News18 Odia Digital
Reliance New Energy Solar: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (RIL) ର ଏକ ସହାୟକ କମ୍ପାନୀ ରିଲାଏନ୍ସ ନ୍ୟୁ ଏନର୍ଜି ସୋଲାର ଲିମିଟେଡ୍ (RIL) ସମ୍ପ୍ରସାରଣ ଯୋଜନା ଅନ୍ତର୍ଗତ ସୋଡିୟମ୍-ଆୟନ ସେଲ୍ ନିର୍ମାଣ କମ୍ପାନୀ ଫାରାଡିଅନ୍ ଲିମିଟେଡକୁ ଅଧିଗ୍ରହଣ କରିବ । ରିଲାଏନ୍ସ ନ୍ୟୁ ଏନର୍ଜି ସୋଲାର ଲିମିଟେଡ୍ ୧୦୦ ମିଲିୟନ୍ ବ୍ରିଟିଶ୍ ପାଉଣ୍ଡ (GBP) ମୂଲ୍ୟର ଏହି କମ୍ପାନୀରେ ୧୦୦ ପ୍ରତିଶତ ଅଂଶଧନ ହାସଲ କରିବ । ଏହା ସହିତ, RNESL ନୂଆ ବ୍ୟବସାୟର ବିସ୍ତାର ପାଇଁ ଅଭିବୃଦ୍ଧି ପୁଞ୍ଜି ଭାବରେ ୨୫ ମିଲିୟନ୍ GBP ବିନିଯୋଗ କରିବ ।
ସୋଡିୟମ୍-ଆୟନ ବ୍ୟାଟେରୀର ବିଶ୍ୱର ଅନ୍ୟତମ ଉତ୍ପାଦକ ଫାରାଡିଅନ୍ ଲିମିଟେଡ୍ । ସୋଡିୟମ୍-ଆୟନ କୋଷଗୁଡ଼ିକର ବ୍ରିଟେନର ନିର୍ମାତା ଫାରାଡିଅନ୍ ପ୍ରଥମେ ଏହା ଭାରତରେ ଉତ୍ପାଦନ ସୁଯୋଗ ଅନୁସନ୍ଧାନ କରୁଥିବା କହିଥିଲେ । କମ୍ପାନୀ କହିଛି ଯେ ଲିଥିୟମ୍-ଆୟନ ବ୍ୟାଟେରୀ ଅପେକ୍ଷା ସୋଡିୟମ୍-ଆୟନ ବ୍ୟାଟେରୀର ଟେକ୍ନୋଲୋଜି ଭଲ । ଏହା ସମଗ୍ର ବିଶ୍ୱରେ ଅଟୋମୋବାଇଲ୍, ଷ୍ଟୋରେଜ୍ ଓ ମୋବାଇଲ୍ ସେକ୍ଟରରେ ବିପ୍ଳବ ଆଣିପାରିବ ।
'ନୂଆ ବ୍ୟାଟେରୀ ଭାରତୀୟ ବଜାରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ'ଭାରତର ଅଟୋମୋବାଇଲ୍ କ୍ଷେତ୍ର ବର୍ତ୍ତମାନ ଦ୍ରୁତ ଗତିରେ ବୈଦ୍ୟୁତିକ ଯାନରେ ପରିବର୍ତ୍ତନ ହେଉଛି ଓ ବୈଦ୍ୟୁତିକ ଯାନ ପ୍ରଯୁକ୍ତିକୁ ମଧ୍ୟ ଅତି ଶୀଘ୍ର ଗ୍ରହଣ କରୁଛି । ଆହୁରି ମଧ୍ୟ ଆମେ ସବୁଠୁ ବଡ଼ ମୋବାଇଲ୍ ବଜାର ମଧ୍ୟରୁ ଗୋଟିଏ । ତେଣୁ ଭାରତର ପରିବର୍ତ୍ତିତ ବଜାରରେ ନୂଆ ଟେକ୍ନୋଲୋଜି ବ୍ୟାଟେରୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ । ବିକଳ୍ପ ବ୍ୟାଟେରୀ ଜଗତରେ ଫାରାଡିଅନର ସୋଡିୟମ୍-ଆୟନ ଟେକ୍ନୋଲୋଜି ଏକ ବିରାଟ ପ୍ରଯୁକ୍ତିବିଦ୍ୟା । ବିଶେଷ କରି ଲିଥିୟମ୍-ଆୟନ ଓ ସୀସା-ଏସିଡ୍ ବ୍ୟାଟେରୀର ବିକଳ୍ପ ଭାବରେ ଏହାକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ ।
'ଭାରତର ଶକ୍ତି ସଂରକ୍ଷଣ କ୍ଷମତା ଅଧିକ ଶକ୍ତିଶାଳୀ ଓ ନିରାପଦ ହେବ'ଅଧିଗ୍ରହଣ ସମ୍ପର୍କରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ର ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ କହିଛନ୍ତି ଯେ ରିଲାଏନ୍ସ ପରିବାରକୁ ଆମେ ଫାରାଡିଅନ୍ ଓ ତାଙ୍କ ଅଭିଜ୍ଞ ଦଳକୁ ସ୍ୱାଗତ କରୁଛୁ। ସେ କହିଛନ୍ତି ଯେ ଫାରାଡିଅନର ବିକଶିତ ସୋଡିୟମ-ଆୟନ ଟେକ୍ନୋଲୋଜି ଦୁନିଆର ସର୍ବୋଚ୍ଚ ଶକ୍ତି ସଂରକ୍ଷଣ ପ୍ରଯୁକ୍ତିବିଦ୍ୟା ଯୋଗାଇଥାଏ ।
ସିଏମଡି ମୁକେଶ ଅମ୍ବାନୀ କହିଛନ୍ତି ଯେ ସୋଡିୟମ-ଆୟନ ଟେକ୍ନୋଲୋଜି ସୋଡିୟମ ବ୍ୟବହାର କରେ । ଏହା ଭାରତର ଶକ୍ତି ସଂରକ୍ଷଣ କ୍ଷମତାକୁ ଅଧିକ ଶକ୍ତିଶାଳୀ ଓ ନିରାପଦ କରିବ । ଭାରତର ବୈଦ୍ୟୁତିକ ଯାନ କ୍ଷେତ୍ରର ବିକାଶ ପାଇଁ ପ୍ରୟାସରେ ଫାରାଡିଅନଙ୍କ ସହ କାମ କରିବା ଏକ ପ୍ରମୁଖ ପଦକ୍ଷେପ ହେବ ବୋଲି ସେ ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି।
(Disclaimer - ନେଟୱାର୍କ ୧୮ ଓ TV18 କମ୍ପାନୀଗୁଡିକ ଚ୍ୟାନେଲ / ୱେବସାଇଟକୁ ସ୍ବାଧୀନ ମିଡ଼ିଆ ଟ୍ରଷ୍ଟ ଦ୍ୱାରା ନିୟନ୍ତ୍ରିତ କରନ୍ତି ଯାହା ମଧ୍ୟରୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏକମାତ୍ର ହିତାଧିକାରୀ ।)
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।