Reliance retail: ବ୍ୟୁଟି ରିଟେଲ ପ୍ଲାଟଫର୍ମ ଲଞ୍ଚ କଲା ରିଲାଏନ୍ସ; ମିଳିବ ସବୁ ପ୍ରଡକ୍ଟ

Beauty Retail Platform: ରିଲାଏନ୍‌ସ ରିଟେଲ୍ (Reliance Retail ) ପକ୍ଷରୁ ଏହା ଖୋଲାଯାଇଛି। ଏହାଛଡ଼ା ତିରା ଆପ୍ ଏବଂ ୱେବସାଇଟ୍ ମଧ୍ୟ ଉନ୍ମୋଚିତ ହୋଇଛି।

ବ୍ୟୁଟି ରିଟେଲ ପ୍ଲାଟଫର୍ମ ଲଞ୍ଚ କଲା ରିଲାଏନ୍ସ

ବ୍ୟୁଟି ରିଟେଲ ପ୍ଲାଟଫର୍ମ ଲଞ୍ଚ କଲା ରିଲାଏନ୍ସ

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

ମୁମ୍ବାଇ: ଗୋଟିଏ ପ୍ଲାଟଫର୍ମରେ ଉପଲବ୍ଧ ହେବ ବିଭିନ୍ନ ଉନ୍ନତ ବ୍ରାଣ୍ଡର ସୌନ୍ଦର୍ଯ୍ୟ ପ୍ରସାଧନ ସାମଗ୍ରୀ ଏବଂ ସୌନ୍ଦର୍ଯ୍ୟ ସଂକ୍ରାନ୍ତ ପରାମର୍ଶ। ମୁମ୍ବାଇ ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍‌ସ ସ୍ଥିତ ଜିଓ ୱର୍ଲଡ୍ ଡ୍ରାଇଭରେ ଖୋଲିଛି ତିରା ଷ୍ଟୋର୍ (Tira Store)।

ରିଲାଏନ୍‌ସ ରିଟେଲ୍ (Reliance Retail ) ପକ୍ଷରୁ ଏହା ଖୋଲାଯାଇଛି। ଏହାଛଡ଼ା ତିରା ଆପ୍ ଏବଂ ୱେବସାଇଟ୍ ମଧ୍ୟ ଉନ୍ମୋଚିତ ହୋଇଛି। ତିରା ଷ୍ଟୋରରେ ବିଭିନ୍ନ ଜାତୀୟ ଏବଂ ଅନ୍ତର୍ଜାତୀୟ ବ୍ରାଣ୍ଡର ପ୍ରସାଧନ ସାମଗ୍ରୀ ଉପଲବ୍ଧ ହେଉଛି।

ଭାରତୀୟ ଗ୍ରାହକଙ୍କୁ ଉନ୍ନତମାନ ପ୍ରସାଧନ ସାମଗ୍ରୀ ଯୋଗାଇଦେବା ଉଦ୍ଦେଶ୍ୟରେ ରିଲାଏନ୍‌ସ ରିଟେଲ୍ ପକ୍ଷରୁ ଏହା ଖୋଲାଯାଇଛି। ତିରା ଷ୍ଟୋର୍, ସବୁ ବର୍ଗର ଗ୍ରାହକଙ୍କ ପାଇଁ ସବୁ ପ୍ରକାର ବ୍ରାଣ୍ଡ ଯୋଗାଇଦେବାର ସକ୍ଷମ ବୋଲି ଉଦଘାଟନ ଅବସରରେ କହିଛନ୍ତି ରିଲାଏନ୍ସ ରିଟେଲ୍‌ସ ଭେନଞ୍ଚର୍ସ ଲିମିଟେଡର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଇଶା ଅମ୍ବାନୀ।

ତିରା ଷ୍ଟୋରରେ ସୌନ୍ଦର୍ଯ୍ୟ ବିଶେଷଜ୍ଞଙ୍କ ସହ ଚର୍ମ ବିଶେଷଜ୍ଞ ମଧ୍ୟ ଅଛନ୍ତି। ଯେଉଁମାନେ ଗ୍ରାହକଙ୍କୁ ସେମାନଙ୍କ ମୂଲ୍ୟବାନ ପରାମର୍ଶ ଦେବେ। ସେପଟେ ‘ତିରା’ ଅନ୍ ଲାଇନ୍ ପ୍ଲାଟଫର୍ମ ଅର୍ଥାତ୍ ୱେବସାଇଟ୍ ଏବଂ ଆପ୍‌ରେ ସୌନ୍ଦର୍ଯ୍ୟ ସଂକ୍ରାନ୍ତ ବିଭିନ୍ନ ଭିଡିଓ, ବ୍ଲଗ୍‌ସ, ଟ୍ୟୁଟୋରିଆଲ୍, ଟ୍ରେଣ୍ଡ ସେଟିଂ ଟିପ୍‌ସ ଆଦି ଉପଲବ୍ଧ ହେଉଛି। ମୁମ୍ବାଇ ବାନ୍ଦ୍ରା କୁର୍ଲା କଂପ୍ଲେକ୍‌ସସ୍ଥିତ ଜିଓ ୱର୍ଲଡ୍ ଡ୍ରାଇଭରେ ୪୩୦୦ ବର୍ଗଫୁଟରେ ଖୋଲିଛି ତିରା ଷ୍ଟୋର୍।

ଟେକ୍ନୋଲୋଜି ଏବଂ କଷ୍ଟୋମାଇଜଡ୍ ଅଭିଜ୍ଞତା ଉପରେ ଆଧାର କରି ତିରା ଏକ ସର୍ବନିମ୍ନ ଚ୍ୟାନେଲ ଖୁଚୁରା ଧାରଣା, ଯାହା ଉଚ୍ଚ-ବିଶ୍ୱସ୍ତରୀୟ ଏବଂ ଘରୋଇ ବ୍ରାଣ୍ଡ ଯୋଗାଇବ।

ପଢ଼ନ୍ତୁ ଏହି ଖବର:  ଏଣିକି ଶସ୍ତାରେ କିଣିପାରିବେ ଓଲା ସ୍କୁଟର; ମୂଲ୍ୟ ହ୍ରାସ କଲା କମ୍ପାନୀ

ଏହି ଗୁଣ ଏହାକୁ ସମସ୍ତ ସୌନ୍ଦର୍ଯ୍ୟ ଦ୍ରବ୍ୟ ପାଇଁ ଏକ ଷ୍ଟପ୍ ଗନ୍ତବ୍ୟସ୍ଥଳ କରିବ। ପ୍ରେମ, ଉତ୍ସାହ ଏବଂ ସୌନ୍ଦର୍ଯ୍ୟର ଦେବୀ ରତିଙ୍କ ଦ୍ୱାରା ତିରା ଅନୁପ୍ରାଣିତ। ଏକାଧିକ ଖୁଚୁରା ଫର୍ମାଟ୍ ମାଧ୍ୟମରେ ଭାରତୀୟ ଗ୍ରାହକଙ୍କୁ ଉଚ୍ଚମାନର ଉତ୍ପାଦ ଯୋଗାଇବା ପାଇଁ ରିଲାଏନ୍ସ ରିଟେଲର ଦୃଷ୍ଟିକୋଣ ସହିତ ତିରାର ଶୁଭାରମ୍ଭ ହୋଇଛି।
Published by:Lipina Das
First published: