News18 Odia Digital
ମୁମ୍ବାଇ: ଚଳିତ ଆର୍ଥିକ ବର୍ଷର (୨୦୨୧-୨୨) ଦ୍ୱିତୀୟ ତ୍ରୈମାସିକରେ (ଜୁଲାଇ-ସେପ୍ଟେମ୍ବର) ଜିଓ ପ୍ଲାଟଫର୍ମ୍ସର (Jio Platforms) ନେଟ୍ ଲାଭ (ଶୁଦ୍ଧ ଲାଭ) ୨୩.୫ ପ୍ରତିଶତ ବୃଦ୍ଧି ପାଇ ୩,୭୨୮ କୋଟି ଟଙ୍କା ହୋଇଛି ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ଘୋଷଣା କରାଯାଇଛି ।
୨୦୨୧ର ଜୁଲାଇ-ସେପ୍ଟେମ୍ବର ତ୍ରୈମାସିକରେ ଜିଓ ପ୍ଲାଟଫର୍ମସ୍ର ମୋ’ଟ ରାଜସ୍ୱ ୧୫.୨ ପ୍ରତିଶତ ବୃଦ୍ଧି ପାଇ ୨୩,୨୨୨ କୋଟି ଟଙ୍କା ହୋଇଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ କୁହାଯାଇଛି । ଏହି ଅବଧିରେ କମ୍ପାନୀର ପ୍ରତି-ଗ୍ରାହକ ରାଜସ୍ୱ ବା ଆର୍ପୁ (ARPU) ୩.୭ ପ୍ରତିଶତ ବୃଦ୍ଧି ପାଇ ଗ୍ରାହକ ପିଛା ମାସିକ ୧୪୩.୬ ଟଙ୍କାରେ ପହଞ୍ଚିଛି । ଏହି ତ୍ରେମାସିକରେ ଜିଓ ନେଟୱର୍କରେ ଗ୍ରାହକ ପିଛା ମାସିକ ହାରାହାରି ଡାଟା ବ୍ୟବହାର ୧୭.୬ ଜିବିକୁ ବୃଦ୍ଧି ପାଇଛି ।
ଏହା ବି ପଢ଼ନ୍ତୁ | ATMରୁ ଛିଣ୍ଡା ନୋଟ୍ ବାହାରିଲା? ଏଣିକି ବ୍ୟାଙ୍କ୍ ତାକୁ ଫେରାଇ ନେବ; SBI କହିଲା ଉପାୟକମ୍ପାନୀ ପକ୍ଷରୁ ବିଭିନ୍ନ ସ୍ଥାନରେ ୫ଜି କ୍ଷେତ୍ରସ୍ତରୀୟ ପରୀକ୍ଷଣ ଆରମ୍ଭ ହୋଇଥିବା ପ୍ରକାଶ କରାଯାଇଛି । ଦୀପାବଳୀର ପାର୍ବଣ ଉତ୍ସବ ସମୟରେ ଜିଓଫୋନ୍ ନେକ୍ସଟକୁ (JioPhone Next) ବ୍ୟାପକ ଭାବରେ ଉପଲବ୍ଧ କରାଇବା ପାଇଁ ଜିଓ ଓ ଗୁଗୁଲ୍ ମିଳିତ ଭାବରେ କାର୍ଯ୍ୟ କରୁଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଭିଡିଓ | VIDEO: ପ୍ରେମ ବିବାହ ପରେ ବାପାଙ୍କୁ କହୁଛି ଝିଅ, ‘‘ମୋତେ ଟର୍ଚ୍ଚର୍ କରନି; ୪ ଦିନ ହେଲା କିଛି ଖାଇନି’’ଜିଓ ପ୍ଲାଟଫର୍ମ୍ସ ହେଉଛି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର (Reliance Industries Limited, RIL) ଏକ ସଂସ୍ଥା ଯାହା ଅଧୀନରେ ଭାରତର ସର୍ବବୃହତ ଟେଲିକମ୍ ସଂସ୍ଥା ଜିଓ ଓ ଆପଗୁଡ଼ିକ ରହିଛି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ (Reliance Industries Limited, RIL) ହେଉଛି ମାର୍କେଟ୍ କ୍ୟାପ୍ (Market Cap) ଦ୍ୱାରା ଦେଶର ସର୍ବବୃହତ ଏହି କମ୍ପାନୀ ।
ଏହା ବି ପଢ଼ନ୍ତୁ | T20 World Cup: ଟି୨୦ର ୪୨୫ ୱିକେଟ୍ ଓ ୮,୭୦୦ ରନ୍ ବି ବେକାର୍! ଏମାନଙ୍କୁ ଟିମରେ ମିଳିଲାନି ଜାଗା(
ଡିସକ୍ଲେମର୍: News18 Odia Digital ରିଲାଏନ୍ସ ଇଣ୍ଡଷ୍ଟ୍ରିଜର କମ୍ପାନୀ ନେଟୱାର୍କ18 ମିଡ଼ିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡ଼ର ଏକ ଅଂଶ । ନେଟୱାର୍କ 18 ମିଡିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡର ମାଲିକ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ।)
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।