କଣ୍ଟ୍ରାକ୍ଟ ଫାଂର୍ମିଙ୍ଗ ସହିତ ଆମର କୌଣସି ଲେନଦେନ ନାହିଁ; ଶସ୍ତା ଚାଷ ଜମି କିଣିବୁ ନାହିଁ: ରିଲାଏନ୍ସ

ସମ୍ପତ୍ତି ନଷ୍ଟ ହେବା ନେଇ ରିଲାଏନ୍ସ ପଞ୍ଜାବ ଓ ହରିୟାଣାର ହାଇକୋର୍ଟରେ ଏକ ରିଟ ପିଟିସନ ଦାଖଲ କରିଛି । ନିଜର କର୍ମଚାରୀ ଓ ସମ୍ପତ୍ତିକୁ ରକ୍ଷା କରିବା ପାଇଁ ରିଲାଏନ୍ସ ପଞ୍ଜାବ ଓ ହରିୟାଣା ହାଇକୋର୍ଟଙ୍କୁ ଅନୁରୋଧ କରିଛି ।

କଣ୍ଟ୍ରାକ୍ଟ ଫାଂର୍ମିଙ୍ଗ ସହିତ ଆମର କୌଣସି ଲେନଦେନ ନାହିଁ; ଶସ୍ତା ଚାଷ ଜମି କିଣିବୁ ନାହିଁ: ରିଲାଏନ୍ସ
ସମ୍ପତ୍ତି ନଷ୍ଟ ହେବା ନେଇ ରିଲାଏନ୍ସ ପଞ୍ଜାବ ଓ ହରିୟାଣାର ହାଇକୋର୍ଟରେ ଏକ ରିଟ ପିଟିସନ ଦାଖଲ କରିଛି
  • News18 Odia
  • Last Updated: January 4, 2021, 11:02 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ପଞ୍ଜାବରେ ରିଲାଏନ୍ସ ଜିଓ ବିରୋଧରେ କୃଷକଙ୍କ ବିରୋଧକୁ ଦୃଷ୍ଟିରେ ରଖି ରିଲାଏନ୍ସ ଚାଷୀଙ୍କ ସମ୍ମୁଖରେ ଏହାର ମାମଲା ଉପସ୍ଥାପନ କରିଛି । ରିଲାଏନ୍ସ କହିଛି ଯେ କର୍ପୋରେଟ୍ ଫାଂର୍ମିଙ୍ଗ ​​କିମ୍ବା କଣ୍ଟ୍ରାକ୍ଟ ଫାଂର୍ମିଙ୍ଗ ସହିତ ଆମର କୌଣସି ଲେନଦେନ ନାହିଁ । ରିଲାଏନ୍ସ ଏହା ମଧ୍ୟ କହିଛି କର୍ପୋରେଟ୍ କିମ୍ବା କଣ୍ଟ୍ରାକ୍ଟ ଫାଂର୍ମିଙ୍ଗରେ ପ୍ରବେଶ କରିବାକୁ ଆମର କୌଣସି ଯୋଜନା ନାହିଁ । କମ୍ପାନୀ ଏହା ମଧ୍ୟ ଏକ ବିବୃତ୍ତି ଜାରି କରି କହିଛି ଯେ ଆମେ କର୍ପୋରେଟ୍ ଚାଷ ​​ପାଇଁ କୃଷି ଜମି କିଣି ନାହୁଁ । କମ୍ପାନୀ ଏହା ମଧ୍ୟ କହିଛି ସେ କୃଷି ଜମି କିଣିବ ନାହିଁ ।

ସୋମବାର ଦିନ ରିଲାଏନ୍ସ ଏକ ବିବୃତ୍ତି ଜାରି କରି ସ୍ପଷ୍ଟ କରିଛି ଯେ ସେ ଚାଷୀଙ୍କ ଠାରୁ ସିଧାସଳଖ ଧାନ କିଣୁନାହିଁ । ଯୋଗାଣକାରୀମାନେ MSP ରେ ଚାଷୀଙ୍କଠାରୁ ଶସ୍ୟ କିଣନ୍ତି । କମ୍ପାନୀ କହିଛି ଯେ ସେ କମ୍ ମୂଲ୍ୟରେ ଦୀର୍ଘକାଳୀନ କ୍ରୟ ଚୁକ୍ତି କରିନାହିଁ । ଚାଷୀଙ୍କୁ ମଜବୁତ କରିବା ସେମାନଙ୍କର ଉଦ୍ଦେଶ୍ୟ ବୋଲି କମ୍ପାନୀ କହିଛି ।

ସମ୍ପତ୍ତି ନଷ୍ଟ ହେବା ନେଇ ରିଲାଏନ୍ସ ପଞ୍ଜାବ ଓ ହରିୟାଣାର ହାଇକୋର୍ଟରେ ଏକ ରିଟ ପିଟିସନ ଦାଖଲ କରିଛି । ନିଜର କର୍ମଚାରୀ ଓ ସମ୍ପତ୍ତିକୁ ରକ୍ଷା କରିବା ପାଇଁ ରିଲାଏନ୍ସ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟଙ୍କୁ ଅନୁରୋଧ କରିଛି । କମ୍ପାନୀ ଏହା ମଧ୍ୟ କହିଛି ଯେ ଏହି ବିଶୃଙ୍ଖଳା ପଛରେ ପ୍ରତିଯୋଗୀ ବ୍ୟବସାୟଙ୍କ ହାତ ରହିଛି ।

(ପ୍ରତ୍ୟାଖ୍ୟାନ - ନ୍ୟୁଜ୍ ୧୮ ଓଡ଼ିଆ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ କମ୍ପାନୀ ନେଟୱାର୍କ ୧୮ ମିଡିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡର ଏକ ଅଂଶ । ନେଟୱାର୍କ ୧୮ ମିଡିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡ୍ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ର ମାଲିକାନା ଅଟେ )
Published by: Jagdish Barik
First published: January 4, 2021, 11:00 AM IST
corona virus btn
corona virus btn
Loading