RILର ବଡ ପଦକ୍ଷେପ: ଦୈନିକ ୧୦୦୦ MT ଅକ୍ସିଜେନ ଉତ୍ପାଦନ କରି ରକ୍ଷା କରିବ ୧ ଲକ୍ଷ ଲୋକଙ୍କ ଜୀବନ

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଜାମନଗର ରିଫାଇନାରୀ ମାଧ୍ୟମରେ ଲିକ୍ୟୁଇଡ ମେଡିକାଲ୍ ଅକ୍ସିଜେନର (LMO) ଉତ୍ପାଦନକୁ ୧୦୦୦ ମେଟ୍ରିକ୍ ଟନ୍ ବୃଦ୍ଧି କରିଛି । ୧୦୦୦ MT ଅକ୍ସିଜେନ ୧ ଲକ୍ଷରୁ ଅଧିକ ଲୋକଙ୍କ ଆବଶ୍ୟକତା ପୂରଣ କରିବାର କ୍ଷମତା ରହିଛି ।

RILର ବଡ ପଦକ୍ଷେପ: ଦୈନିକ ୧୦୦୦ MT ଅକ୍ସିଜେନ ଉତ୍ପାଦନ କରି ରକ୍ଷା କରିବ ୧ ଲକ୍ଷ ଲୋକଙ୍କ ଜୀବନ
ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ମୁମ୍ବାଇ: ସରକାର ବ୍ୟତୀତ ଦେଶରେ କରୋନା ସଂକ୍ରମଣର ଶୃଙ୍ଖଳା ଭାଙ୍ଗିବାରେ ଘରୋଇ ଅନୁଷ୍ଠାନଗୁଡ଼ିକର ଅବଦାନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ । ଅକ୍ସିଜେନର ଅଭାବକୁ ଦୂର କରିବା ପାଇଁ ଟାଟା, ଆଦାନୀ ପରେ ରିଲାଏନ୍ସ କମ୍ପାନୀ ମଧ୍ୟ ଆଗକୁ ଆସିଛି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଏହାର ଜାମନଗର ରିଫାଇନାରୀରୁ ବିଭିନ୍ନ ରାଜ୍ୟକୁ ଲିକ୍ୟୁଇଡ ମେଡିକାଲ୍ ଅକ୍ସିଜେନ (LMO) ଯୋଗାଣକୁ ତ୍ୱରାନ୍ୱିତ କରିଛି । ଜାମନଗର ତୈଳ ବିଶୋଧନାଗାର ପ୍ରତିଦିନ ୧୦୦୦ MT ରୁ ଅଧିକ ମେଡିକାଲ ଗ୍ରେଡ୍ ଅକ୍ସିଜେନ ଉତ୍ପାଦନ କରୁଛି । କୋଭିଡ -୧୯ ଦ୍ୱାରା ଅଧିକ ପ୍ରଭାବିତ ରାଜ୍ୟମାନଙ୍କୁ ଏହି ଅକ୍ସିଜେନ ମାଗଣାରେ ଦିଆଯାଉଛି । ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ନିଜେ ଏହି ଘଟଣାର ତଦାରଖ କରୁଛନ୍ତି । ବିଶୋଧନାଗାରରେ ଅକ୍ସିଜେନ ଉତ୍ପାଦନ ଠାରୁ ଆରମ୍ଭ କରି ଏହାର ଲୋଡିଂ ଓ ଯୋଗାଣ ପର୍ଯ୍ୟନ୍ତ ମୁକେଶ ଅମ୍ବାନୀ ନଜର ରଖିଛନ୍ତି ।

କେବଳ ରିଲାଏନ୍ସ ମେଡିକାଲ ଅକ୍ସିଜେନର ୧୧% ଉତ୍ପାଦନ କରୁଛି
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଜାମନଗର ରିଫାଇନାରୀ ମାଧ୍ୟମରେ LMO ର ଉତ୍ପାଦନକୁ ୧୦୦୦ ମେଟ୍ରିକ୍ ଟନ୍ ବୃଦ୍ଧି କରିଛି । ୧୦୦୦ MT ଅକ୍ସିଜେନରେ ୧ ଲକ୍ଷରୁ ଅଧିକ ଲୋକଙ୍କ ଆବଶ୍ୟକତା ପୂରଣ କରିବାର କ୍ଷମତା ଅଛି । ଆଜି କେବଳ ରିଲାଏନ୍ସ ଭାରତର ପ୍ରାୟ ୧୧% ମେଡିକାଲ୍ ଗ୍ରେଡ୍ ଅକ୍ସିଜେନ ଉତ୍ପାଦନ କରୁଛି ଓ ପ୍ରତି ୧୦ ଜଣ ରୋଗୀଙ୍କ ମଧ୍ୟରୁ ଜଣକୁ ଏହି ଅକ୍ସିଜେନ ଦିଆଯାଉଛି । ପୂର୍ବରୁ RIL ଦ୍ୱାରା LMO ଉତ୍ପାଦନ ୭୦୦ MT ଥିଲା ।



ଜାମନଗର ରିଫାଇନାରୀରେ ଅକ୍ସିଜେନ ଉତ୍ପାଦନ
ରିଲାଏନ୍ସ୍ର ଜାମନଗର ରିଫାଇନାରୀ ଅଶୋଧିତ ତୈଳରୁ ଡିଜେଲ, ପେଟ୍ରୋଲ ଓ ଜେଟ ଇନ୍ଧନ ଭଳି ଉତ୍ପାଦ ଉତ୍ପାଦନ କରିଥାଏ । ଯେଉଁଠାରେ ମେଡିକାଲ-ଗ୍ରେଡ୍ ଅକ୍ସିଜେନ ଉତ୍ପାଦନ ହୋଇନଥିଲା । କିନ୍ତୁ ସାମ୍ପ୍ରତିକ ଯୁଗରେ କରୋନା ରୋଗ ବୃଦ୍ଧି ଯୋଗୁଁ ଦେଶରେ ଅକ୍ସିଜେନର ଅଭାବ ଦେଖାଦେଇଛି । ଏହାକୁ ଦୃଷ୍ଟିରେ ରଖି ରିଲାଏନ୍ସ ଏହାର ପ୍ରକ୍ରିୟା ବଦଳାଇ ମେଡିକାଲ୍ ଗ୍ରେଡ୍ ଅକ୍ସିଜେନ ଉତ୍ପାଦନ ଆରମ୍ଭ କରିଛି । ରିଲାଏନ୍ସ ମେଡିକାଲ ଗ୍ରେଡ୍ ଅକ୍ସିଜେନର ଉତ୍ପାଦନକୁ ଶୂନରୁ ୧୦୦୦ MT କୁ ବୃଦ୍ଧି କରିଛି । ମହାମାରୀ ଆରମ୍ଭରୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ୫୫,୦୦୦ ମେଟ୍ରିକ୍ ଟନ୍ ମେଡିକାଲ୍ ଗ୍ରେଡ୍ ଅକ୍ସିଜେନ ମୁକ୍ତ ଯୋଗାଇ ଦେଇଛି ।



୨୪ ଟ୍ୟାଙ୍କର୍ ଏୟାରଲିଫ୍ଟ
ଦେଶ ପାଇଁ ଅକ୍ସିଜେନ ପରିବହନ ସମସ୍ୟାକୁ ଦୂର କରିବା ପାଇଁ ରିଲାଏନ୍ସ ବିଦେଶରୁ ୨୪ ଟ୍ୟାଙ୍କର୍ ମଧ୍ୟ ଏୟାରଲିଫ୍ଟ କରିଛି । ଏଥିରେ ଜର୍ମାନୀ, ନେଦରଲ୍ୟାଣ୍ଡ, ବେଲଜିୟମ, ସାଉଦି ଆରବ ଓ ଥାଇଲ୍ୟାଣ୍ଡରୁ ଟ୍ୟାଙ୍କର୍ ଅଛି ।
Published by: Jagdish Barik
First published: May 1, 2021, 6:01 PM IST