‘ବିରାଟ କୋହଲିଙ୍କୁ କ୍ୟାପଟେନ୍‌ ପଦରୁ ହଟେଇଲେ Team Indiaର ସଂସ୍କୃତି ନଷ୍ଟ ହୋଇଯିବ’

କୋହଲି ଭାରତର ସବୁ ଠାରୁ ସଫଳ ଟେଷ୍ଟ ଅଧିନାୟକ । ତାଙ୍କ ନେତୃତ୍ୱରେ ଭାରତ ୫୬ଟି ଟେଷ୍ଟ ମ୍ୟାଚରୁ ୩୩ଟି ଜିତିଛି । ରହାଣେ ଏ ପର୍ଯ୍ୟନ୍ତ ପାଞ୍ଚଟି ଟେଷ୍ଟ ମ୍ୟାଚର ଅଧିନାୟକତ୍ୱ କରିଛନ୍ତି, ଯେଉଁଥିରୁ ଭାରତ ଗୋଟିଏ ବି ମ୍ୟାଚ୍ ହାରିନାହିଁ ।

ଅଷ୍ଟ୍ରେଲିଆରେ ବିରାଟ କୋହଲି ଓ ଅଜିଙ୍କ୍ୟ ରହାଣେ (ଏ.ପି. ଫଟୋ)

ଅଷ୍ଟ୍ରେଲିଆରେ ବିରାଟ କୋହଲି ଓ ଅଜିଙ୍କ୍ୟ ରହାଣେ (ଏ.ପି. ଫଟୋ)

  • Share this:
News18 Odia Digital

ନୂଆ ଦିଲ୍ଲୀ: ଅଷ୍ଟ୍ରେଲିଆର ପୂର୍ବତନ ସ୍ପିନର ବ୍ରାଡ ହଗ୍‌ (Brad Hogg) ବିଶ୍ୱାସ କରନ୍ତି ଯେ ଯଦି ବିରାଟ କୋହଲିଙ୍କ (Virat Kohli) ଠାରୁ ଭାରତର ଅଧିନାୟକତ୍ୱ ଛଡ଼େଇ ନିଆଯାଏ ତେବେ ଭାରତୀୟ ଦଳର (Team India) ସଂସ୍କୃତି (culture) ନଷ୍ଟ ହୋଇଯିବ । ହଗ୍ ଆହୁରି ମଧ୍ୟ କହିଛନ୍ତି ଯେ କୋହଲି ଭାରତୀୟ ଦଳର ଅଧିନାୟକ ରହିବା ସମୟରେ ଖୁବ୍‌ ଭଲ ବ୍ୟାଟିଂ କରନ୍ତି ।

ବିରାଟ କୋହଲିଙ୍କ ପରେ ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜ (Australia Test Series) ଜିତିବାରେ ଅଜିଙ୍କ୍ୟ ରହାଣେ (Ajinkya Rahane) ଦ୍ୱିତୀୟ ଏସୀୟ ଅଧିନାୟକ ହୋଇଛନ୍ତି । ୨୦୧୮-୧୯ରେ ବିରାଟ କୋହଲିଙ୍କ ଅଧୀନରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ୨-୧ ସିରିଜ୍ ବିଜୟ ପରେ ଏ ଥର ଭାରତ କ୍ରମାଗତ ଦ୍ୱିତୀୟ ଥର ପାଇଁ ଅଷ୍ଟ୍ରେଲିଆ ମାଟିରେ ବର୍ଡ଼ର-ଗାଭାସ୍କର ଟ୍ରଫି ଦଖଲ କରିଛି । ଭାରତ ସବୁ ଠୁ ବଡ଼ ବିଦେଶ ସିରିଜ ଜିତିବା ପରେ ରହାଣେଙ୍କୁ ଟେଷ୍ଟ ଦଳର ଅଧିନାୟକ (Team India Test Captain) କରାଯିବା ନେଇ ବିତର୍କ ଚାଲିଛି ।

ଏହା ବି ପଢ଼ନ୍ତୁ | ଫେସବୁକରେ ଲାଇଭ୍ ଆତ୍ମହତ୍ୟା କଲେ ଢେଙ୍କାନାଳ ଯୁବକ; ଭାଉଜ ଅନ୍ୟମାନଙ୍କୁ ଦୋଷ ଦେଲେ

ଏହି ବିଷୟ ଉପରେ ଅଷ୍ଟ୍ରେଲିଆର ପୂର୍ବତନ ସ୍ପିନର ବ୍ରାଡ ହଗଙ୍କର ଭିନ୍ନ ମତ ରହିଛି । ସେ ନିଜ ୟୁଟ୍ୟୁବ୍‌ ଚ୍ୟାନେଲରେ କହିଛନ୍ତି, ‘‘ସେ (ବିରାଟ କୋହଲି) ଅଧିନାୟକ ଥିବା ବେଳେ ଭଲ ବ୍ୟାଟିଂ କରନ୍ତି । ମୁଁ ଭାବୁଛି ଯଦି ତାଙ୍କୁ ପରିବର୍ତ୍ତନ କରାଯାଏ ତେବେ ଏହା ଭାରତୀୟ କ୍ରିକେଟ୍‌ ଦଳର ସଂସ୍କୃତିକୁ ନଷ୍ଟ କରିଦେବ । ଏହା କୋହଲିଙ୍କ ବ୍ୟାଟିଂ ଉପରେ ପ୍ରଭାବ ପକାଇପାରେ ।’’

ଟିମ୍‌ କୋଚ୍‌ ରବି ଶାସ୍ତ୍ରୀଙ୍କ ସହ ରହାଣେ । (ଫଟୋ: ବିସିସିଆଇ)


ହଗ୍ କହିଛନ୍ତି, ‘‘ଅଷ୍ଟ୍ରେଲିଆରେ ଗତ ତିନିଟି ଟେଷ୍ଟ ମ୍ୟାଚରେ ରହାଣେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ସେ ଶାନ୍ତ ସ୍ୱଭାବର ଓ ଜଲଦି ଉତ୍ତେଜିତ ହୁଅନ୍ତି ନାହିଁ। ସେ ଜଣେ ଭଲ ଲିଡର୍‌ । କିନ୍ତୁ ମୁଁ ତାଙ୍କୁ ଉପ-ଅଧିନାୟକ ଭାବରେ ଦେଖିବାକୁ ଚାହେଁ କାରଣ ବିରାଟ କୋହଲି ଫ୍ରଣ୍ଟରୁ ନେତୃତ୍ୱ ନିଅନ୍ତି ।’’

ଏହା ବି ପଢ଼ନ୍ତୁ ଫଟୋ ଦେଖନ୍ତୁ | ଗଞ୍ଜାମରେ ମଦ୍ୟପ ପୁଅ ହାତୁଡ଼ିରେ ପିଟି ପିଟି ନିଜ ମାକୁ ହତ୍ୟା କଲା; ଗିରଫ ହେଲା

ବିରାଟ କୋହଲି ହେଉଛନ୍ତି ଭାରତର ସବୁ ଠାରୁ ସଫଳ ଟେଷ୍ଟ ଅଧିନାୟକ । ୨୦୧୪ରେ ମହେନ୍ଦ୍ର ସିଂ ଧୋନିଙ୍କ (Mahendra Singh Dhoni) ହଚିବା ପରେ ଭାରତୀୟ ଦଳର ନେତୃତ୍ୱ ନେଇଥିବା କୋହଲିଙ୍କ ନେତୃତ୍ୱରେ ଭାରତ ୫୬ଟି ଟେଷ୍ଟ ମ୍ୟାଚ ମଧ୍ୟରୁ ୩୩ଟି ଜିତିଛି । ରହାଣେ ବର୍ତ୍ତମାନ ପର୍ଯ୍ୟନ୍ତ ପାଞ୍ଚଟି ଟେଷ୍ଟ ମ୍ୟାଚ୍ ଅଧିନାୟକତ୍ୱ କରିଛନ୍ତି ଯେଉଁଥିରେ ଭାରତ ଗୋଟିଏ ବି ମ୍ୟାଚ୍ ହାରିନାହିଁ । ରହାଣେଙ୍କ ଅଧିନାୟକତ୍ୱରେ ଭାରତ ଅଷ୍ଟ୍ରେଲିଆକୁ ତିନି ଥର ଥର ପରାସ୍ତ କରିଛି ।



ରହାଣେଙ୍କ ଶାନ୍ତ ସ୍ୱଭାବ ଯୋଗୁଁ ପୂର୍ବତନ ଭାରତୀୟ ଅଧିନାୟକ ବିଶନ୍‌ ସିଂ ବେଦୀ (Bishen Singh Bedi) ମଧ୍ୟ ତାଙ୍କୁ ଟେଷ୍ଟ ଦଳର ଅଧିନାୟକତ୍ୱ ଦେବାକୁ ଦାବି କରିଛନ୍ତି । ଏହା ବ୍ୟତୀତ ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭୋଗନ୍ (Michael Voughan) ମଧ୍ୟ କହିଛନ୍ତି ଯେ କୋହଲିଙ୍କ ସ୍ଥାନରେ ରହାଣେଙ୍କୁ ଅଧିନାୟକ କରାଯିବା ଉଚିତ୍ । ତେବେ ଏହି ଆଲୋଚନା ସତ୍ତ୍ୱେ ଇଂଲଣ୍ଡ ବିପକ୍ଷରେ ଆଗାମୀ ଘରୋଇ ଟେଷ୍ଟ ସିରିଜରେ କୋହଲି ଭାରତୀୟ ଦଳର ଅଧିନାୟକ ରୂପେ ନଜର ଆସିବେ ।
Published by:Anand ST Das
First published: