଜ୍ଜା ପରିଧାନ କରିବା ସହ ପରାକାଷ୍ଠା ଦେଖାଇଥାନ୍ତି । ପ୍ରତ୍ୟେକ ରାଜ୍ୟରୁ ବିଦ୍ୟାଳୟର ଛାତ୍ରଛାତ୍ରୀ, ସେନା କର୍ମଚାରୀ, ଏବଂ ଏନସିସି କ୍ୟାଡରମାନେ ସ୍ୱତନ୍ତ୍ର ପରେଡ କରିବା ସହ ଗୋଟିଏ ସ୍ଥାନରେ ଏକାଠି ହୋଇଥାନ୍ତି । ଚଳିତ ବର୍ଷ ପରେଡରେ ସାମିଲ ହେବାକୁ ଅନଲାଇନ ମାଧ୍ୟମରେ ଟିକଟ ବୁକିଂ କରିବାର ବ୍ୟବସ୍ଥା ରହିଛି ।
ଅଧିକ ପଢ଼ନ୍ତୁ-
http://ଓସଡମାକୁ ସୁବାସ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାରନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।