ରିଲାଏନ୍ସ ଲଞ୍ଚ୍ କଲା Jio Glass; ଏହା ଆପଣଙ୍କୁ ଦେବ ସର୍ବୋତ୍ତମ ମିକ୍ସଡ଼ ରିଆଲିଟି ସେବା

ଜିଓ ଗ୍ଲାସକୁ ଆଖିରେ ପିନ୍ଧି ଆପଣ ଏଥିରେ ଥିବା ନୂଆ ଟେକ୍ନୋଲୋଜି ମାଧ୍ୟମରେ 3D ଭର୍ଚ୍ଚୁଆଲ୍ ଚାଟ୍ ରୁମର ଆନନ୍ଦ ନେଇପାରିବେ ଓ ରିଆଲ୍ ଟାଇମରେ ହୋଲୋଗ୍ରାଫିକ୍ ଭିଡିଓ କଲିଂ ବି କରିପାରିବେ ।

ଜିଓ ଗ୍ଲାସ୍

ଜିଓ ଗ୍ଲାସ୍

  • Share this:
News18 Odia Digital

ମୁମ୍ବାଇ: ରିଲାଏନ୍ସ ଜିଓ (Reliance Jio) ଏହାର ନୂତନ ପ୍ରଡକ୍ଟ୍‌ ଲଞ୍ଚ୍‌ କରିଛି, ଯାହାର ନାମ ହେଉଛି ‘ଜିଓ ଗ୍ଲାସ୍’ (Jio Glass)। ଜିଓ ଗ୍ଲାସ୍ ଏକ ନୂତନ ମିଶ୍ରିତ ବାସ୍ତବ ହେଡସେଟ୍, ଯାହା ହୋଲୋଗ୍ରାଫିକ୍ (holographic) ଭିଡିଓ କଲିଂ ସକ୍ଷମ କରାଏ ।

ବୁଧବାର ରିଲାଏନ୍ସ ନିଜର ୪୩ତମ ବାର୍ଷିକ ସାଧାରଣ ସଭା (AGM) କମ୍ପାନୀ ଘୋଷଣା କରିଛି ଯେ ଜିଓ ଗ୍ଲାସ୍ ଟେକ୍ନୋଲୋଜିର ଅଗ୍ରଭାଗରେ ଅଛି ଓ ଉପଭୋକ୍ତାମାନଙ୍କୁ ସର୍ବୋତ୍ତମ ଶ୍ରେଣୀର ମିଶ୍ର ବାସ୍ତବତା ସେବା (Mixed Reality services) ଦ୍ୱାରା ଅର୍ଥପୂର୍ଣ୍ଣ ଓ ନିଆରା ଅନୁଭୂତି ଯୋଗାଇଥାଏ ।

ଜିଓ ଗ୍ଲାସର ଏକ ପ୍ରେଜେଣ୍ଟେସନରେ ମୁକେଶ ଅମ୍ବାନୀଙ୍କ ପୁଅ ଓ ଝିଅ କଥା ହେଉଛନ୍ତି ।


ଜିଓ ଗ୍ଲାସର ଓଜନ ମାତ୍ର ୭୫ ଗ୍ରାମ ଓ ଏହା ସବୁ ଠାରୁ ଉଚ୍ଚ ଶ୍ରେଣୀର ଇମର୍ସିଭ୍ ମିଶ୍ରିତ ବାସ୍ତବ ସେବା ପ୍ରଦାନ କରେ । ଏହା ଗୋଟିଏ ମାତ୍ର କେବୁଲ୍ ଦ୍ୱାରା ସଂଯୁକ୍ତ ଥାଏ ଓ ଏଥିରେ ପୂର୍ବରୁ ୨୫ଟି ଆପ୍ ଅଛି ଯାହା ଦ୍ୱାରା ବର୍ଦ୍ଧିତ ରିଅଲିଟି ଭିଡିଓ ମିଟିଂ (augmented reality video meetngs) ସମ୍ଭବ ହୋଇଥାଏ ।

ଦେଖନ୍ତୁ Jio Glass କେମିତି କାମ କରେ:



ଏହି ଟେକ୍ନୋଲୋଜି 3D ଭର୍ଚ୍ଚୁଆଲ୍ ଚାଟ୍ ରୁମ୍ ସେବା ଯୋଗାଇଥାଏ ଏବଂ ରିଅଲ୍-ଟାଇମରେ ଜିଓ ମିକ୍ସଡ୍ ରିଅଲିଟି କ୍ଲାଉଡ୍ ମାଧ୍ୟମରେ ହୋଲୋଗ୍ରାଫିକ୍ ମିଟିଂ ବି କରାଇପାରେ ।

(ଡିସକ୍ଲେମର୍: News18 Odia ରିଲାଏନ୍ସ ଇଣ୍ଡଷ୍ଟ୍ରିଜର କମ୍ପାନୀ ନେଟୱାର୍କ18 ମିଡ଼ିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡର ଏକ ଅଂଶ । ନେଟୱାର୍କ 18 ମିଡିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡର ମାଲିକ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ।)
Published by:Anand Shankar Thankur Das
First published: