ରିଲାଏନ୍ସ ଜିଓର ନିଟ୍ ଲାଭ ୨୪% ବୃଦ୍ଧି ପାଇ ୪ ହଜାର ୩୩୫ କୋଟି ଟଙ୍କା

ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଭାରତର ସର୍ବବୃହତ ଟେଲିକମ୍ ଅପରେଟର ରିଲାଏନ୍ସ ଜିଓ ଇନ୍‌ଫୋକମ୍‌ର ନିଟ୍ ଲାଭ ପ୍ରାୟ ୨୪ ପ୍ରତିଶତ ବୃଦ୍ଧି ପାଇ ୪,୩୩୫ କୋଟି ଟଙ୍କା ହୋଇଛି । ଯାହା ପୂର୍ବ ଆର୍ଥିକ ବର୍ଷର ଏହି ତ୍ରୈମାସିକରେ ୩,୫୦୧ କୋଟି ଟଙ୍କା ଥିଲା ।

ରିଲାଏନ୍ସ ଜିଓର ନିଟ୍ ଲାଭ ୨୪% ବୃଦ୍ଧି ପାଇ ୪ ହଜାର ୩୩୫ କୋଟି ଟଙ୍କା ।

ରିଲାଏନ୍ସ ଜିଓର ନିଟ୍ ଲାଭ ୨୪% ବୃଦ୍ଧି ପାଇ ୪ ହଜାର ୩୩୫ କୋଟି ଟଙ୍କା ।

  • Share this:
News 18 Odia Digital

ମୁମ୍ବାଇ; ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଭାରତର ସର୍ବବୃହତ ଟେଲିକମ୍ ଅପରେଟର ରିଲାଏନ୍ସ ଜିଓ ଇନ୍‌ଫୋକମ୍‌ର ନିଟ୍ ଲାଭ ପ୍ରାୟ ୨୪ ପ୍ରତିଶତ ବୃଦ୍ଧି ପାଇ ୪,୩୩୫ କୋଟି ଟଙ୍କା ହୋଇଛି । ୨୦୨୨ ଏପ୍ରିଲ୍‌-ଜୁନ୍ ତ୍ରୈମାସିକରେ କଂପାନିର ନିଟ୍ ଲାଭ ୨୩.୮ ପ୍ରତିଶତ ବୃଦ୍ଧି ପାଇ ୪,୩୩୫ କୋଟି ଟଙ୍କା ରହିଛି ଯାହା ପୂର୍ବ ଆର୍ଥିକ ବର୍ଷର ଏହି ତ୍ରୈମାସିକରେ ୩,୫୦୧ କୋଟି ଟଙ୍କା ଥିଲା ।

୨୦୨୨ ଜୁନ୍ ୩୦ ସୁଦ୍ଧା ଶେଷ ହୋଇଥିବା ପ୍ରଥମ ତ୍ରୈମାସିକରେ ପରିଚାଳନାରୁ ରିଲାଏନ୍ସ ଜିଓର ରାଜସ୍ୱ ୨୧,୮୭୩ କୋଟି ଟଙ୍କା ହୋଇଛି ଯାହା ପୂର୍ବ ଆର୍ଥିକ ବର୍ଷର ଏହି ତ୍ରୈମାସିକ ରାଜସ୍ୱ ତୁଳନାରେ ୨୧.୫ ପ୍ରତିଶତ ଅଧିକ ।

ଆଲୋଚ୍ୟ ତ୍ରୈମାସିକରେ ଜିଓର ଗ୍ରାହକ ପିଛା ହାରାହାରି ରାଜସ୍ୱ (ଆର୍‌ପୁ) ମାସିକ ଗ୍ରାହକ ପିଛା ୧୭୫.୭ ଟଙ୍କା ରହିଛି ଏବଂ ମୋଟ ଡାଟା ଟ୍ରାଫିକ୍ ଏହି ତ୍ରୈମାସିକରେ ୨୭.୨% ବୃଦ୍ଧି ପାଇ ୨୫.୯ ବିଲିଅନ ଜିବି ହୋଇଛି । ୨୦୨୨ ଜୁନ୍ ୩୦ ସୁଦ୍ଧା ଜିଓର ମୋଟ ଗ୍ରାହକ ସଂଖ୍ୟା ୪୧.୯୯ କୋଟି ହୋଇଛି ବୋଲି ଆଜି ଘୋଷଣା କରାଯାଇଥିବା ପ୍ରଥମ ତ୍ରୈମାସିକ ଆର୍ଥିକ ଫଳାଫଳ ତଥ୍ୟରୁ ଜଣାପଡ଼ିଛି ।

୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ହାରାହାରି ଡାଟା ଓ ଭଏସ୍ ବ୍ୟବହାର ପ୍ରତି ମାସକୁ ପ୍ରତି ଗ୍ରାହକ ପିଛା ଯଥାକ୍ରମେ ୨୦.୮ ଜିବି ଓ ୧,୦୦୧ ମିନିଟ୍ ରହିଛି ।
Published by:Soubhagya Mishra
First published: