୧୪୯ ଟଙ୍କା ପ୍ରିପେଡ ରିଚାର୍ଜ ଯୁଦ୍ଧ: ରିଲାଏନ୍ସ ଜିଓରେ ଏୟାରଟେଲ ଏବଂ ଭୋଡାଫୋନ ଆଇଡିଆ ଅପେକ୍ଷା ମିଳିବ ଅଧିକ ଡାଟା

ରିଲାଏନ୍ସ ଜିଓର ୧୪୯ଟଙ୍କା ପ୍ୟାକରେ ଜିଓ ରୁ ଜିଓ ଭଏସ୍‌ କଲ ଫ୍ରି ଥିବାବେଳେ ଅନ୍ୟ ନେଟୱାର୍କକୁ ୩୦୦ ମିନିଟ ପର୍ଯ୍ୟନ୍ତ କଥା ହେବା ଲାଗି ସୁବିଧା ମିଳୁଛି । ଏହା ସରିବା ପରେ ରିଚାର୍ଜ କରି ଅନ୍ୟ ନେଟୱାର୍କକୁ କଲ୍‌ କଲେ ପ୍ରତି ମିନିଟ୍ ମାତ୍ର ୬ ପଇସା ଖର୍ଚ୍ଚ କରିବାକୁ ପଡ଼ିବ ।

ବିଭିନ୍ନ କମ୍ପାନୀର ଲଗୋ

ବିଭିନ୍ନ କମ୍ପାନୀର ଲଗୋ

  • Share this:
News18 Odia Digital

ନୂଆ ଦିଲ୍ଲୀ: ଭରତରେ ଟେଲିକମ କ୍ଷେତ୍ରରେ ବ୍ୟବସାୟ କରୁଥିବା ୩ ବଡ଼ କମ୍ପାନୀ ରିଲାଏନ୍ସ ଜିଓ, ଏୟାରଟେଲ ଏବଂ ଭୋଡାଫୋନ ଆଇଡିଆ ନିଜ ନିଜର ନୂଆ ରିଚାର୍ଜ ପ୍ୟାକ ସହ ପ୍ରତିଦ୍ବନ୍ଦିତା ପାଇଁ ମାର୍କେଟକୁ ଓହ୍ଲାଇଛନ୍ତି । ଯଦି ଆପଣ ଏକ ମାସିକିଆ ରିଚାର୍ଜର ବିକଳ୍ପ ଖୋଜୁଥାନ୍ତି ତାହେଲେ ସର୍ବନିମ୍ନ  ୧୪୯ଟଙ୍କା ଖର୍ଚ୍ଚ  କରିବାକୁ ପଡ଼ିବ ।

ରିଲାଏନ୍ସ ଜିଓର ୧୪୯ ଟଙ୍କିଆ ପ୍ୟାକ୍‌ ସହ ଏୟାରଟେଲ ଏବଂ ଭୋଡାଫୋନ ଆଇଡିଆ ମଧ୍ୟ ଏତିକି ଟଙ୍କାର ପ୍ୟାକ୍‌ ରଖିଛନ୍ତି । ତେବେ ବର୍ତ୍ତମାନ କମ୍ପିଟିସନ ଏକ ଖେଳପଡ଼ିଆ ହୋଇ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ କେଉଁ ପ୍ୟାକ କେତେ ଅଧିକ ଲାଭ ପ୍ରଦାନ କରୁଛି ସେଥିରେ ପରିଣତ ହୋଇଛି ।

ରିଲାଏନ୍ସ ଜିଓର ୧୪୯ଟଙ୍କା ପ୍ୟାକରେ ଜିଓ ରୁ ଜିଓ ଭଏସ୍‌ କଲ ଫ୍ରି ଥିବାବେଳେ ଅନ୍ୟ ନେଟୱାର୍କକୁ ୩୦୦ ମିନିଟ ପର୍ଯ୍ୟନ୍ତ କଥା ହେବା ଲାଗି ସୁବିଧା ମିଳୁଛି । ଏହା ସରିବା ପରେ ରିଚାର୍ଜ କରି ଅନ୍ୟ ନେଟୱାର୍କକୁ କଲ୍‌ କଲେ ପ୍ରତି ମିନିଟ୍ ମାତ୍ର ୬ ପଇସା ଖର୍ଚ୍ଚ କରିବାକୁ ପଡ଼ିବ । ଯଦି ଆପଣ ଡାଟା ପାଇଁ ଅଧିକ ଉତସୁକ ଥାନ୍ତି ତାହାଲେ ଜିଓ ଏହି ପ୍ୟାକରେ ପ୍ରତ୍ୟେକ ଦିନ ୧ ଜିବି ଡାଟା ପ୍ରଦାନ କରିବା ସହ ପ୍ରତିଦିନ ୧୦୦ଟି  ଏସଏମଏସ ଯୋଗାଇ ଦେଉଛି । କିନ୍ତୁ ଜିଓର ଏହି ପ୍ଲାନ କେବଳ ୨୪ଦିନ ପାଇଁ ଉପଲବ୍ଧ ହେବ । ଏଥିରେ ଜିଓ ଆପ୍ଲିକେଶନ ସହ ଜିଓ ଟିଭି ଏବଂ ଜିଓ ସିନେମା ମଧ୍ୟ ଉପଲବ୍ଧ ହେବ ।

ସେହିପରି ଏୟାରଟେଲରେ ୧୪୯ ଟଙ୍କା  ପ୍ୟାକରେ ସବୁ ନେଟଓ୍ବାର୍କକୁ ଅସୀମିତ ଭଏସ କଲ୍ ସହ ଲୋକାଲ ଏବଂ ଏସଟିଡି କଲ କରିବା ସହ ଜାତୀୟ ରୋମିଂ ଲାଗୁହେବ ନାହିଁ । ଏଥିରେ ଅନ୍ୟ ନେଟଓ୍ବାର୍କକୁ କଲ କରିବାରେ କୌଣସି ଅସୁବିଧା ନାହିଁ । ଏହାର ଭେଲିଡିଟି ୨୮ ଦିନ ରହିଥିବାବେଳେ ମାତ୍ର ଏଥିରେ ମାତ୍ର ୨ଜିବି ଡାଟା ହିଁ ଉପଲବ୍ଧ ରହିବ ଏବଂ ପ୍ରତେ୍ୟକ ଦିନ ୩୦୦ ଏସଏମଏସ ମିଳିପାରିବ । ଏଥିରେ ୩୭୦ ଲାଇଭ ଟିଭି ଚ୍ୟାନେଲମାନ ଦେଖିପାରିବେ । ଯଦି ଏହି ନେଟଓ୍ବାର୍କରେ ପ୍ରତିଦିନ ୧ ଜିବି ଡାଟା ଦରକାର ତାହାଲେ ୨୧୯ଟଙ୍କାର ପ୍ୟାକ ରିଚାର୍ଜ କରିବାକୁ ପଡିବ ଏହା ସହ ୧୫୦ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ ମଧ୍ୟ ପାଇପାରିବେ ।

ସେହିପରି ଭୋଡାଫୋନ ଆଇଡିଆ ନେଟଓ୍ବାର୍କରେ ମଧ୍ୟ ଭାରତରେ ଥିବା ଯେକୌଣସି ନେଟଓ୍ବାର୍କକୁ ଅସୀମିତ କଲ କରିପାରିବେ । ଏହାର ଭେଲିଡିଟି ୨୮ ଦିନ ଥିବାବେଳେ ଏଥିରେ ମାତ୍ର ୨ ଜିବି ଡାଟା ଉପଲବ୍ଧ ରହିବ । ପ୍ରତିଦିନ ୩୦୦ ଏସଏମଏସ ରହିଥିବାବେଳେ ପ୍ରତିଦିନ ୧ ଜିବି ଡାଟା ପାଇଁ ୨୧୯ଟଙ୍କା ରିଚାର୍ଜ କରିବାକୁ ପଡ଼ିବ ।
Published by:Durgamadhab Rath
First published: