କୋଲକାତାରେ ରିଲାଏନ୍ସ ଜିଓ ପକ୍ଷରୁ ଟ୍ରୁ-୫ଜି ସମ୍ପର୍କିତ ସମାଧାନ ପ୍ରଦର୍ଶିତ

ରିଲାଏନ୍ସ ଜିଓ ପକ୍ଷରୁ କୋଲକାତାରେ ଏକ ୫ଜି ଏକ୍ସପେରିଏନ୍ସ ସେଣ୍ଟର ସ୍ଥାପନ କରାଯାଇଛି। ସେଠାରେ ଟ୍ରୁ-୫ଜି ସମ୍ପର୍କିତ ସମସ୍ତ ସୂଚନା ପ୍ରଦାନ କରାଯାଉଛି।

କୋଲକାତାରେ ରିଲାଏନ୍ସ ଜିଓ ପକ୍ଷରୁ ଟ୍ରୁ-୫ଜି ସମ୍ପର୍କିତ ସମାଧାନ ପ୍ରଦର୍ଶିତ

କୋଲକାତାରେ ରିଲାଏନ୍ସ ଜିଓ ପକ୍ଷରୁ ଟ୍ରୁ-୫ଜି ସମ୍ପର୍କିତ ସମାଧାନ ପ୍ରଦର୍ଶିତ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

କୋଲକାତା: ପଶ୍ଚିମବଙ୍ଗ ସରକାରଙ୍କ ସୂଚନା ପ୍ରଯୁକ୍ତି (ଆଇଟି) ବିଭାଗ ଏବଂ କେନ୍ଦ୍ର ସରକାରଙ୍କ ଦୂରସଞ୍ଚାର ବିଭାଗ ପକ୍ଷରୁ କୋଲକାତାରେ ଏକ କର୍ମଶାଳା ଆୟୋଜନ କରାଯାଇଛି। ଏହି ଦିନିକିଆ କର୍ମଶାଳାରେ ରିଲାଏନ୍ସ ଜିଓ ପକ୍ଷରୁ କୃଷି, ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ସ୍ମାର୍ଟ ଅଫିସ ଭଳି କ୍ଷେତ୍ର ସହ ସମ୍ପର୍କିତ ବହୁ ନୂଆ ୫ଜି ସମାଧାନକୁ ପ୍ରଦର୍ଶିତ କରାଯାଇଛି।

ରିଲାଏନ୍ସ ଜିଓ ପକ୍ଷରୁ କୋଲକାତାରେ ଏକ ୫ଜି ଏକ୍ସପେରିଏନ୍ସ ସେଣ୍ଟର ସ୍ଥାପନ କରାଯାଇଛି। ସେଠାରେ ଟ୍ରୁ-୫ଜି ସମ୍ପର୍କିତ ସମସ୍ତ ସୂଚନା ପ୍ରଦାନ କରାଯାଉଛି। ୫ଜିର ନୂଆ ବ୍ୟବହାରକୁ ଯେଭଳି ରାଜ୍ୟ ସରକାରଙ୍କ ଅଧିକାରୀମାନେ ଦେଖିପାରିବେ ଏବଂ ତାହାକୁ ବାସ୍ତବ କ୍ଷେତ୍ରରେ ପ୍ରୟୋଗ କରିବା ଲାଗି ଯୋଜନା ପ୍ରସ୍ତୁତ କରିପାରିବେ ସେଥିପାଇଁ ଏହି କର୍ମଶାଳାକୁ ବେଶ୍ ଗୁରୁତ୍ୱ ପ୍ରଦାନ କରାଯାଉଛି।

ସାରା ପଶ୍ଚିମବଙ୍ଗରେ କମ୍ପାନି ଏହାର ଟ୍ରୁ-୫ଜି ସେବାକୁ ପର୍ଯ୍ୟାୟକ୍ରମେ ଶୁଭାରମ୍ଭ କରୁଛି। ପଶ୍ଚିମବଙ୍ଗର ସିଲିଗୁଡ଼ି ସହରରେ ରିଲାଏନ୍ସ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରିବା ଲାଗି ପ୍ରସ୍ତୁତ ହେଉଛି। ପଶ୍ଚିମବଙ୍ଗରେ କୋଲକାତା ପରେ ସିଲିଗୁଡ଼ି ହେବ ଜିଓର ଟ୍ରୁ-୫ଜି ନେଟ୍‌ୱର୍କରେ ଯୋଡ଼ି ହେବାକୁଯାଉଥିବା ଦ୍ୱିତୀୟ ସହର।

କୋଲକାତାରେ ଜିଓ ୫ଜି ୱେଲକମ୍ ଅଫର ମାଧ୍ୟମରେ ଗ୍ରାହକମାନଙ୍କୁ ଆମନ୍ତ୍ରିତ କରାଯାଉଛି। ଏହି ଅଫରରେ ଗ୍ରାହକମାନଙ୍କୁ ବିନା କୌଣସି ମୂଲ୍ୟରେ ୧ ଜିବିପିଏସ୍ ସ୍ପିଡ୍ ଏବଂ ଅସୀମିତ ୫ଜି ଡାଟା ମିଳୁଛି। ୱେଲକମ୍ ଅଫରର ଗ୍ରାହକମାନେ ଡାଟାକୁ ବହୁଳ ମାତ୍ରାରେ ବ୍ୟବହାର ମଧ୍ୟ କରୁଛନ୍ତି । କଂପାନି ପକ୍ଷରୁ କୁହାଯାଇଛି ଯେ ଏହା ହେଉଛି ଭାରତର ଏକମାତ୍ର ଟ୍ରୁ-୫ଜି ନେଟ୍‌ୱର୍କ ଏବଂ ଟ୍ରୁ-୫ଜି ନେଟ୍‌ୱର୍କର ବହୁ ଭଲ ଗୁଣ ରହିଛି।

ସେଗୁଡ଼ିକ ମଧ୍ୟରେ ରହିଛି ଷ୍ଟାଣ୍ଡ୍‌-ଏଲୋନ ୫ଜି ଆର୍କିଟେକ୍‌ଚର ନେଟ୍‌ୱର୍କ ଯାହା ୪ଜି ନେଟ୍‌ୱର୍କ ଉପରେ ନିର୍ଭରଶୀଳ ନୁହେଁ। ୭୦୦ ମେଗାହର୍ଜ, ୩୫୦୦ ମେଗାହର୍ଜ ଏବଂ ୨୬ ଗିଗାହର୍ଜ ବ୍ୟାଣ୍ଡ୍‌ରେ ୫ଜି ସ୍ପେକ୍ଟ୍ରମ୍‌ର ସବୁଠୁ ବଡ଼ ଏବଂ ଉନ୍ନତ ମିଶ୍ରଣ ଜିଓ ପାଖରେ ରହିଛି। କ୍ୟାରିୟର ଏଗ୍ରିଗେସନ ପଦ୍ଧତିକୁ ବ୍ୟବହାର କରି ଜିଓ ପକ୍ଷରୁ ଏହି ୫ଜି ଫ୍ରିକ୍ୱେନ୍ସିର ଏକ ମଜଭୁତ “ଡାଟା ହାଇୱେ’ ପ୍ରସ୍ତୁତ କରାଯାଇଛି।
Published by:Lipina Das
First published: