ରିଲାଏନ୍ସ ଜିଓର ଆବେଦନ ଉପରେ କୋର୍ଟ ପଞ୍ଜାବ ଓ କେନ୍ଦ୍ରକୁ ଜାରି କଲା ନୋଟିସ୍
Reliance Petition Against Vandalism: ରିଲାଏନ୍ସ ନିଜର ଆବେଦନରେ କମ୍ପାନୀର ସେହି 'ଦୁଷ୍ଟ ଲୋକମାନଙ୍କ' ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛି ଯେଉଁମାନେ କମ୍ପାନୀର ଟେଲିକମ୍ ଭିତ୍ତିଭୂମିକୁ କ୍ଷତି ପହଞ୍ଚାଇଛନ୍ତି ଓ ରାଜ୍ୟରେ ଜବରଦସ୍ତ ଏହାର ଷ୍ଟୋରଗୁଡ଼ିକୁ ବନ୍ଦ କରିଦେଇଛନ୍ତି ।

ରିଲାଏନ୍ସ ଜିଓଙ୍କ ଆବେଦନ ଉପରେ କୋର୍ଟ ପଞ୍ଜାବ ଓ କେନ୍ଦ୍ରକୁ ଜାରି କଲା ନୋଟିସ୍
- News18 Odia
- Last Updated: January 5, 2021, 6:29 PM IST
ନୂଆ ଦିଲ୍ଲୀ: ପଞ୍ଜାବ ଓ ହରିୟାଣା ହାଇକୋର୍ଟ (Punjab & Haryana High Court) ମଙ୍ଗଳବାର ଦିନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର (RIL) ସହାୟକ କମ୍ପାନୀ ରିଲାଏନ୍ସ ଜିଓ ଇନଫୋକମ୍ ଲିମିଟେଡ୍(Reliance Jio Infocomm Limited (RJIL) ଦ୍ୱାରା ଦାଖଲ ହୋଇଥିବା ଆବେଦନ ଉପରେ ପଞ୍ଜାବ ସରକାର ଓ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ନୋଟିସ୍ ଜାରି କରିଛନ୍ତି । ଭିତ୍ତିଭୂମି ସହିତ ହୋଇଥିବା ଭଙ୍ଗାରୁଜା ଓ କିଛି ନ୍ୟସ୍ତ ସ୍ୱାର୍ଥ ଯୋଗୁଁ କର୍ମଚାରୀଙ୍କୁ ଦିଆଯାଉଥିବା ଧମକ ସମ୍ପର୍କରେ କମ୍ପାନୀ କୋର୍ଟରେ ଏକ ପିଟିସନ ଦାଖଲ କରିଥିଲା ।
ପଞ୍ଜାବ ସରକାର ପାଟ୍ରୋଲିଂ ଦଳ ନିୟୋଜିତ କରିଛନ୍ତି
ମଙ୍ଗଳବାର ଦିନ ଶୁଣାଣି ସମୟରେ ପଞ୍ଜାବର ଆଡଭୋକେଟ୍ ଜେନେରାଲ୍ ଅତୁଲ ନନ୍ଦା କୋର୍ଟଙ୍କୁ କହିଛନ୍ତି ଯେ ଜିଓ ମୋବାଇଲ୍ ଟାୱାରର କ୍ଷୟକ୍ଷତିର ଆକଳନ ତଥା ସୁରକ୍ଷା ପାଇଁ ରାଜ୍ୟ ସରକାର ୧,୦୧୯ ପାଟ୍ରୋଲିଂ ଟିମ୍ ଓ ୨୨ ନୋଡାଲ୍ ଅଧିକାରୀଙ୍କୁ ନିୟୋଜିତ କରିଛନ୍ତି । ସଲିସିଟର ଜେନେରାଲ ଅଫ୍ ଇଣ୍ଡିଆ ସତ୍ୟପାଲ ଜେନା କୋର୍ଟରେ କେନ୍ଦ୍ର ସରକାରଙ୍କ ପ୍ରତିନିଧିତ୍ୱ କରିଥିଲେ ।
ଆବେଦନପତ୍ରରେ କୁହାଯାଇଛି ଯେ ପ୍ରଚାର ଅଭିଯାନ କାରଣରୁ ସ୍ୱାର୍ଥ ଦ୍ୱାରା ଚାଲିଥିବା ହେତୁ ଆବେଦନକାରୀଙ୍କ ବ୍ୟବସାୟ ତଥା ସମ୍ପତ୍ତିକୁ ଦୁଷ୍କର୍ମକାରୀମାନେ ଟାର୍ଗେଟ କରୁଛନ୍ତି। ନ୍ୟସ୍ତ ସ୍ୱାର୍ଥ ତଥା ଦୁଷ୍କର୍ମକାରୀଙ୍କ ବେଆଇନ କାର୍ଯ୍ୟକଳାପ ହେତୁ ପଞ୍ଜାବରେ ଆବେଦନକାରୀଙ୍କ ଭିତ୍ତିଭୂମି ଗୁରୁତର କ୍ଷତିଗ୍ରସ୍ତ ହୋଇ ଶହ ଶହ କୋଟି ଟଙ୍କା କ୍ଷତି ସହିଛି।
ଆବେଦନ ଅନୁଯାୟୀ, କିଛି ଲୋକ ଆବେଦନକାରୀ ଓ ଏହାର ପ୍ୟାରେଣ୍ଟ୍ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପ୍ରତି ଏପରି ମିଥ୍ୟା ଗୁଜବ ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି ଯେ ସଂସଦରେ ପାରିତ ହୋଇଥିବା କୃଷି ଆଇନରୁ ଆବେଦନକାରୀ ଓ ଏହାର ସହଯୋଗୀମାନେ ଉପକୃତ ହେବେ ।
ଭାରତରୁ କରୋନା ଭୂତାଣୁ ଟିକା ପାଇବା ପାଇଁ ବ୍ରାଜିଲ କଠିନ ପରିଶ୍ରମ କରୁଛି
ଏଥି ସହିତ କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ହୋଇଥିବା ତିନିଟି କୃଷି ସଂସ୍କାର ଆଇନରୁ ଲାଭବାନ ହେବାର ଗୁଜବକୁ ଖାରଜ କରି ରିଲାଏନ୍ସ ସୋମବାର କହିଛି ଯେ ଚୁକ୍ତିନାମା କିମ୍ବା କର୍ପୋରେଟ୍ କୃଷି ବ୍ୟବସାୟରେ ପ୍ରବେଶ କରିବାର କୌଣସି ଯୋଜନା ନାହିଁ ଓ କର୍ପୋରେଟ୍ ଚାଷ କିମ୍ବା ଚୁକ୍ତିନାମା କେବେ କରି ନାହିଁ । ଆମେ ଚାଷ ପାଇଁ କୃଷି ଜମି କିଣି ନାହୁଁ ଓ ଭବିଷ୍ୟତରେ ମଧ୍ୟ ଏହା କରିବାର ଯୋଜନା ନାହିଁ ।
ଏକ ବିବୃତ୍ତିରେ RIL କହିଛି ଯେ ଏହା ସିଧାସଳଖ କୃଷକମାନଙ୍କଠାରୁ ଖାଦ୍ୟ ଶସ୍ୟ କ୍ରୟ କରେ ନାହିଁ ଏବଂ ଏହାର ଯୋଗାଣକାରୀମାନେ କେବଳ ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ସ୍ତରରେ କୃଷକଙ୍କଠାରୁ କିଣୁଛନ୍ତି । ରିଲାଏନ୍ସ ଏକ ବିବୃତ୍ତିରେ କହିଛି ଯେ ତିନୋଟି କୃଷି ନିୟମ ସହିତ କମ୍ପାନୀର କୌଣସି ସମ୍ପର୍କ ନାହିଁ ଏବଂ କମ୍ପାନୀ ସେମାନଙ୍କଠାରୁ ଲାଭବାନ ହେଉନାହିଁ ।
(ପ୍ରତ୍ୟାଖ୍ୟାନ - ନ୍ୟୁଜ୍ ୧୮ ଓଡ଼ିଆ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ କମ୍ପାନୀ ନେଟୱାର୍କ ୧୮ ମିଡିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡର ଏକ ଅଂଶ । ନେଟୱାର୍କ ୧୮ ମିଡିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡ୍ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ର ମାଲିକାନା ଅଟେ )