ଆମେରିକୀୟ ଫ୍ୟାଶନ ବ୍ରାଣ୍ଡ ଗ୍ୟାପ ଇଙ୍କ ସହିତ ଦୀର୍ଘକାଳୀନ ସହଭାଗୀତା କଲା ରିଲାଏନ୍ସ ରିଟେଲ

  • Share this:
News 18 Odia Digital

ମୁମ୍ୱାଇ; ଭାରତର ସର୍ବବୃହତ୍ ଖୁଚୁରା ବ୍ୟବସାୟୀ ରିଲାଏନ୍ସ ରିଟେଲ ଲିମିଟେଡ ଆମେରିକୀୟ ଫ୍ୟାଶନ ବ୍ରାଣ୍ଡ ଗ୍ୟାପକୁ ଭାରତକୁ ଆଣିବା ପାଇଁ ଗ୍ୟାପଇଙ୍କ ସହିତ ଦୀର୍ଘକାଳୀନ ସହଭାଗୀତା କରିଛି । ଦୀର୍ଘକାଳୀନ ଫ୍ରାଞ୍ଚାଇଜ୍ ଚୁକ୍ତି ମାଧ୍ୟମରେ ରିଲାଏନ୍ସ ରିଟେଲ୍ ଭାରତର ସମସ୍ତ ଚ୍ୟାନେଲଗୁଡିକରେ ଗ୍ୟାପ୍ ପାଇଁ ସରକାରୀ ଖୁଚୁରା ବ୍ୟବସାୟୀ ହୋଇପାରିଛି । ରିଲାଏନ୍ସ ରିଟେଲ ଭାରତୀୟ ଗ୍ରାହକଙ୍କୁ ମିଳିତ ସ୍ୱତନ୍ତ୍ର ବ୍ରାଣ୍ଡ ଷ୍ଟୋର, ମଲ୍ଟି ବ୍ରାଣ୍ଡ ଷ୍ଟୋର ଏକ୍ସପ୍ରେସନ୍ ଏବଂ ଡିଜିଟାଲ ବାଣିଜ୍ୟ ପ୍ଲାଟଫର୍ମ ମାଧ୍ୟମରେ ସର୍ବୋତ୍ତମ ଫ୍ୟାଶନ୍ ଅଫର୍ ପ୍ରଦାନ କରିବ ।



ସହଭାଗୀତାର ଉଦ୍ଦେଶ୍ୟ ହେଉଛି, ଗ୍ୟାପର ସ୍ଥିତିକୁ ପୂରଣ କରି ଏକ ପ୍ରମୁଖ କାଜୁଆଲ୍ ଲାଇଫଷ୍ଟାଇଲ ବ୍ରାଣ୍ଡ ଭାବରେ ଲାଭ ଉଠାଇବା ଏବଂ ରିଲାଏନ୍ସ ରିଟେଲର ପ୍ରତିଷ୍ଠିତ ମଜଭୁତ୍ ଓମନୀ-ଚ୍ୟାନେଲ ଖୁଚୁରା ନେଟୱାର୍କ ପରିଚାଳନା, ସ୍ଥାନୀୟ ଉତ୍ପାଦନ ଏବଂ ଡ୍ରାଇଭିଂ ସୋର୍ସିଂ କ୍ଷମତାକୁ ବଢ଼ାଇବାରେ ଦକ୍ଷତା ସୃଷ୍ଟି କରିବା । ୧୯୬୯ ମସିହାରେ ସାନ ଫ୍ରାନ୍ସିସ୍କୋରେ ପ୍ରତିଷ୍ଠିତ, ଡେନିମ୍ରେ ସ୍ଥାପିତ ଏହାର ଐତିହ୍ୟ ଉପରେ ଗ୍ୟାପ୍ ନିର୍ମାଣ ଜାରି ରଖିଛି ଏବଂ ଗ୍ରାହକମାନଙ୍କ ସହିତ ଅନଲାଇନ ଓ କମ୍ପାନୀ ଦ୍ୱାରା ପରିଚାଳିତ ଏବଂ ଫ୍ରାଞ୍ଚାଇଜ ଖୁଚୁରା ସ୍ଥାନଗୁଡ଼ିକ ଦ୍ୱାରା ଗ୍ରାହକଙ୍କ ନିକଟରେ ପହଞ୍ଚି ପାରୁଛି ।



