ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ମାଙ୍ଗଳିକ ଦୋଷରୁ ମୁକ୍ତି ପାଇବା ପାଇଁ ୧୩ ବର୍ଷର ବାଳକକୁ ବିବାହ କଲେ ଯୁବତୀ; ତା'ପରେ ବିଧବା ହେଲେ

ମାଙ୍ଗଳିକ ଦୋଷରୁ ମୁକ୍ତି ପାଇବା ପାଇଁ ୧୩ ବର୍ଷର ବାଳକକୁ ବିବାହ କଲେ ଯୁବତୀ; ତା'ପରେ ବିଧବା ହେଲେ

ବିବାହ ପରେ ବାଳକଙ୍କ ସହ ହନିମୁନ୍ (Honeymoon) ପାଳନ କରିବାର ଏକ ମିଥ୍ୟା ରିହର୍ସାଲ୍ ମଧ୍ୟ ହୋଇଥିଲା । ତା’ପରେ ପଣ୍ଡିତଙ୍କ ନିର୍ଦ୍ଦେଶରେ ବିବାହର କିଛି ଦିନ ପରେ ଏହି ୧୩ ବର୍ଷର ବାଳକଙ୍କୁ ମୃତ ଘୋଷଣା କରାଯାଇଥିଲା ଓ ତାଙ୍କର ଶୋକ ମଧ୍ୟ ପୂର୍ଣ୍ଣ ରୀତିନୀତି ସହିତ ପାଳନ କରାଯାଇଥିଲା ।

ମାଙ୍ଗଳିକ ଦୋଷରୁ ମୁକ୍ତି ପାଇବା ପାଇଁ ୧୩ ବର୍ଷର ବାଳକକୁ ବିବାହ କଲେ ଯୁବତୀ; ତା'ପରେ ବିଧବା ହେଲେ
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: March 18, 2021, 5:17 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଚଣ୍ଡିଗଡ଼: ପଞ୍ଜାବର ଜଲନ୍ଧରରେ (Jalandhar) ଜଣେ ମାଙ୍ଗଳିକ ଯୁବତୀଙ୍କୁ (Manglik woman) ବିବାହ ପାଇଁ କୌଣସି ପ୍ରସ୍ତାବ ନ ମିଳିବାରୁ ପଣ୍ଡିତଙ୍କ ନିର୍ଦ୍ଦେଶରେ ସେ ମଙ୍ଗଳ ଦୋଷକୁ ଦୂର କରିବା ପାଇଁ ଜଣେ ୧୩ ବର୍ଷର ବାଳକଙ୍କୁ ବିବାହ କରିଥିଲେ । ବିବାହ ପରେ ବାଳକଙ୍କ ସହ ହନିମୁନ୍ (Honeymoon) ପାଳନ କରିବାର ଏକ ମିଥ୍ୟା ରିହର୍ସାଲ୍ ମଧ୍ୟ ହୋଇଥିଲା । ତା’ପରେ ପଣ୍ଡିତଙ୍କ ନିର୍ଦ୍ଦେଶରେ ବିବାହର କିଛି ଦିନ ପରେ ଏହି ୧୩ ବର୍ଷର ବାଳକଙ୍କୁ ମୃତ ଘୋଷଣା କରାଯାଇଥିଲା ଓ ତାଙ୍କର ଶୋକ ମଧ୍ୟ ପୂର୍ଣ୍ଣ ରୀତିନୀତି ସହିତ ପାଳନ କରାଯାଇଥିଲା ।

ବିଧବା ଭଳି ଛଳନା କରି ଯୁବତୀ ଜଣକ ନିଜର ଚୁଡ଼ି ମଧ୍ୟ ଭାଙ୍ଗିଥିଲେ । ଅନ୍ଧବିଶ୍ୱାସ (Superstition) ସହ ଜଡିତ ଏହି ବିଷୟଟି ମହିଳାଙ୍କ ପରିବାର ଘରେ ଛଅ ଦିନ ମଧ୍ୟରେ ସମାଧାନ ହୋଇଥିଲା । ଯୁବତୀଙ୍କ ସହ ଏହିପରି ବିବାହ କରିଥିବା ବାଳକ ଜଣକ ଟ୍ୟୁସନ ପଢ଼ିବା ପାଇଁ ଯୁବତୀଙ୍କ ଘରକୁ ଆସୁଥିଲେ ଓ ସେହିଠାରେ ରହି ପାଠ ପଢୁଥିଲେ । ଯୁବତୀ ଜଣକ ଏହି ବାଳକଙ୍କ ପରିବାରକୁ ଆଶ୍ୱାସନା ଦେଇଥିଲା ଯେ ସେ ତାଙ୍କୁ ଘରେ ରଖି ଟ୍ୟୁସନ କରିବେ ଯାହା ଫଳରେ ସେ ଭଲ ଭଲ ନମ୍ବର ରଖିପାରିବେ ।

ଏପରି ଖୋଲିଥିଲା ରହସ୍ୟ
ପ୍ରାୟ ଏକ ସପ୍ତାହ ପରେ ଯେତେବେଳେ ବାଳକ ଜଣକ ନିଜ ଘରକୁ ଫେରିଥିଲେ । ସେତେବେଳେ ସେ ତାଙ୍କ ପିତାମାତାଙ୍କୁ ପୂରା କାହାଣୀ କହିଥିଲେ । ଯେଉଁଥିରେ ପିତାମାତା ତାଙ୍କ ପିଲା ପ୍ରତି କଳାଯାଦୁ ହୋଇଛି ବୋଲି ସନ୍ଦେହ କରିବାକୁ ଲାଗିଲେ । ଯେଉଁ କାରଣରୁ ଏହି ମାମଲା ବସ୍ତି ବାବା ପୋଲିସ ଷ୍ଟେସନରେ ପହଞ୍ଚିଥିଲା । ଏହି ସମୟରେ ଅନ୍ୟ ଜଣେ ପଣ୍ଡିତ ଶିଶୁର ପରିବାରକୁ ବୁଝାଇଥିଲେ ଯେ ଏହା ସବୁ ଅନ୍ଧବିଶ୍ୱାସ ଓ ତାଙ୍କ ପିଲାଙ୍କ ସହିତ କିଛି ହେବ ନାହିଁ । ମଙ୍ଗଳବାର ଦିନ ବିଳମ୍ବିତ ରାତି ପ୍ରାୟ ୧୨ ଟା ପର୍ଯ୍ୟନ୍ତ ପୋଲିସ ଏହି ମାମଲାର ସମାଧାନ ପାଇଁ ଜଡିତ ଥିଲା । ପୋଲିସର ବହୁ ଚେଷ୍ଟା ପରେ ଉଭୟ ପକ୍ଷ ଆପୋଷ ବୁଝାମଣା କରିଥିଲେ ।

ଯୁବତୀ ମାଠିଆକୁ ମଧ୍ୟ ବିବାହ କରିଥିଲେ
ସୂଚନାନୁସାରେ ଏହି ଯୁବତୀ ଜଣକର ଦୀର୍ଘ ଦିନ ଧରି ବିବାହ ହୋଇ ପାରୁ ନଥିଲା । ଯେଉଁଥିରେ ତାଙ୍କ ପରିବାର ପଣ୍ଡିତଙ୍କୁ ରାଶିଫଳ ଦେଖାଇଥିଲେ । ତା’ପରେ ସେ କହିଥିଲେ ଯେ ମଙ୍ଗଳ ଦୋଷ ଦୂର କରିବା ପାଇଁ ତାଙ୍କୁ ଏକ ମାଠିଆକୁ ବିବାହ କରିବାକୁ ପଡିବ । ଏହା ପରେ ଝିଅଟି ମଧ୍ୟ ଏକ ମାଠିଆକୁ ବିବାହ କରିଥିଲେ । ତଥାପି ସେ ବର ଖୋଜି ପାଇପାରିନଥିଲେ । ପୁନର୍ବାର ପଣ୍ଡିତ ତାଙ୍କୁ ପରାମର୍ଶ ଦେଇଥିଲେ ଯେ ତାଙ୍କୁ ଜଣେ ମଣିଷ ସହିତ ବିବାହ କରିବାକୁ ପଡ଼ିବ । ଯାହା ପରେ ଝିଅଟି ଏହି ବାଳକଙ୍କୁ ବିବାହ କରିବାର ସଂକଳ୍ପ କରିଥିଲେ ।

ସେ ବାଳକଟିର ପରିବାର ସଦସ୍ୟଙ୍କୁ ଘରେ ରଖି ପାଠ ପଢ଼ାଇବାକୁ ପ୍ରବର୍ତ୍ତାଇ ଥିଲେ । ମହିଳାଙ୍କ ବିବାହ ଠାରୁ ବିଧବା ପର୍ଯ୍ୟନ୍ତ ରୀତିନୀତିର ଡ୍ରାମା ଶେଷ ହେବା ପରେ ପିଲାଟିକୁ ଘରକୁ ପଠା ଯାଇଥିଲା । ଯାହାପରେ ସବୁ ରହସ୍ୟ ଉନ୍ମୋଚନ ହୋଇଯାଇଥିଲା ।
Published by: Jagdish Barik
First published: March 18, 2021, 5:12 PM IST