ଦୃଢ଼ ବିଶ୍ୱାସର ସହିତ ଅଧିକରୁ ଅଧିକ ପୋଷାକ ବିକ୍ରି ପାଇଁ ସ୍ୱତନ୍ତ୍ର ଭାବେ କ୍ୟାମ୍ପେନ କରିବା , ଏବଂ ଆମିରିକୀୟ ଶୈଳୀରେ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଭାବନାକୁ ବଦଳାଇବା ଏହାର ଲକ୍ଷ । ରିଲାଏନ୍ସ ରିଟେଲ ଭାରତର ଗ୍ରାହକଙ୍କ ପାଇଁ ନୂଆ ସପିଂ ଅଭିଜ୍ଞତା ଆଣିବ । ପୁରୁଷ, ମହିଳା ଏବଂ ପିଲାଙ୍କ ପାଇଁ ନୂଆ ବ୍ରାଣ୍ଡର ଲାଟେଷ୍ଟ ଡିଜାଇନ ରହିଛି । ଯାହା ଗ୍ରାହକଙ୍କ ବେଶ ପସନ୍ଦ ଆସିବ ।

“ରିଲାଏନ୍ସ ରିଟେଲରେ, ଆମେ ଆମର ଗ୍ରାହକମାନଙ୍କ ପାଇଁ ଅତ୍ୟାଧୁନିକ ଏବଂ ସର୍ବୋତ୍ତମ ବ୍ରାଣ୍ଡର ଜିନିଷ ଆଣି ଥିବାରୁ ଗର୍ବ ଅନୁଭବ କରୁଛୁ ଏବଂ ଆଇକନିକ୍ ଆମେରିକୀୟ ବ୍ରାଣ୍ଡ, ଗ୍ୟାପ୍ ଆମ ଫ୍ୟାଶନରେ ଯୋଡିବାକୁ ଘୋଷଣା କରି ଆମେ ଖୁସି ଅନୁଭବ କରୁଛୁ । ଆମେ ବିଶ୍ୱାସ କରୁଛୁ ଯେ ରିଲାଏନ୍ସ ଏବଂ ଗ୍ୟାପ୍ ନିଜର ସ୍ଥାନରେ ପରିପୁରକ । ଗ୍ରାହକଙ୍କ ନିକଟରେ ଉଦ୍ୟୋଗର ଲାଟେଷ୍ଟ ଫ୍ୟାଶନ ଉତ୍ପାଦ ଏବଂ ଖୁଚୁରା ଅଭିଜ୍ଞତା ପହଞ୍ଚାଇବା ପାଇଁ କହିଛନ୍ତି, ଫ୍ୟାଶନ ଆଣ୍ଡ ଲାଇଫଷ୍ଟାଇଲ, ରିଲାଏନ୍ସ ରିଟେଲ ଲିମିଟେଡ ସିଇଓ ଅଖିଳେଶ ପ୍ରସାଦ ।

ଆମେ ବିଶେଷ ଭାବେ ଅନ୍ତର୍ଜାତିୟ ବଜାରରେ ଗ୍ୟାପ ବ୍ୟବସାୟ ବଢାଇବାକୁ ତତ୍ପର ଅଛୁ ବୋଲି କହିଛନ୍ତି, ଆନ୍ତର୍ଜାତୀୟ, ଗ୍ଲୋବାଲ ଲାଇସେନ୍ସ ଏବଂ ଗ୍ୟାପ୍ ଇନ୍କୋର ହୋଲସେଲ ପରିଚାଳନା ନିର୍ଦ୍ଦେଶକ ଆଡ୍ରିଏନେ ଗର୍ନାଣ୍ଡ ।
Published by:Soubhagya Mishra
First published: